କଟକ (ଉତ୍କଳ ନ୍ୟୁଜ ) ୨୧-୬-୨୦୨୪ : ଭଦ୍ରକ ଜିଲ୍ଲା ସୁପରିଚିତ ଯାତ୍ରା ରାଜନନ୍ଦିନୀରର ତୃତୀୟ ବାର୍ଷିକ ଆଖଡ଼ା ପୂଜା ଇଚ୍ଛାପୁର ଠାରେ ଆଡମ୍ବର ପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇ ଯାଇଛି । ଯାତ୍ରା ରାଜନନ୍ଦିନୀର ଭଦ୍ରକ ଜିଲ୍ଲାର ଏକମାତ୍ର ଆଭିଜାତ୍ୟ ସମ୍ପର୍ଣ୍ଣ ଯାତ୍ରାନୁଷ୍ଠାନ । ଓଡ଼ିଶାର ଅନେକ ଆଗଧାଡିର କଳାକାରମାନଙ୍କୁ ନେଇ ପ୍ରତିଷ୍ଠିତ ଏହି ଯାତ୍ରାନୁଷ୍ଠାନ ଇତି ମଧ୍ୟରେ ଓଡିଶାର କୋଣ ଅନୁକୋଣରେ ତାର ଦର୍ଶକ ଆଦୃତି ବଢ଼ାଇ ଚାଲିଛି । ୨୦୨୪-୨୫ ମସିହା ଯାତ୍ରା ଋତୁର ଆରମ୍ଭରେ ଗତକାଲି ଅନୁଷ୍ଠିତ ତାର ଆଖଡ଼ା ପୂଜାରେ ଏହାର ସତ୍ୱାଧିକାରୀ ଇଂ ସ୍ତୁତିରଞ୍ଜନ ପଲାଇ ଶସ୍ତ୍ରୀକ ହୋମ ଯଜ୍ଞ କରିଥିଲେ, ସକାଳୁ ମାଆ ସାରଳା, ମାଆ ତାରିଣୀ ଓ ବାବା ଆଖଣ୍ଡଳମଣିଙ୍କ ପାଖରୁ ଆସିଥିବା ଆଜ୍ଞା ମାଳକୁ ସ୍ଥାପିତ କରା ଯାଇଥିଲା । ମୁଖ୍ୟ ପରିଚାଳକ ପ୍ରଦୀପ କୁମାର ମିଶ୍ର ଓରଫ୍ ଭାନୁ ବାବୁଙ୍କ ସହଯୋଗୀତାରେ ପ୍ରଥମ ପର୍ଯ୍ୟାୟ ହୋମ ଯଜ୍ଞ ସମାପ୍ତ ପରେ ସନ୍ଧ୍ୟାରେ ବିଧିମତ ଭାବେ ସାଂସଦ ଅଭିମନ୍ୟୁ ସେଠୀ ଉଦ୍ଘାଟନ କରିଥିଲେ । ଅତିଥି ଭାବରେ ଡେପୁଟି କଲେକ୍ଟର କାର୍ତ୍ତିର୍ିକ ଚନ୍ଦ୍ର ମଣ୍ଡଳ, ସମାଜ ସେବୀ ଶେଖର ମହାପାତ୍ର, ତ୍ୟାଗଭୂମି ସଭାପତି ଅଜୟ ନାୟକ, ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଜୟ ଦାସ, ସମାଜସେବୀ ଦେବେନ୍ଦ୍ର ପୁହାଣ, ନାରୀନେତ୍ରୀ କଳ୍ପନା ଯେନା, ସ୍ଥାନୀୟ ସରପଂଚ ନରହରି ସାହୁ, ସମିତି ସଭ୍ୟଙ୍କ ପ୍ରତିନିଧି ଅଜୟ ପଲାଇ, ପୂର୍ବତନ ସରପଂଚ ମହେଶ୍ୱର ପଲାଇ ପ୍ରମୁଖ ଯୋଗଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ମଂଚ ସଂଚାଳନ କରିଥିଲେ ଯାତ୍ରା ରାଜନନ୍ଦିନୀର ଆଇନ ପରାମର୍ଶଦାତା ଅଧିବକ୍ତା ଗଦାଧର ବଳ । ଏହି କାର୍ଯ୍ୟକ୍ରମରେ ବହୁ ଶୁଭେଛୁ, ଦର୍ଶକ ଓ ଯାତ୍ରା ରାଜନନ୍ଦିନୀର ସମସ୍ତ କଳାକାର, ଟେକନିସିଆନ୍ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |