ନୂଆସରକାର ର କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ , ୪ ଟି ପ୍ରସ୍ତାବ ମଞ୍ଜୁର।

45

କଟକ (ଉତ୍କଳ ନ୍ୟୁଜ ) ୧୩-୦୬-୨୦୨୪ : ନୂଆସରକାର ର କ୍ୟାବିନେଟ ବୈଠକ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ | କ୍ୟାବିନେଟ ବୈଠକରେ ସମସ୍ତ ମନ୍ତ୍ରୀ ଉପସ୍ଥିତ ରହି ୪ ଟି ପ୍ରସ୍ତାବ ମଞ୍ଜୁର। ଆସନ୍ତାକାଲି ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିବ -ଶ୍ରୀମନ୍ଦିର ପରିଚାଳନା ପାଇଁ କର୍ପସ ପାଣ୍ଠି ଗଠନ କରାଯିବ ଚାଷୀଙ୍କ ବିକାଶ ପାଇଁ ସମୃଦ୍ଧ କୃଷକ ନୀତି ଲାଗୁ ହେବ ମହିଳାଙ୍କ ପାଇଁ କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା । ବିଜେପି ସରକାର ନିଜର ପ୍ରଥମ କାର୍ଯ୍ୟ ଭାବେ ଲୋକସେବା ଭବନ ପରିସରକୁ ସାମ୍ବାଦିକମାନଙ୍କ ପ୍ରବେଶ ପାଇଁ ଅନୁମତି । ଦୀର୍ଘ ୪ ବର୍ଷ ପରେ ଲୋକସେବା ଭବନରେ ଗଣମାଧ୍ୟମ ପ୍ରତିନିଧି ।ଯାହାକୁ ବିଭିନ୍ନ ସାମ୍ବାଦିକ ସଂଘ ଓ କାର୍ଯ୍ୟରତ ସାମ୍ବାଦିକମାନେ ସ୍ୱାଗତ କରିଛନ୍ତି । ୨୦୨୦ ମାର୍ଚ୍ଚ ମାସଠାରୁ ଲୋକସେବା ଭବନକୁ ପ୍ରବେଶ ମନା ଥିଲା ଯାହା ଆଜି ସମାପ୍ତ ହୋଇଯାଇଛି। ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ।