କଟକ (ଉତ୍କଳ ନ୍ୟୁଜ ) ୨୧-୦୬-୨୦୨୪ : ଭୁବନେଶ୍ଵରସ୍ଥିତ ଲୋହିଆ ଏକାଡେମୀ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାରେ ମଦ ବନ୍ଦ କରିବାକୁ ଦାବି କରିଥିଲା, ସୋସିଆଲ୍ ଆକ୍ଟିଭିଷ୍ଟ ଫୋରମ୍ । ମଦ ଦ୍ଵାରା ସମାଜରେ ଅନେକ କୁ-ପ୍ରଭାବ ଯଥା ନାରୀ ନିର୍ଯ୍ୟାତନା, ହତ୍ୟା, ଦୁଷ୍କର୍ମ, ସଡ଼କଜନିତ ଦୁର୍ଘଟଣା, ହିଂସା, ପାରିବାରିକ କଳହ, ଯୁବ ଓ ଛାତ୍ର ସମାଜକୁ ପଥଭ୍ରଷ୍ଟ କରିବା ପ୍ରଭୃତି, ହୀନକାର୍ଯ୍ୟ ଘଟିଥାଏ । ବିଗତ ଦିନରେ ମଦ୍ୟପ ଯୁବକ ନିଜ ବାପାଙ୍କୁ ହତ୍ୟା କରିବା ଓ ମଦ୍ୟପ ବାପା ଝିଅ ସହ ଦୁଷ୍କର୍ମ କରିବା ଭଳି ହୀନ କାର୍ଯ୍ୟ ମଧ୍ୟ ଗଣମାଧ୍ୟମରେ ପ୍ରକାଶିତ ହୋଇସାରଛି । ତେଣୁ ମଦ ବନ୍ଦ କରିବା ପାଇଁ ଅନେକ ଦିନରୁ ସାମାଜିକ କର୍ମୀ ଓ ଅନୁଷ୍ଠାନ ଗୁଡ଼ିକ ଅହରହ ସଚେତନ ସୃଷ୍ଟି କରିବା ସହ ମଦ ବନ୍ଦ ପାଇଁ ଦାବି କରିଆସୁଛନ୍ତି । ଏବେ ଏକ ନୂତନ ସରକାରର ଆଗମନରେ ମଦ ବନ୍ଦ ହେବାପାଇଁ ସାମାଜିକ କର୍ମୀମାନେ ଆଶା କରିବା ସହିତ ସରକାରଙ୍କୁ ନିବେଦନ କରିଛନ୍ତି | ସରକାର ସର୍ବଦା ରାଜସ୍ୱ ଆୟ ର ଆଳ ଦେଖାଇ ମଦ ବନ୍ଦକୁ ସଫଳ କରୁ ନ ଥିବା ଓ ଅନ୍ୟ କ୍ଷେତ୍ର ଯଥା- ଖଣିଜ ସମ୍ପଦ୍ ଲୁଟକୁ ରୋକି ରାଜସ୍ୱ ଆଦାୟ କରିବା, ଟ୍ୟୁରିଜିମ୍ ଓ ଅନ୍ୟାନ୍ୟ କ୍ଷେତ୍ରରୁ କିଭଳି ଭାବେ ରାଜସ୍ଵ ଅଧୂକ ଆସିପାରିବ, ସେଥିପାଇଁ ଧ୍ୟାନ ଦେଉନାହାନ୍ତି । ଯେଉଁ ରାଜସ୍ୱ ଆୟ ଲୋକଙ୍କର ହିତ ପାଇଁ କାର୍ଯ୍ୟରେ ନ ଆସି ସମାଜରେ କ୍ଷତି କରିଥାଏ, ସେଭଳି ରାଜସ୍ଵ ଆମକୁ ଦରକାର ନାହିଁ ବୋଲି ସାମାଜିକ କର୍ମୀ ବିନ୍ଦୁଜା ଉପାଧାୟ, ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ..। ଗୁଜୁରାଟ, ବିହାର, ମିଜୋରାମ ଓ ନାଗାଲାଣ୍ଡ ଭଳି ଓଡ଼ିଶାରେ ମଧ୍ୟ ମଦ ବନ୍ଦ ଦେବା ଦରକାର । ବିହାର ଭଳି ଗରିବ ରାଜ୍ୟରେ ମଦ ବନ୍ଦ ହେବାର ବର୍ଷେ ମଧ୍ୟରେ ହତ୍ୟା ଓ ଚୋରି ୨୦ ପ୍ରତିଶତ, ଦଙ୍ଗା ୧୩ ପ୍ରତିଶତ ଓ ଟ୍ରାଫିକ୍ ଦୁର୍ଘଟଣା ୧୦ ପ୍ରତିଶତ କମିବା ସହ ଦୁଗ୍ଧ ବିକ୍ରି ୧୦% ଲହୁଣୀ ୨୦୦ ପ୍ରତିଶତ ବିକ୍ରି ବୃଦ୍ଧି ପାଇଛି । ତେଣୁ ସାମାଜିକର୍ମୀ ବୃନ୍ଦ ନୂତନ ସରକାରଙ୍କୁ ଅବିଳମ୍ବେ ମଦ ବନ୍ଦ କରିବାକୁ ଆଶା ପ୍ରକଟ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୀର ଅହମ୍ମଦ ଅଲ୍ଲୀ, ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |