ସାର୍ଟିଫିକେଟ ଜାଲ ନେଇ ବନ୍ତରେ ସିବିଆଇ ରେଡ୍।

285

କଟକ (ଉତ୍କଳ ନ୍ୟୁଜ ) ୧୩-୦୬-୨୦୨୪ : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବନ୍ତ ବଜାରରେ ଥିବା ପଦ୍ମାବତି କମ୍ପ୍ୟୁଟର ଏକାଡ଼େମୀରେ ସିବିଆଇ ରେଡ। ସୂଚନା ଅନୁଯାୟୀ, ସାରା ରାଜ୍ୟରେ ସିବିଆଇ ପକ୍ଷରୁ ବଡ ଧରଣର ରେଡ୍‌ ଜାରି ରହିଛି। ଯାହାକି ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ୍‌ ଜାଲ୍‌ ନେଇ ଏହି ରେଡ୍‌ ଜାରି ରହିଛି। ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୭ଟି ସ୍ଥାନରେ ରେଡ୍‌ କରୁଛି ସିବିଆଇ। କଳାହାଣ୍ଡି, ନୂଆପଡା, ରାୟଗଡା, ବାଲେଶ୍ୱର, ଭଦ୍ରକ ପ୍ରଭୁତି ଅଞ୍ଚଳରେ ରେଡ୍‌ ଚାଲିଛି। ତେବେ ଭଦ୍ରକ ଜିଲ୍ଲା ବନ୍ତ ବଜାରରେ ଥିବା ପଦ୍ମାବତୀ କମ୍ପ୍ୟୁଟର ଏକାଡ଼େମୀର ମାଲିକ ସଞ୍ଜୟ ଲେଙ୍କାଙ୍କ ଭଣ୍ଡାରଗଡିଆ ସ୍ଥିତ ବାସଭବନରେ ଛାନ୍ ଭିନ୍ କରିଥିଲା ସିବିଆଇ। ପରେ ବନ୍ତ ବଜାର ଠାରେ ଥିବା ପଦ୍ମାବତି କମ୍ପ୍ୟୁଟର ଏକାଡ଼େମୀ ଭିତରେ ଦୀର୍ଘ ସମୟ ଧରି ଖୋଳତାଡ଼ କରିବା ପରେ ଜାଲ ସାର୍ଟିଫିକେଟରେ ବ୍ୟବହୃତ କିଛି ତଥ୍ୟକୁ ଏକାଡେମୀ ଭିତରୁ ସିବିଆଇ ଠାବ କରିବାରେ ସଫଳ ହୋଇଥିବା ସୂଚନା ମିଳିଛି। ବିଭିନ୍ନ ଛାତ୍ରଛାତ୍ରୀଙ୍କ ଠାରୁ ମାଲିକ ସଞ୍ଜୟ ଲେଙ୍କା ଦୀର୍ଘ ଦିନ ହେବ ସାର୍ଟିଫିକେଟ ଆଳରେ ମୋଟା ଅଙ୍କର ଅର୍ଥ ରୋଜଗାର କରିଆସୁଥିବା ଚର୍ଚ୍ଚା ହେଉଚି। ହେଲେ ଏନେଇ କୌଣସି ଗିରଫ ଦାରି ହୋଇନଥିବା ଜଣାପଡିଛି। ତେବେ ଏହି ଛାନ୍ ଭିନରେ ସାମିଲ ଥିବା ସିବିଆଇର ଅଧିକାରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରିବାକୁ ମନା କରିଥିଲେ। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |