ଆରମ୍ଭ ହେଲା ଏକ ନିଆରା ଅଧ୍ୟାୟ, ସ୍ୱାମୀ ଥାଇ ପରପୁରୁଷକୁ ବିବାହ କଲା ସ୍ତ୍ରୀ |

494

କଟକ (ଉତ୍କଳ ନ୍ୟୁଜ ) ୦୩-୦୭ -୨୦୨୪ : ଆଜିର ସମାଜରେ ଏକ ନିଆରା ଅଧ୍ୟାୟ ସୃଷ୍ଟି ହୋଇଛି । ସ୍ୱାମୀ ଥାଇ ପରପୁରୁଷକୁ ବିବାହ କଲା ସ୍ତ୍ରୀ । ଭିନ୍ନ ଏକ ଚଉଠି ରାତି ଅନ୍ୟ ଏକ ହାତ ଗଣ୍ଠି । ଯେତ ଗୋରୀ ସେତେ ଷ୍ଟୋରି । ମାୟାବିନୀଙ୍କ ମାୟାଜାଲରେ ଛଟପଟ ହେଉଛନ୍ତି ସ୍ୱାମୀ । ଏବେ ମନ ବୁଝୁ ନାହିଁ ସ୍ୱାମୀର । ସ୍ୱାମୀ ପର ଏଠି ପ୍ରେମିକ ନିଜର । ଦେହ ସୁଖ ପାଇଁ ସ୍ତ୍ରୀ ଛାଡିଲା ସ୍ୱାମୀର ହାତ । ବିନା ଛାଡପତ୍ରରେ ପଡିଲା ହାତ ଗଣ୍ଠି ବେଦୀରେ ପ୍ରେମିକ ପଦାରେ ସ୍ୱାମୀ । ଏମିତି ଅନେକ ଉପମା ଦେଲେ ବି ସରିବ ନାହିଁ । ହଁ ଆଜ୍ଞା ଆମ କଥାଟି ହୁଏତ କୌଣସି ଏକ ନାଟକର ସଂଳାପ ପରି ଲାଗୁଥିବ ନାଇଁ ଆଜ୍ଞା କଥାଟି ଏକଦମ୍ ସତ ଆଉ କାନକୁ ବଧିରା କରିଦେଲା ଭଳି ଘଟଣା । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଗୁଆଗଢିଆ ଗ୍ରାମ ପଞ୍ଚାୟତ ଚିରୋଳ ଗାଁ ଜୈନିକ ଯୁବତୀ ମଧୁସ୍ମିତା (ଛଦ୍ମନାମ) ମାତ୍ର ୧୮ ବର୍ଷ ବୟସରେ ବୈଦ୍ଦିକ ଋତିରେ ବିବାହ କରିଥିଲେ ସେହି ଗାଁର ଯୁବକ ବାପୁଜୀଙ୍କୁ । ବିବାହର ୧୪ ବର୍ଷ ଭିତରେ ତାଙ୍କର ସନ୍ତକ ରୂପେ ଦୁଇଟି ସନ୍ତାନଙ୍କ ସହ ଖୁବ ଖୁସିରେ ଥିଲେ ଉଭୟ ବାପୁଜୀ ଓ ମଧୁସ୍ମିତା । କିନ୍ତୁ ମହିଳାଙ୍କର ଦୁଇଟି ପିଲା ସ୍ୱତେ ତାଙ୍କର ପରପୁରୁଷଙ୍କ ସହିତ ରାତି ବିତେଇ ନିଜର କାମୂକ ପ୍ରକୃତିକୁ ଚରିର୍ଥାତ କରିବା ପାଇଁ ନିଜ ସ୍ୱାମୀଙ୍କୁ ଛାଡି ଅନ୍ୟତ୍ର ବିବାହ କରିବା ଘଟଣା ଯାହାକି ବାସୁଦେବପୁର ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ଆପଣମାନେ ଭାବୁଥିବେ ଘଟଣା ର ଅନ୍ତ ହୋଇଗଲା ବୋଲି । ମାତ୍ର ଏଇଠି କିନ୍ତୁ କାହାଣୀର ଅନ୍ତ ଘଟି ନଥିଲା ଏଇଠୁ ଆରମ୍ଭ ହୋଇଥିଲା ନୂଆ ଏକ କାହାଣୀ । କାରଣ ସେ ଯେଉଁ ଯୁବକ ଜଣଙ୍କୁ ନେଇ ଏକ ମନ୍ଦିରରେ ବୈଦିକ ଋତିରେ ବିବାହ କରିଥିଲେ ସେ ଏକ ସନ୍ତାନର ଜନକ । ତେଣୁ ମଧୁସ୍ମିତାଙ୍କୁ ନିଜ ଘରକୁ ନନେଇ ଭଡ଼ାଘରେ ରଖି ଆରମ୍ଭ କରିଥିଲେ ତାଙ୍କ ରାସଲୀଳା । ଯେଉଁ ରାସଲୀଳାର ଭିଡିଓ ସଂପ୍ରତି ଭାଇରାଲ ହେବାରେ ଲାଗିଛି । ଏଠାରେ ସୂଚନା ଥାଉକି, ପୂର୍ବରୁ ବାପୁଜୀ ଓ ମଧୁସ୍ମିତାଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । କିଛିମାସ ତଳେ ମଧୁସ୍ମିତା ଘରୁ ପଳେଇ ଯାଇଥିବା ନେଇ ବାପୁଜୀ ବାସୁଦେବପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ମଧୁସ୍ମିତାଙ୍କୁ ଜଗତସିଂହପୁର ଉଦ୍ଧାର କରିଥିଲା । ଏବଂ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସୁସମ୍ପର୍କ ଫେରାଇ ଆଣିବା ପାଇଁ ବାସୁଦେବପୁର ପୋଲିସ କରିଥିଲା ଉଦ୍ୟମ । ମାତ୍ର ପରେ ମଧୁସ୍ମିତା ନିଜର ପ୍ରଥମ ସ୍ୱାମୀ ଓ ପିଲା ମାନଙ୍କୁ ଛାଡି ଜଣେ ବିବାହିତ ଯୁବକଙ୍କ ହାତ ଧରି ବିବାହ କରି ଦୁଇଟି ପରିବାରକୁ ଉଜାଡି ଦେଇଛନ୍ତି । କେଉଁ ପରିସ୍ଥିତିରେ ମଧୁସ୍ମିତା ନିଜର ସ୍ୱାମୀ ଓ ସନ୍ତାନକୁ ଛାଡି ଏପରି ନୂଆ ଅଧ୍ୟାୟ ସୃଷ୍ଟି କଲେ ତାହା ସଂପ୍ରତି ବଡ ଚିନ୍ତାର କାରଣ ପାଲଟିଛି । ଅପର ପକ୍ଷରେ ମଧୁସ୍ମିତାଙ୍କ ପ୍ରଥମ ସ୍ୱାମୀ ବାବୁଜୀ କହିଛନ୍ତି ଯେ, ତାଙ୍କ ଛାଡପତ୍ର ନଦେଇ ଅନ୍ୟତ୍ର ବିବାହ କରିବା ଘଟଣାରେ ତାଙ୍କ ସ୍ତ୍ରୀ ବିରୋଧରେ ଆଇନ୍‌ଗତ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |