କଟକ (ଉତ୍କଳ ନ୍ୟୁଜ ) ୧୧-୦୬-୨୦୨୪ : ଓଡିଶା ର ନୂତନ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କଲା ବିଜେପି | କେନ୍ଦୁଝର ବିଧାୟକ ମୋହନ ମାଝୀ ହେବେ ଓଡିଶାର ମୁଖ୍ୟମନ୍ତ୍ରୀ | ପାଟଣାଗଡ଼ ବିଧାୟକ କେଭି ସିଂହଦେଓ ଏବଂ ନିମାପଡା ବିଧାୟିକା ପ୍ରଭାତୀ ପରିଡା ଉଭୟ ହେବେ ଉପ-ମୁଖ୍ୟମନ୍ତ୍ରୀ ।ଆସନ୍ତାକାଲି ନେବେ ଶପଥ । ଜଣେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ଫର୍ମୁଲାରେ ଓଡିଶାରେ ସରକାର ଗଢିବ ବିଜେପି | ଏନେଇ ଆଜି ବିଜେପି ବିଧାୟକ ଦଳ ବୈଠକ ରେ ନିଷ୍ପତ୍ତି ହୋଇଛି |