ଅଣ୍ଡରେଇ ଗାଁରେ ଯୁବକଙ୍କୁ ଆକ୍ରମଣ ଘଟଣାରେ ୬ ଗିରଫ୍‌ |

242

କଟକ (ଉତ୍କଳ ନ୍ୟୁଜ ) ୦୩-୦୭-୨୦୨୪ : ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ ବୋଡ଼କ ପଞ୍ଚାୟତ ଅଣ୍ଡରେଇ ଗ୍ରାମର ଗତ ୩୦ ତାରିଖରେ ସଂଘବଦ୍ଧ ଆକ୍ରମଣରେ ଗୁରୁରତ ଆହତ ହୋଇଥିବା ଶ୍ରୀଧର ଜେନା (୨) ନାମକ ଜନୈକ ଯୁବକଙ୍କ ଅବସ୍ଥା ସଂପ୍ରତି ଅଧିକ ସଂକଟାପନ୍ନ ହେବାରେ ଲାଗିଛି । ତିହିଡ଼ି ପୁଲିସ କଟକରେ ପହଂଚି ଯୁବକଙ୍କ ଅବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପାଇଁ ଏକ ନଡ଼ିଆ ଗଛ କାଟିବାକୁ ଯାଇଥିବା ବେଳେ ଗଣ୍ଡଗୋଳ ଓ ପରେ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ତଥା ଆହତ ଯୁବକଙ୍କ ବଡ଼ବାପା ଦେବେନ୍ଦ୍ର ଜେନା, ବଡ଼ ମାଆ ମାନସୀ ଜେନାଙ୍କୁ ଗିରଫ କରାଯିବା ସହ ସେମାନଙ୍କର ସମ୍ପର୍କୀୟ ତାଳପଦା ଗ୍ରାମର ନିରଂଜନ ଜେନା, ତାଙ୍କ ସ୍ତ୍ରୀ ସୁଲୋଚନା ଜେନା, କୁବେରା ଗ୍ରାମର ସୁକାନ୍ତି ଜେନା ଓ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ହାରୁପୁରର କମଳାକାନ୍ତ ଜେନା ଏହିପରି ୬ ଜଣଙ୍କୁ ପୁଲିସ ଗିରଫ କରାଯାଇଛି । ସୂଚନା ଯୋଗ୍ୟ, ଶିବ ପ୍ରସାଦ ଜେନା ଓ ତାଙ୍କ ଭାଇ ଦେବେନ୍ଦ୍ର ଜେନାଙ୍କ ମଧ୍ୟରେ ଜାଗାବାଡ଼ିକୁ ନେଇ ଦୀର୍ଘଦିନ ହେଲା ବିବାଦ ରହିଥିଲା । ତେବେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରିବା ପାଇଁ ଶିବପ୍ରସାଦ, ତାଙ୍କ ସ୍ତ୍ରୀ ମୀନତି ଓ ପୁଅ ଶ୍ରୀଧର ପ୍ରସ୍ତାବିତ ନିର୍ମାଣ ଜାଗାରେ ଥିବା ନଡ଼ିଆ ଗଛ କାଟିବା ପାଇଁ ଯାଇଥିଲେ । ଶିବପ୍ରସାଦଙ୍କ ଆକ୍ରମଣ କରିବା ଫଳରେ ତାଙ୍କ ହାତ ଭାଙ୍ଗି ଯାଇଛି । ଦେବେନ୍ଦ୍ର ଏକ ବାଉଁଶରେ ମୁଣ୍ଡକୁ ପିଟିଦେବାରୁ ଶ୍ରୀଧର ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତର୍ କରାଯାଇଥିଲା । ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଓ ପରେ କଟକ ନିଆଯାଇଥିଲା । ପୁଲିସ କହିବା ଅନୁଯାୟୀ ତାଙ୍କର ବ୍ରେନ ଡେଡ ହୋଇଥିବା ଡାକ୍ତର କହିଛନ୍ତି । ଏହି ଘଟଣାରେ ଦେବେନ୍ଦ୍ରଙ୍କ ସ୍ତ୍ରୀ ଓ ଅନ୍ୟ ୪ ଜଣ ସଂପର୍କୀୟଙ୍କ ସଂପୃକ୍ତି ଥିବା ପୁଲିସ କହିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |