ତିହିଡି ଯୁବମଂଚ ପକ୍ଷରୁ ରଜ ମହୋତ୍ସବ ଅନୁଷ୍ଠିତ |

171

କଟକ (ଉତ୍କଳ ନ୍ୟୁଜ ) ୧୮-୦୬-୨୦୨୪ : ଓଡ଼ିଆ ସଂସ୍କୃତି, ପରମ୍ପରା ଓ ମାଟି ସହ ଜଡିତ ଥିବା ରଜପର୍ବ ଅବସରରେ ରଜ ମହୋତ୍ସବ ସାମାଜିକ ସଂଗଠନ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତିହିଡି ଯୁବମଞ୍ଚ ପକ୍ଷରୁ ତିହିଡି ଟାଉନ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳରେ ଲୁକ୍କାୟିତ ପ୍ରତିଭାମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟ୍ୟମରେ ଲୋକ ଲୋଚନକୁ ଅଣାଯାଇ ପାରୁଛି ବୋଲି ଅତିଥିମାନେ ମତ ରଖିଥିଲେ । ସଂଗଠନର ଉପଦେଷ୍ଟା ସମାଜସେବୀ ଶଚିକାନ୍ତ ନାୟକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାହିତ୍ୟିକ ତଥା ରାଜକିଶୋର ବିଶ୍ୱାଳ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ଅମରେଶ ବିଶ୍ୱାଳ, ମୁଖ୍ୟବକ୍ତା ଭାବେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ତିହିଡି ଥାନା ଅଧିକାରୀ ପ୍ରସନ୍ନ କୁମାର ନାୟକ, ଯୁବ ସମାଜସେବୀ ସିଦ୍ଧାର୍ଥ ସ୍ଥିତପ୍ରଜ୍ଞ, ଉପସଭାପତି ପ୍ରିୟବ୍ରତ ପାଢ଼ୀ ଓ ସଂଯୋଜକ ଆଇନଜୀବି ନୀଳମାଧବ ସେନାପତି ପ୍ରମୁଖ ମଞ୍ଚାସୀନ ଥିଲେ । ସଦସ୍ୟ ସୁବ୍ରତ ମିଶ୍ର ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ସାଂସ୍କୃତିକ ସଂଯୋଜକ ଯୁବ ଗାଳ୍ପିକ ମନୋଜ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାପତି କୈଳାସ ବେହେରା ସ୍ୱାଗତ ଭାଷଣ ଦେଇଥିଲେ ସମ୍ପାଦକ ନିରଞ୍ଜନ ବାରିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ରାଜକିଶୋର ବିଶ୍ୱାଳ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମେଟ୍ରିକ ବ୍ଲକ ଟପ୍ପର ଗିରିଜା ନନ୍ଦନ ସାହୁ ,ଆଦ୍ୟାଶା ଦାଶ, ସମୀର ବେହେରାଙ୍କୁ ମେଧାସମ୍ମାନ ପ୍ରଦାନ କରାଯାଇଥିଲା । ଏହା ସହ ବିନାୟକ ଯୁକ୍ତଦୁଇ ଆବାସିକ ମହାବିଦ୍ୟାଳୟ ତରଫରୁ କୃତି ଛାତ୍ରଛାତ୍ରୀଙ୍କୁ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ପରିବେଶବିତ ଗଛ ମଣିଷ ନରହରି ବେହେରା ଶହଶହ ମହିଳାଙ୍କୁ ସ୍ୱାବଲମ୍ବୀ କରାଇ ପାରିଥିବା ସିଲେଇ ପ୍ରଶିକ୍ଷକା ସୁଚିସ୍ମିତା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସାମାଜିକ ସଂଗଠନ ଭାରତ ସୋସିଆଲ ସର୍ଭିସ, ସମ୍ଭବ ଫାଉଣ୍ଡେସନ, ମେ ଆଇ ହେଲ୍ପ ୟୁ ଓ ଗୋପ ସେବା ସମାଜକୁ ସମ୍ମାନିତ କରାଯାଇଥିଲା । ସାହିତ୍ୟିକ ଶିକ୍ଷାବିତ ନିତ୍ୟାନନ୍ଦ ପଟ୍ଟନାୟକଙ୍କ ପୁସ୍ତକ "କବିତା ମାଳା ଲୋକାର୍ପିତ ହୋଇଥିଲା । ଅନୁଷ୍ଠିତ ଦ୍ୱିତୀୟ ଅଧିବେସନରେ ଅଳତା ପ୍ରତିଯୋଗିତାରେ ବରିଷ୍ଠ ବର୍ଗରେ ପୂର୍ଣ୍ଣତୋୟା ଦାଶ ପ୍ରଥମ, ସଞ୍ଜନା ସାହୁ ଦ୍ୱିତୀୟ, ମନୀଷା ସିଂ ତୃତୀୟ ଏବଂ କନିଷ୍ଠ ବର୍ଗରେ ଶ୍ୱେତବ୍ରତା ପାଣିଗ୍ରାହୀ ପ୍ରଥମ, ପ୍ରାର୍ଥନା ପାଢ଼ୀ ଦ୍ୱିତୀୟ ସୁଷମା ବଳ ଓ ଜାଗୃତି ବିଶ୍ୱାଳ ତୃତୀୟ ହୋଇଥିଲେ । ନୃତ୍ୟ ପ୍ରତିଯୋଗୀତାରେ ବରିଷ୍ଠ ବର୍ଗରେ ମନୋରମା ନାୟକ ପ୍ରଥମ, ପ୍ରାସାଦରତ୍ନ ପଣ୍ଡା ଦ୍ୱିତୀୟ, ସ୍ନେହଞ୍ଜଳି ରାଉତ ତୃତୀୟ ଏବଂ କନିଷ୍ଠ ବର୍ଗରେ ଶୁଭଶ୍ରୀ ଦାସ ପ୍ରଥମ, ସ୍ୱାଗତ ରଞ୍ଜନ ବିଶ୍ୱାଳ ଦ୍ୱିତୀୟ ଅନନ୍ୟା ପ୍ରିୟ ଦର୍ଶନୀ ମଲ୍ଲିକ ଏବଂ ସ୍ମୃତିପ୍ରଜ୍ଞା ଜେନା ତୃତୀୟ ହୋଇଥିଲେ । ପ୍ରତିଯୋଗୀଙ୍କୁ ପ୍ରେରଣା ପତ୍ର ଓ ଟ୍ରଫି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ଏବଂ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରେରଣା ପତ୍ର ପ୍ରଦାନ କରାଯାଇଥିଲା । ଅଳତାରେ ବିଚାରକ ଭାବେ କବାୟତ୍ରୀ ବିଶ୍ୱମୈତ୍ରୀ ନାୟକ, ଚିତ୍ର ଶିଳ୍ପୀ ଜୟନ୍ତ ନାୟକ ନୃତ୍ୟରେ ନୃତ୍ୟ ପ୍ରଶିକ୍ଷିକା ପ୍ରଗତିକା ଦାସ, ସ୍ନେହା ଦାସ, ଶ୍ରୀକାନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ନୃତ୍ୟ ପ୍ରତିଯୋଗିତାକୁ ବନ୍ଦେ ବିଶ୍ୱେଶ୍ୱରୀ ଦାସ ଓ ବିଭୁତି ସାମଲ ସଂଚାଳନ କରିଥିଲେ । ସଂଗଠନ ପକ୍ଷରୁ ରେଣୁବାଳା ନାଥ, ଜିତେନ୍ଦ୍ର ନାୟକ କୋଷାଧ୍ୟକ୍ଷ ସାକିରୁଦ୍ଦିନ ଖାଁ, ସୟଦ ରଫିକ, ପ୍ରଶାନ୍ତ ମହାଳିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |