ଗୋଖଲେ ଆଦର୍ଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |

493

କଟକ (ଉତ୍କଳ ନ୍ୟୁଜ ) ୨୦-୦୬-୨୦୨୪: ଟାଙ୍ଗି ଚୌଦ୍ୱାର ବ୍ଲକ , ଶଙ୍କରପୁର ଗ୍ରାମପଂଚାୟତ ରେ ପ୍ରତିଷ୍ଠିତ ଯୁକ୍ତ ୨ ଗୋଖଲେ ଆଦର୍ଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ରାଉତ ଙ୍କ ଅଧ୍ୟକ୍ଷତା ରେ କଲେଜ ପରିସରରେ ମଧ୍ୟ ରେ ବୁଧବାର ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି | ଏହି ସଭା ରେ ବିଗତ ବାର୍ଷିକ ପରୀକ୍ଷା ରେ ବିଜ୍ଞାନ ବିଭାଗ ରେ ୫୮ ଜଣ ଛାତ୍ରଛାତ୍ରୀ ଏବଂ କଳା ବିଭାଗ ରେ ୧୩୪ ଜଣ ଛାତ୍ରଛାତ୍ରୀ ଙ୍କ ବାର୍ଷିକ ଫଳାଫଳ ବିଷୟ ରେ ଆଲୋଚନା କରାଯାଇଥିଲା | ବିଜ୍ଞାନ ବିଭାଗ ରେ ୧୪ ଜଣ ପ୍ରଥମ ଶ୍ରେଣୀ , ୩୧ ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୧୩ ଜଣ ତୃତୀୟ ଶ୍ରେଣୀ , କଳା ବିଭାଗ ରେ ୨୦ ଜଣ ପ୍ରଥମ ଶ୍ରେଣୀ , ୧୪ ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୮୦ ଜଣ ତୃତୀୟ ଶ୍ରେଣୀ ରେ ସଫଳତା ହାସଲ କରିଥିଲେ | ବିଜ୍ଞାନ ବିଭାଗ ରେ ଶତପ୍ରତିଶତ ଫଳାଫଳ ହୋଇଥିବା ବେଳେ କଳା ବିଭାଗ ରେ ୮୩ ପ୍ରତିଶତ ଫଳାଫଳ ହୋଇଛି | କଳା ବିଭାଗ ରେ ଛାତ୍ରୀ କୁମାରୀ ତପଶ୍ୱନୀ ମାଝୀ ଶୀର୍ଷ ସ୍ଥାନ ଦଖଲ କରିଥିବା ବେଳେ ରୁପାଲୀ ମହାରଣା ଓ ବର୍ଷାରାଣୀ ବେହେରା କ୍ରମଶଃ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଦଖଲ କରିଛନ୍ତି | ସେହିପରି ବିଜ୍ଞାନ ବିଭାଗ ରେ କୁମାରୀ ଅଙ୍କିତା ସାହୁ ସର୍ବାଧିକ ନମ୍ବର ରଖି ଶୀର୍ଷ ସ୍ଥାନ ଦଖଲ କରିଥିବା ବେଳେ କୁମାରୀ ଚନ୍ଦ୍ରିକା ଖଟୁଆ ଓ ଦୀପକ ମହାରଣା ଦ୍ୱିତୀୟ ଓ ତୃତୀୟ ସ୍ଥାନ ଦଖଲ କରିଛନ୍ତି | କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ଅଧ୍ୟକ୍ଷା ଶ୍ରୀମତୀ ରାଉତ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ର ଉଜ୍ଜଳ ଭବିଷ୍ୟତ ର ଉତ୍ତରତୋର କାମନା କରିଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ ଅର୍ଥଶାସ୍ତ୍ର ଅଧ୍ୟାପକ ଅଜୟ କୁମାର ପତି , ଇଂରାଜୀ ଅଧ୍ୟାପକ ଉତ୍ତମ କୁମାର ଦାସ , ରାଜନୀତି ଅଧ୍ୟାପକ ବ୍ରହ୍ମାନନ୍ଦ ମହାରଣା , ଗଣିତ ଅଧ୍ୟାପକ ହିମାଂଶୁ ଭୂଷଣ ସାହୁ , ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତ , ରସାୟନ ବିଜ୍ଞାନ ଅଧ୍ୟାପକ ସାରଦା ପ୍ରସାଦ ସାହୁ , ଶିକ୍ଷା ବିଭାଗ ଅଧ୍ୟାପିକା ଦୀପ୍ତି ଚାନ୍ଦ , ସମାଜ ବିଜ୍ଞାନ ଅଧ୍ୟାପିକା ସରୋଜିନୀ ମିଶ୍ର , ଓଡ଼ିଆ ଅଧ୍ୟାପକ ଦିଲ୍ଲୀପ କୁମାର ସାହୁ , ସଂସ୍କୃତ ଅଧ୍ୟାପିକା ରାଜଶ୍ରୀ ମିଶ୍ର ,, ଅର୍ଥଶାସ୍ତ୍ର ଅଧ୍ୟାପକ ସୁନୀଲ କୁମାର ବରାଳ , ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ଟୁନି ସେଠି , ଶାରୀରିକ ଶିକ୍ଷା ଶିକ୍ଷକ ଅନିଲ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ | ସଭା ପରିଶେଷ ରେ ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତ ଧନ୍ୟବଦ ଅର୍ପଣ କରିଥିଲେ | ଉକ୍ତ ସଭା କୁ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀମାନେ ସଭା ପରିଚାଳନା ରେ ସହଯୋଗ କରିଥିଲେ |