କଟକ (ଉତ୍କଳ ନ୍ୟୁଜ ) ୨୬-୦୬-୨୦୨୪ : କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା କରାଯାଇଛି । ସହରାଞ୍ଚଳ ଆଇନ ୨୦୦୩ ର ଧାରା ୨୮ ଅନୁଯାୟୀ ଏହା ଘୋଷଣା କରାଯାଇଛି । ଏହି ନିର୍ଦ୍ଦେଶନାମାକୁ ଖିଲାପ କଲେ ଖିଲାପକାରୀଙ୍କୁ ମୋଟର ଯାନ ଆଇନ ୨୦୧୯ ଧାରା ୧୭୭ ଅନୁସାରେ ପାଞ୍ଚ ଶହ ଟଙ୍କା ଜୋରିମାନା ଏବଂ ଧାରା ୧୨୭ ଅନୁସାରେ କ୍ରେନ୍ ବ୍ୟବହାର ହେଲେ ସେ ବାବଦୀୟ ଖର୍ଚ୍ଚ ଗାଡ଼ି ମାଲିକଙ୍କୁ ଦେବାକୁ ପଡ଼ିବ । ଆସନ୍ତୁ ଜାଣିବା କେଉଁ ଛକରୁ କେଉଁ ଛକ ନୋ ପାର୍କିଂ ଜୋନ୍: -ମଧୁପାଟଣା ଛକରୁ ବାଦାମବାଡ଼ି ଛକ ରାସ୍ତାର ଉଭୟ ପାର୍ଶ୍ଵ , ଓଏମପି ଛକରୁ ସିଆରଆରଆଇ ଥାନା ରାସ୍ତାର ଉଭୟ ପାର୍ଶ୍ଵ , ଓଏମପି ଛକରୁ କାଳିଆବୋଦା ଛକ , -କାଳିଆବୋଦା ଛକରୁ ଓଏମପି ଛକର ଉଭୟ ପାର୍ଶ୍ଵରେ ଥିବା ସର୍ଭିସ ରୋଡ୍ , ମଣିମନ୍ଦିର ଛକରୁ ବେଲଭିୟୁ ଛକ, ଜୁଡ଼ିସିଆଲ୍ ଏକାଡେମୀ ଛକ ଏବଂ ବେଲଭିୟୁ ଛକ , ଜୁଡ଼ିସିଆଲ୍ ଏକାଡେମୀ ଛକରୁ ଚହଟା ଛକ ରାସ୍ତାର ଉଭୟ ପାର୍ଶ୍ଵ , ଚହଟା ଛକରୁ ଯୋବ୍ରା ଆନିକଟ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵ , ଯୋବ୍ରା ଆନିକଟ ଛକରୁ କାଳିଆବୋଦା ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵ , ଓଏମପି ଛକରୁ ହାୱଡ଼ା ମୋଟର ଛକ ରାସ୍ତାର ଉଭୟ ପାର୍ଶ୍ଵ , ରାଣୀହାଟ ଛକରୁ ଖାନନଗର ଛକ ରାସ୍ତାର ଉଭୟ ପାର୍ଶ୍ଵ , ମାତାମଠ ଛକରୁ ଚାନ୍ଦିନୀ ଚୌକ ଛକ , ବଜାର ଛକ, ବାଲୁବଜାର ଛକ, ହାଇକୋର୍ଟ ଛକ ରାସ୍ତାର ଉଭୟ ପାର୍ଶ୍ଵ , ହାଇକୋର୍ଟ ଛକରୁ ଡିପିଓ, ଗଡ଼ା ରାସ୍ତାର ଉଭୟ ପାର୍ଶ୍ଵ , ଗଡ଼ଗଡ଼ିଆ ମନ୍ଦିର ଛକରୁ ଚଣ୍ଡୀ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵ , ସତୀଚୌରା ଛକରୁ ବିଜୁ ପଟ୍ଟନାୟକ ଛକ ରାସ୍ତାର ଉଭୟ ପାର୍ଶ୍ଵ , ପିଏଚଡ଼ି ଅଫିସ ଛକରୁ ବିଜୁ ପଟ୍ଟନାୟକ ଛକ ରାସ୍ତାର ଉଭୟ ପାର୍ଶ୍ଵ , ଦୋଳମୁଣ୍ଡାଇ ଛକରୁ ଜେଲ୍ ରୋଡ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵ , ନୂଆ ଏସସିବି ଛକରୁ ବ୍ଲକ୍ ଟାୱାର ଛକ ରାସ୍ତାର ଉଭୟ ପାର୍ଶ୍ଵ, ବ୍ଲକ ଟାୱାର ଛକରୁ ମାତୃ ଭବନ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵ, ଜଗତପୁର ଗୋଲେଇ ଛକରୁ ଖଇରା ବ୍ରିଜ୍ ଉଭୟ ପାର୍ଶ୍ଵ ରାସ୍ତା , ଜଗତପୁର ଗୋଲେଇ ଛକରୁ ବିରୂପା ବ୍ରିକ୍ ସର୍ଭିସ୍ ରୋଡ଼ ଉଭୟ ପାର୍ଶ୍ଵ ରାସ୍ତା |