କଟକ (ଉତ୍କଳ ନ୍ୟୁଜ ) ୨୪-୦୬-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲ ପଞ୍ଚାୟତ ଅଧିନ ସଦରବଳିଆ ଗାଁର ବର୍ଷିଆନ୍ ସାରସ୍ୱତ ସାଧକ ସୁଧାଂଶୁ ଶେଖର ବେହେରାଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀ ବେହେରା ଏକାଧାରରେ ଜଣେ କବି, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, କଣ୍ଠ ନିର୍ଦ୍ଦେଶକ, ନୃତ୍ୟ ନିର୍ଦ୍ଦେଶକ ଏବଂ ବହୁ ବାଦ୍ୟ ଯନ୍ତ୍ରର ବାଦକଭାବେ ବେଶ ପରିଚିତ । ଗତ ୧୯୨୩ ମସିହା ଜ୍ୟେଷ୍ଠ ମାସ ୫ ଦିନରେ ତାଙ୍କ ଜନ୍ମ । ଅଧୂନା ସେ ୧୦୧ ବର୍ଷରେ ପଦାର୍ପଣ କରିଛନ୍ତି । ତଥାପି କଳାରୁ ଓହରି ନାହାଁନ୍ତି ଶ୍ରୀ ବେହେରା । ସେ ପ୍ରଖ୍ୟାତ କେଶବକବି କୃଷ୍ଣ ପ୍ରସାଦ ବେହେରାଙ୍କ ସାନ ଭାଇ ଅଟନ୍ତି । ଏଯାବତ ତାଙ୍କର ୧୦ରୁ ୧୨ଟି ପୁସ୍ତକ ପ୍ରକାଶିତ ହୋଇଛି । ନଚିକେତା, ଫୁଲଫସଲ, ଅମାନିଆ ଝଡ, ଶ୍ରୀଅରବିନ୍ଦାୟ ନମଃ ଆଦି ସାମାଜିକ ସ୍ତରରେ ବେଶ ଆଦୃତ ହୋଇଛି । ଏଥିସହ ୨୨ଟି ନାଟକ ଆକାଶବାଣୀରେ ପରିବେଷିତ ହୋଇଛି । ମାତ୍ର ମାଇନର ପାଶ କରି ତିହିଡି, ଭଦ୍ରକ ଏପରିକି ଓଡିଶାର ବିଭିନ୍ନ କୋଣଅନୁକୋଣରେ ଜଣେ ଦକ୍ଷ କଳାକାର ଭାବେ ପରିଚିତ ହୋଇ ପାରିଛନ୍ତି । ୧୯୯୯ ମହାବାତ୍ୟାରେ ତାଙ୍କ ଘର ପାଣିରେ ବୁଡି ରହିଥିଲା । ସେଥିରେ ତାଙ୍କ ସମସ୍ତ କାଗଜ ପତ୍ର ଭାସି ଯାଇଛି । ପରେ ଯାହାବି ଲେଖା ରହିଛି ହେଲେ ଅର୍ଥ ଅଭାବରୁ ସେଗୁଡିକ ପ୍ରକାଶିତ ହୋଇ ପାରିନାହିଁ । ସ୍ଥାନୀୟ କଳାକାରମାନଙ୍କ ସହଯୋଗ ରହିଲେ ଆଗାମି ଦିନରେ ଶ୍ରୀ ବେହେରାଙ୍କ ପରିଚୟ ଘରେ ଘରେ ହୋଇ ପାରନ୍ତା ବୋଲି ରବିବାର ଅପରାହ୍ନରେ ସିନ୍ଦୋଳ ପଂଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାପୀଠ, ଆରୁହାରେ ଅନୁଷ୍ଠିତ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ଅତିଥିମାନଙ୍କ ଦ୍ୱାରା ମତପ୍ରକାଶ ପାଇଥିଲା । ତେବେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କ ପ୍ରତି ଯଥୋଚିତ ସମ୍ମାନ ମିଳି ପାରିନଥିବା ନେଇ କବିମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ଉମାକାନ୍ତ ମିଶ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥିଭାବେ ନିରଞ୍ଜନ ନାୟକ, ସମ୍ମାନୀତ ଅତିଥିଭାବେ ପ୍ରାକ୍ତନ ପ୍ରାଧ୍ୟାପକ କିର୍ତ୍ତନ ନାରାୟଣ ଦାସ, ଭଦ୍ରକ ମହିଳା କଲେଜର ଓଡିଆ ବିଭାଗର ମୁଖ୍ୟ ଅଭୟ କୁମାର ଦାସ, ସାହିତ୍ୟିକ ଧିରେନ୍ଦ୍ର ବଳ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପଣ୍ଡା ପ୍ରମୁୁଖ ମଞ୍ଚାସୀନ ହୋଇ ସମ୍ବର୍ଦ୍ଧିତ ପ୍ରତିଭା ବର୍ଷିଆନ୍ ସାରସ୍ୱତ ସାଧକ ସୁଧାଂଶୁ ଶେଖର ବେହେରାଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କବି ଅଭିମନ୍ୟୁ ଜେନା ଓରଫ୍ ଅନ୍ଧାରୀ ଯୋଗଦେଇ ସୁଧାଂଶୁ ଶେଖର ବେହେରାଙ୍କ ରଚିତ ଏକ ସାମ୍ୟବାଦୀ କବିତା ସଂଗୀତ ଗାନ୍ କରିଥିଲେ । ପ୍ରାକ୍ତନ ଅଧ୍ୟାପକ ଅଜୟ ମଲ୍ଲିକଙ୍କ ସଂଚାଳନାରେ ଅନୁଷ୍ଠିତ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁକ୍ତିକାନ୍ତ ନାୟକ, ରାମଚନ୍ଦ୍ର ବାରିକ, ଜୟନ୍ତ ମହାନ୍ତି, କୃପାସିନ୍ଧୁ ନାୟକ, ବିପ୍ଳବ ରଞ୍ଜନ ପତି, ତିହିଡି ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ନାୟକ, ପୁଷ୍ପାଞ୍ଜଳୀ ତ୍ରିପାଠୀ, ଆଶୁତୋଷ କରଣ, କୈଳାସ ବେହେରା, ମୁକୁନ୍ଦଦେବ ନାୟକ, ବାସନ୍ତୀ ଦାସ, ଭଗବତୀ ପାଣିଗ୍ରାହୀ, ପି.ହୃଷିକେଶ, ରବିନ୍ଦ୍ର ସେନାପତି, ରଞ୍ଜୁଲତା ଗାହାଣ, ମାନଗୋବିନ୍ଦ ଦାସ, ସୁଧାରଞ୍ଜନ ମହାନ୍ତି, ଗୀତାରାଣୀ ମହାନ୍ତି, ମୀନକେତନ ସେନାପତି, ସରୋଜ ନାୟକ, ଅନିରୁଦ୍ଧ ବାରିକ, ରଘୁନାଥ ପଣ୍ଡା, ପ୍ରାଣକୃଷ୍ଣ ରାଉଳ, ସଞ୍ଜିବ ବାରିକ, ଚିଣ୍ଟୁ ପଲେଇ, ମଳୟ ସେନାପତି, ଉମାକାନ୍ତ ବେହେରା, ମୁରଲୀଧର ଦାସ, ବୈରାଗୀ ସୂତାର, ଶ୍ରୀଧର ବାରିକ, ରବିନାରାୟଣ ବାରିକ, ଅଜୟ ସାହୁ, ପ୍ରତିକ୍ଷା ନାୟକ, ସ୍ନେହାଶିଶ ସାହାଣି, ହରିନାରାୟଣ ବାରିକ, ମନୋଜ ବେହେରା, କମଳାକାନ୍ତ ଦାସ, ବଳରାମ ମଲ୍ଲିକ, ପରମାନନ୍ଦ ନାୟକ, ସବିତା ବେହେରା, ଗୟାଧର ପରିଡା, ଗଣେଶ ଗାହାଣ, ରତ୍ନାକର ସାହୁ ପ୍ରମୁଖ ବହୁ କବି, ସାହିତ୍ୟିକ ଓ ସମାଜସେବୀ ପ୍ରମୁଖ ଆମନ୍ତ୍ରିତ ଅତିଥିମାନେ ଉପସ୍ଥିତ ଥିଲେ । ଶିକ୍ଷକ ସୁବାଶ ଚନ୍ଦ୍ର ଦାସ ସ୍ୱାଗତ ଭାଷଣ ଓ ଅତିଥି ଆମନ୍ତ୍ରଣ କରିଥିବା ବେଳେ କବି ରବି କୁମାର ମହାନ୍ତି ଅତିଥି ପରିିଚୟ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷାବିତ୍ ମଥୁରା ମୋହନ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |