କଟକ (ଉତ୍କଳ ନ୍ୟୁଜ ) ୨୧-୦୬-୨୦୨୪ ; ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପ୍ରଶାସନ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ବିଡିଓ ଜ୍ୟୋର୍ତିମୟ କର, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଟ୍ରେନର କିଶୋର ନାୟକ ଓ ଲୋକେଶ ପାଣିଗ୍ରାହୀ ମଞ୍ଚାସୀନ ହୋଇ ନିୟମିତ ଯୋଗ ଓ ପ୍ରାଣାୟମ କଲେ ଶରୀର ନିରୋଗ ରହିବ ବୋଲି କହିଥିଲେ । ଦୈନିକ ସକାଳ ଓ ସଂଧ୍ୟାରେ ଅତିକମରେ ୩୦ ମିନିଟ୍ ସମୟ ବାହାର କରି ଯୋଗାଭ୍ୟାସ କରିବା ଉଚିତ । ଯାହା ଦ୍ୱାରା ମାନସିକ ସ୍ତରରେ ଲୋକେ ଶକ୍ତିଶାଳୀ ହୋଇ ପାରିବେ । ଅନ୍ୟପଟେ ଶରୀର ପାଇଁ ଯୋଗର ଆବଶ୍ୟକତା ରହିଛି । ଏହି ଯୋଗ ଆଜିର ନୁହେଁ ପୂରାତନ କାଳରୁ ପ୍ରଚଳିତ ହୋଇ ଆସୁଅଛି । ପାଶ୍ଚ୍ୟାତ ସଭ୍ୟତାରେ ବଶବର୍ତୀ ହୋଇ ଆମେ ଏହାକୁ ଭୁଲି ଯାଇଛନ୍ତି । ବୃକ୍ଷାସନ, ତାଡାସନ, ବଜ୍ରାସନ ଓ ଉଥାନ୍ ମଣ୍ଡୁକାସନ ଆଦି ଯୋଗାଭ୍ୟାସ କଲେ ଶରୀର ଅଧିକ ସୁସ୍ଥ ରହିବ ବୋଲି ମତପ୍ରକାଶ ପାଇଥିଲା । ଅତିରିକ୍ତ ବିଡିଓ ମାନସ କୁମାର ଜେନା, ବିଏସଏସଓ ନିହାର ରଞ୍ଜନ ରାଉତ, ଜିପିଇଓ ଲାବନ ପଣ୍ଡା, ସେକଚାନ୍ଦ କାଲୋ ଓ ସୁଧାଂଶୁ ଶେଖର ନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ, ଜନପ୍ରତିନିଧି ଓ ସାଧାରଣ ଜନତା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଦେଢ ଶହରୁ ଉର୍ଦ୍ଧ ବ୍ୟକ୍ତି ଯୋଗଦେଇ ଯୋଗାଭ୍ୟାସ କରିବା ସହିତ ଯୋଗର ଉପକାରିତା ସମ୍ପର୍କରେ ଅବଗତ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।ିଥିଲେ । ତେବେ ନିର୍ବାଚନ ଲାଗି ଶାନ୍ତ ପଡିଥିବା ବେଳେ ଚଳିତ ମାସ ୧୯ ତାରିଖରେ କମାରିଆରେ ଗାଁରେ ଆୟୁରବେଦିକ୍ ଚିକିତ୍ସାଳୟର ଗୃହ ନର୍ମାଣ ଲାଗି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୂନଶ୍ଚ ଲେ-ଆଉଟ୍ କରିବା ଲାଗି ପ୍ରସ୍ତୁତ ଚଳାଇଥିଲେ । ଭବିଷ୍ୟତରେ ରାତିଅଧିଆ ଗୃହ ନିର୍ମାଣ କରି ଉକ୍ତ ଚିକିତ୍ସାଳୟକୁ କମାରିଆରେ ନିୟମିତ ଚାଲୁକରାଯିବ ବୋଲି ଗ୍ରାମବାସୀ ସନ୍ଦେହ ପ୍ରକଟ କରି ତୁରନ୍ତ ଚିକିତ୍ସାଳୟକୁ ନୂଆସାହିକୁ ସ୍ଥାନାନ୍ତର କରିବାକୁ ନିଷ୍ପତି ନେଇଥିଲେ । ଏହି ଘଟଣାକୁ ନେଇ ପ୍ରଥମେ ସରପଞ୍ଚ ସୁପ୍ରଭା ପାଣି ଚିକିତ୍ସାଳୟର ଡାକ୍ତର ଇତିଶ୍ରୀ ଦାସ ଓ ଫାର୍ମାସିଷ୍ଟଙ୍କୁ ଭେଟି ଆଲୋଚନା କରିବା ସହିତ ପଂଚାୟତ ହିତ ପାଇଁ ନୂଆସାହିବାସୀଙ୍କ ଉଦ୍ୟମକୁ ସମର୍ଥନ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |