ଚଉଁରୀରେ ୧୭ତମ ରଜ ମହୋତ୍ସବ ପାଳିତ |

120

କଟକ (ଉତ୍କଳ ନ୍ୟୁଜ ) ୧୪-୦୬-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଚଉଁରୀରେ ୧୭ତମ ରଜ ମହୋତ୍ସୋବ ଅନୁଷ୍ଠିତ ହୋଇଯାଇଛି । ପାଶ୍ଚାତ୍ୟ ସଭ୍ୟତା ପ୍ରଭାବରେ ଓଡିଶାର ପରମ୍ପରା ଓ ସଂସ୍କୃତି ଧିରେ ଧିରେ ହଜି ଯିବାକୁ ବସିଥିବା ବେଳେ ଚଉଁରୀବାସୀଙ୍କ ଉଦ୍ୟମରେ ୨୦୦୮ ମସିହା ଠାରୁ ପାଳିତ ହୋଇ ଆସୁଥିବା ଏହି ରଜ ମହୋତ୍ସବ ଯୁବପୀଢିଙ୍କୁ ଉତ୍ସାହିତ କରିିଆସୁଛି । ଉତ୍କଳୀୟ ସଂସ୍କୃତିର ମହାନ୍ ପର୍ବ ପହିଲି ରଜରେ ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ଦୋଳି, ଝୋଟିଚିତା, ପୁଚିଖେଳ, ମେହେନ୍ଦି, କୁଇଜ୍‌, ନୃତ୍ୟ ଆଦି ପ୍ରତିଯୋଗିତା ସହ ଟଙ୍କ ତୋରାଣି, ଛୁଙ୍କ ପଖାଳ, ଶାଗ, ରଜରାଇତା, ପୋଡପିଠାର ଆୟୋଜନ ଏକ ନିଆରା ଆନନ୍ଦ ଆଣିଦେଉଛି । ଗାଁ ଗଣ୍ଡାରେ ରଜ ପର୍ବକୁ ଅଧିକ ଆକର୍ଷିତ କରିବା ଲାଗି ଏହିପରି ରଜ ମହୋତ୍ସବର ଆୟୋଜନର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତପ୍ରକାଶ ପାଇଛି । ରଜ ମହୋତ୍ସବ କମିଟିର ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ମହୋତ୍ସବରେ ମୁଖ୍ୟ ଅତିଥିଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ମୁଖ୍ୟ ବକ୍ତାଭାବେ ଅଧ୍ୟାପକ ଡ. ଅଭୟ ଦାସ, ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ ଦୀନବନ୍ଧୁ ପତି, ସାହିତ୍ୟିକ ଅଧ୍ୟାପକ ଡ. ବିଶ୍ୱରଞ୍ଜନ ଦାସ, ପ୍ରବଚିକା ବିଶ୍ୱମୈତ୍ରୀ ନାୟକ, ସମାଜସେବୀ ଦୁର୍ଗାଚରଣ ନାୟକ, ଅଜୟ ରାଉତ ଓ ଉମାକାନ୍ତ ଦାସ ସମ୍ମାନୀତ ଅତିଥିଭାବେ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଆୟୋଜିତ ପୁଚି ଖେଳ, ନୃତ୍ୟ,ଗୀତ, ମୁରୁଜ, ପିଠାପଣା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କମିଟରି ସମ୍ପାଦକ ରତିକାନ୍ତ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସାହିତ୍ୟିକ ପି. ହୃଷୀକେଶ ଧନ୍ୟବାଦ ଅର୍ପଣ କରିଥିଲେ । ସୁରେଶ ଚନ୍ଦ୍ର ଦାସ, ମନୋରଞ୍ଜନ ମହାନ୍ତି, ରମେଶ ଦାସ, ସରୋଜ ମହାନ୍ତି, ନିତ୍ୟାନନ୍ଦ ପଟ୍ଟନାୟକ, ଭକ୍ତହରି ଦାସ, ହେମନ୍ତ ମହାନ୍ତି, କାହ୍ନୁଚରଣ ବେହେରା, ସଞ୍ଜୟ ମହାଳିକ, ବଳରାମ ପଣ୍ଡା, ସ୍ଥିତିକ୍ଷା ଦାସ, ସୋମାନୀ ଦାସ ଓ ରୋମାନୀ ଦାସ ପ୍ରମୁଖ ପରିଚାଳନା କରିଥିଲେ । ତିହିଡିରୁୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |