କଟକ (ଉତ୍କଳନ୍ୟୁଜ ) ୧୮-୦୬-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ଇନ୍ଦିରା ନାୟକସାହିରେ ରଜ ମହୋତ୍ସବ ପାଳିତ ହୋଇଯାଇଛି । ଶିକ୍ଷକ ପ୍ରାଣକୃଷ୍ଣ ରାଉଳଙ୍କ ପୌରାହିତ୍ୟରେ ଉକ୍ତ ମହୋତ୍ସବରେ ମୁଖ୍ୟ ଅତିଥିଭାବେ ସରପଞ୍ଚ ସୁପ୍ରଭା ପାଣି, ମୁଖ୍ୟ ବକ୍ତାଭାବେ ତିହିଡି ଯୁକ୍ତତିନି କଲେଜର ଅଧ୍ୟାପକ ଦେବେନ୍ଦ୍ର ସାମଲ, ସମ୍ମାନୀତ ଅତିଥିଭାବେ ସମିତି ସଭ୍ୟ ନକୁଳ ଚରଣ ବାରିକ, ନିଳମାଧବ ପୂଜା କମିଟିର ସଭାପତି ଜଗଦିଶ ପଣ୍ଡା, ସମ୍ପାଦକ ଉମେଶ ଚନ୍ଦ୍ର ସ୍ୱାଇଁ ଓ ସମାଜସେବୀ ନାରାୟଣ ପୃଷ୍ଟି ପ୍ରମୁଖ ଯୋଗଦେଇ ଗ୍ରାମବାସୀଙ୍କୁ ଉତ୍ସାହିତ କରିଥିଲେ । ଗ୍ରାମର କୁନିିକୁନି ପିଲାମାନଙ୍କ ଦ୍ୱାରା ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଚଳିତ ମେଟ୍ରିକ୍ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ପୀରହାଟ ଶାନ୍ତି ଶୈଳେନ୍ଦ୍ର ହାଇସ୍କୁଲ, କୋହ୍ଲ ହାଇସ୍କୁଲ, ସିନ୍ଦୋଳ ଉଚ୍ଚ ବିଦ୍ୟାପୀଠ, ଆରୁହା ଓ ଆନନ୍ଦପ୍ରସାଦ ସହଯୋଗ ଉଚ୍ଚ ବିଦ୍ୟାପୀଠ, କମାରିଆର ୪ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ନଗଦ୍ ଅର୍ଥ ରାଶି ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ଅମିତ ସ୍ୱାଇଁ, ଚକ୍ରଧର ବଳ, ରଘୁନାଥ ପଣ୍ଡା, ପ୍ରଶାନ୍ତ ନାୟକ, ଦାସରଥି ବେହେରା, ରବିନ୍ଦ୍ର ନାୟକ ଓ ଆଶୁତୋଷ ନାୟକ ଓ ଗ୍ରାମବାସୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଠାରେ ସୂଚନା ଥାଉକି, ଶ୍ରୀଶ୍ରୀ ନିଳମାଧବ ପୂଜା କମିଟି ଆନୁକୂଲ୍ୟରେ ୧୯୭୮ ମସିହାଠାରୁ ଜଗନ୍ନାଥ ମହାପ୍ରଭୁଙ୍କର ଭାଗବତ ପାଠ ଅନୁଷ୍ଠିତ ହୋଇଆସୁଛି । ଏହି ଅସବରରେ ପ୍ରତିବର୍ଷ ରଜ ମହୋତ୍ସବ ଅନୁଷ୍ଠିତ ହୋଇଥାଏ । ଗ୍ରାମରେ ଲୁକ୍କାୟିତ ଥିବା କୁନି ପ୍ରତିଭାମାନେ କଳା ନୈପୁଣତା ପ୍ରଦର୍ଶନ କରିଥାନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |