ଧୂଷୁରୀରେ ୨ ଦିନିଆ ଯୁବ କଳା ମହୋତ୍ସବ ଉଦ୍ଯାପିତ , ଐତିହ୍ୟ ଓ ସଂସ୍କୃତିର ସୁରକ୍ଷାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ସରକାର ସଂକଳ୍ପବଦ୍ଧ-ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ |
କଟକ (ଉତ୍କଳ ନ୍ୟୁଜ ) ୦୧-୦୭-୨୦୨୪: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂଷୁରୀସ୍ଥିତ ପୁଜ୍ୟପୂଜା ସଂସଦ ଭବନରେ ୨ ଦିନିଆ ଯୁବ କଳା ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବସେବା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇଥିଲେ । ଗରିମା ସମ୍ପନ୍ନ ଓଡିଆ ସଂସ୍କୃତି ଆମର ଜୀବନଶୈଳୀକୁ ଅନେକ ମାତ୍ରାରେ ପ୍ରଭାବିତ କରେ । କଳା, ସଂସ୍କୃୃତି ମାଧ୍ୟମରେ ଓଡଡିଶାର ସଂସ୍କୃତି, ପରମ୍ପରା ଏବଂ ଓଡିଆ ଅସ୍ମିତା ବଞ୍ôଚ ରହିବ । ପୁରୀ ଶ୍ରୀମନ୍ଦିରର ସଂସ୍କୃତି ସାରା ଓଡିଶାର ସଂସ୍କୃତିକୁ ପ୍ରଭାବିତ କରିଥାଏ ଏବଂ ସୁରକ୍ଷା ମଧ୍ୟ ପ୍ରଦାନ କରିଥାଏ । ସବୁ କ୍ଷେତ୍ରରେ ଆମ ମନ୍ଦିର ହିଁ ଆମ ଅସ୍ମିତା, ଆମ ପରମ୍ପରା ଓ ସଂସ୍କୃତିର ସୁରକ୍ଷା କବଚ । ମନ୍ଦିର ପରିସର ଓ ଆଖପାଖରେ ଟେମ୍ପୁଲ୍ ସିଟି କାର୍ଯ୍ୟକ୍ରମ ଗତ ଜାନୁଆରୀ ମାସ ୨୨ ତାରିଖରେ ପ୍ରଧାନମନ୍ତ୍ରୀ କାଶିଠାରୁ ଏପରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଯାହା ସାରା ଭାରତବର୍ଷରେ ଚାଲିବ ବୋଲି ମନ୍ତ୍ରୀ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମ ଓଡିଶାର ଧୂଷୁରୀରୁ ଆରମ୍ଭ ହୋଇଛି । ଏହି ଯୁବ କଳା ମହୋତ୍ସବରେ ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରରୁ ୭୦ରୁ ଅଧିକ କଳାକାର ସାମିଲ ହୋଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂଗୀତ ନାଟ୍ୟ ଏକାଡେମୀ ତରଫରୁ ଯୁବ କଳା ମହୋତ୍ସବ ମାଧ୍ୟମରେ ଐତିହ୍ୟ ଓ ସଂସ୍କୃତିର ସୁରକ୍ଷାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି କୁହାଯାଇଛି । ସମ୍ମାନୀତ ଅତିଥିଭାବେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ସଚିବ ରାଜକିଶୋର ଦାଶ ଓ ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ଯୋଗ ଦେଇଥିଲେ । ଏହି ଉତ୍ସବରେ ରାଜ୍ୟ ଓ ବାହାର ରାଜ୍ୟ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ ଝାଡଖଣ୍ଡରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ନୃତ୍ୟ, ସଂଗୀତ ଓ ଛାୟାଚିତ୍ର ପରିବେଷଣ କରାଯାଇଥିଲା । ବ୍ଲକ କଳା ସଂସ୍କୃତି ସଂଘର କାର୍ଯ୍ୟକର୍ତ୍ତା ସୁବାସ ମଲ୍ଲିକ ମଞ୍ଚ ପରିଚାଳନା କରିଥିବା ବେଳେ ଓଡିଶା କଳା ସଂସ୍କୃୃତି ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ | ଉତ୍କଳ ଇଣ୍ଟର ନ୍ୟାସନାଲ ସ୍କୁଲ ପରିସରରେ ବନମହୋତ୍ସବ କାର୍ଯ୍ୟକ୍ରମ | ଚୌଦ୍ୱାର ବାଣୀପଦା ସ୍ଥିତ ଉତ୍କଳ ଇଣ୍ଟର ନ୍ୟାସନାଲ ସ୍କୁଲ ପରିସରରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ସ୍କୁଲ ପରିସରରେ ବିଭିନ୍ନ ପ୍ରଜାତି ର ପ୍ରାୟ ୨୦୦ ରୁ ଉର୍ଦ୍ଧ ବୃକ୍ଷ ରୋପଣ କରିଥିଲେ | ବୃକ୍ଷ ବଞ୍ଚି ରହିଲେ ବିଶ୍ୱ ବଂଚି ରହିବ ର ବାର୍ତ୍ତା ଦେବା ସହ ବୃକ୍ଷ ର ଉପକାରିତା ବିଷୟ ରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ |