ଓଡିଶା ଅଭିଭାବକ ମହାସଂଘ ନେତୃତ୍ୱରେ ଶତାଧିକ ଅଭିଭାବକ ଆମରଣ ଅନଶନରେ ବସିଲେ l

46

କଟକ (ଉତ୍କଳ ନ୍ୟୁଜ ) ୧୮-୦୬-୨୦୨୪ : ଆର ଟି ଇ ପାରଦର୍ଶୀ ପୋର୍ଟାଲରେ ଆଲଟମେଣ୍ଟ ହୋଇଥିବା ସ୍କୁଲରେ ଆଡ଼ମିସନ ନହେବାରୁ ଆଜି ନତlଲା ଠାରେ ଓଡିଶା ଅଭିଭାବକ ମହାସଂଘ ନେତୃତ୍ୱରେ ଶତାଧିକ ଅଭିଭାବକ ଆମରଣ ଅନଶନରେ ବସିଥିଲେ l ପରେ ରାଜ୍ୟ ଅତିଥି ଭବନରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ ମହାସଂଘ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ସାଧାରଣ ସମ୍ପାଦକ ସତ୍ୟଜିତ ଦାସ, କଳ୍ପନା ସାହୁ, ବିମଲ ପ୍ରଧାନ, ସଂଗୀତ ମିଶ୍ର ଆଦି ଆଲୋଚନା କରିଥିଲେ l ମନ୍ତ୍ରୀ ଆସନ୍ତା ଦୁଇ ତିନି ଦିନ ଭିତରେ ବିଭାଗୀୟ ଅଧିକାରୀଙ୍କୁ ଡାକି ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବାପରେ ଆମରଣ ଅନଶନ ଆସନ୍ତା ଦୁଇ ତିନି ଦିନ ପାଇଁ ସ୍ଥଗିତ ରଖିବା ପାଇଁ ନିଷ୍ପତି ନିଆଗଲା l ପ୍ରକାଶ ଥାଉ କି ଶିକ୍ଷା ଅଧିକାର ଆଇନ ଅନୁଯାଇ ଘରୋଇ ସ୍କୁଲରେ ୨୫ % ସିଟରେ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ ମାଗଣାରେ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଯୋଗ୍ୟ ବିବେଚିତ ପିଲାଙ୍କୁ ବିଭିନ୍ନ ସ୍କୁଲରେ ପଢିବା ପାଇଁ ସିଟ ଅlଲଟମେଣ୍ଟ କଲେ l କିଛି ସ୍କୁଲ ପିଲାଙ୍କୁ ଆଡ଼ମିସନ ନ କରି ବହୁ ବେସରକାରୀ ସ୍କୁଲ ଫେରାଇ ଦେଲେ l ବାରମ୍ବାର ବିଭାଗୀୟ ଅଧିକାରୀ ତଥା ପ୍ରାଥମିକ ଶିକ୍ଷା ନିର୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର ଓ ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ପ୍ରଜ୍ଞାପାରମିତା ଜେନାଙ୍କୁ ଅଭିଯୋଗ ପରେ ସେମାନେ ଜାଣିଶୁଣି ଆଇନକୁ ଠକି ନକରିବା ପରେ ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ ବାଧ୍ୟ ହୋଇ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ l ବିଭାଗୀୟ ନିର୍ଦେଶକ ବା ପାରଦର୍ଶୀ ପୋର୍ଟାଲର ନୋଡାଲ ଅଫିସର ଜ୍ୟୋତି ରଞ୍ଜନ ମିଶ୍ର ବ୍ୟକ୍ତିଗତ ହାଜରା ଦେଇ ପକ୍ଷ ରଖି ସବୁ ପିଲାଙ୍କୁ ସୁବନ୍ଦୋବସ୍ତ କରି ଆଡ଼ମିସନ ପାଇଁ ପ୍ରତିଶୃତି ଦେଲେ l l ଅଭିଭାବକ ମାନେ ଆସି ଦେଖା କଲେ ମଧ୍ୟ୍ୟ ସେ କୋର୍ଟ ବାହାନାରେ ଦେଖା ହେଲେନାହିଁ, ନାମଲେଖା ପାଇଁ ଜୁନ ୧୩ ତାରିଖରେ ଏକ ପତ୍ର ଲେଖି ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ନାମ ଲେଖାରେ ଖିଳାପକାରୀ ସ୍କୁଲକୁ କାରଣ ଦର୍ଶାଅ ଚିଠି କରିବାକୁ ନିର୍ଦେଶ ଦେଇଥିଲେ l ଓଡିଶା ଅଭିଭାବକ ମହାସଂଘ ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କଲାପରେ ସେ କୌଣସି ପଦକ୍ଷେପ ନେଇ ନଥିଲେ l ପ୍ରାୟ ତିନି ମାସ ହେଲା ୧୨୦ ରୁ ଉର୍ଦ୍ଧ ପିଲା ଭୁବନେଶ୍ୱରର ୪ ଗୋଟି ପ୍ରମୁଖ ବେସରକାରୀ ସ୍କୁଲରେ ନାମ ଲେଖେଇବା ପାଇଁ ଅପେକ୍ଷା କରିଛନ୍ତି l ପାରଦର୍ଶୀ ପୋର୍ଟାଲ ଦ୍ୱାରା ଚୟନ ହୋଇ ସ୍କୁଲ ପାଇଥିଲେ ମଧ୍ୟ୍ୟ ସ୍କୁଲରେ ସିଟ ଥାଇ ମଧ୍ୟ ସ୍କୁଲ ଫେରେଇଦେଲେ l ସୂଚନା ଅଧିକାର ଆଇନ ଅନୁସାରେ ଅଭିଭାବକ ମାନେ ତଥ୍ୟ ମାଗିବା ପରେ ସବୁ ସ୍କୁଲରେ ସିଟ ଖାଲି ଥିବା ଜଣାପଡିବା ପରେ ଶିକ୍ଷା ନିର୍ଦେଶକ ଓ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ସ୍କୁଲ ସହ ସିଧା ସିଧା ମଧୁଚନ୍ଦ୍ରିକା ଧରାପଡ଼ିଥିଲା l lପ୍ରାଥମିକ ଶିକ୍ଷା ନିର୍ଦ୍ଧେଶକ ସିଟ ନ ଥିବା କହି ସ୍କୁଲକୁ ସମର୍ଥନ କରିଥିଲେ l ଅଭିଭାବକ ମାନେ ନାମ ଲେଖେଇବା ପାଇଁ ବହୁ ସମସ୍ୟାରେ ଅଛନ୍ତି, ତର୍ଜମା କଲାପରେ ଜଣାପଡିଲା ଯେ ନିର୍ଦେଶକଙ୍କ ତରଫରୁ ଯେଉଁ ଅଫିଡାଭିତ କୋର୍ଟକୁ ଦିଆଯାଇଛି ସେଥିରେ ଏହି ସ୍କୁଲ ମାନଙ୍କରେ ସିଟ ଖାଲି ଅଛି l ପ୍ରାୟ ୧୨୦ ଗୋଟି ସିଟ ଖାଲି ଅଛି l ଏପରି ପରିସ୍ଥିତିରେ ସିଟ ଥାଇ ନାମ ନ ଲେଖେଇବା ଦ୍ୱାରା ସମ୍ପୃକ୍ତ ସ୍କୁଲ ଶିକ୍ଷା ଅଧିକାର ଆଇନର ଉଲଂଘନ କରିଛନ୍ତି l ସେପଟେ କିଛି ଅଭିଭାବକ ମଧ୍ୟ ଆର ଟି ଆଇ ମାଧ୍ୟମରେ ଭୁବନେଶ୍ୱର ବି ଇ ଓ ଙ୍କ ଠାରୁ ଏହି ସିଟ ଖାଲି ଥିବା ତଥ୍ୟ ହାସଲ କରିଛନ୍ତି l ବର୍ତମାନ ସ୍କୁଲ ଗୁଡିକ ଖୋଲି ଗଲାଣି ସେପଟେ ଅlଲଟମେଣ୍ଟ ହୋଇଥିବା ସ୍କୁଲରେ ଆଡ଼ମିସନ ନହେବାରୁ ଅଭିଭାବକ ମାନେ ଆଶା ଆଶଙ୍କା ଓ ଦୁଶ୍ଚିନ୍ତାରେ ରହିବା ସ୍ୱାଭାବିକ l ତେଣୁ ଆଜି ଆମରଣ ଅନଶନ ଓ ଧାରଣା ଦେଇଥିଲେ l ଆଜିର ଧାରଣାରେ ସୁବ୍ରତ ସାହୁ, ବିମଲ ପ୍ରଧାନ, ଦାଶରଥି ସାମନ୍ତରାୟ, ରେଣୁକା ମଙ୍ଗରାଜ, ବେବିନା ମହାରଣା, ଲାଲକନ୍ୟା ପ୍ରଧାନ, ସୁକାନ୍ତ ପଣ୍ଡା , ରଶ୍ମିତା ସାହୁ , ସଂଯୁକ୍ତା ବେଉରା, ସୁପ୍ରଭା ମହାରଣା, ସୁଜିତ କୁମାର ସାହୁ, ସାରଦା ପ୍ରସନ୍ନ ନନ୍ଦ, ମିନା ନାୟକ, ମିଲ୍ଲୀ ସାହୁ, ସ୍ନିଗ୍ଧାରାଣୀ ପରିଜା, ସୋନମ ବନୁ, ମାମୁନି ମଲ୍ଲିକ, ଗୋଲକ ପ୍ରଧାନ ଙ୍କ ସହ ଶତାଧିକ ଅଭିଭାବକ ଯୋଗ ଦେଇଥିଲେ l ଭୁବନେଶ୍ଵର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋଟ ଉତ୍କଳ ନିୟୁଜ ।