ସମାଜସେବୀ ଦେବେନ୍ଦ୍ର ପ୍ରସାଦ ନାୟକଙ୍କ ଶୋକସଭା |

163

କଟକ (ଉତ୍କଳ ନ୍ୟୁଜ ) ୧୦-୦୬-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅର୍ଜୁନବିନ୍ଧା ଗାଁର ସମାଜସେବୀ ଦେବେନ୍ଦ୍ର ପ୍ରସାଦ ନାୟକଙ୍କ ଏକାଦଶାହରେ ତାଙ୍କ ବାସଭବନରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ନାୟକ ଦିର୍ଘବର୍ଷ ଧରି ପୀରହାଟସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆରେ କର୍ମଚାରୀ ଥିଲେ ଏବଂ ଅର୍ଜୁନବିନ୍ଧାରେ ରହି ଆସୁଛନ୍ତି । ଜଣେ ଅମାୟୀକ, ଧର୍ମପରାୟଣ ଓ ପରୋପକାରୀ ଭାବେ ବେଶ ପରିଚିତ ଥିଲେ । ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ଜଡିତ ହେବା ସହିତ ବ୍ୟକ୍ତି ବିଶେଷରେ ମଧ୍ୟ ବହୁ ଲୋକଙ୍କୁ ସେବା ଓ ସହଯୋଗ କରି ଆସୁଥିଲେ । ନିଜ ଭିଟାମାଟି ଧାମନଗର ଅସୁରାଳୀ ଅଞ୍ଚଳର ଗୋବିନ୍ଦପୁର ଗାଁରେ ହୋଇଥିଲେ ମଧ୍ୟ ପୀରହାଟ ଅଞ୍ଚଳରେ ଅଧିକାଂଶ ଲୋକଙ୍କ ସହିତ ତାଙ୍କର ଥିଲା ତାଙ୍କର ନିବିଡ ସମ୍ପର୍କ । ଅବସର ଗ୍ରହଣ କରିବା ପରେ ମଧ୍ୟ ସେ ସମସ୍ତଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିଆସୁଥିଲେ । କିଛିଦିନ ତଳେ ବାଙ୍ଗାଲୋରରେ ରହୁଥିବା ତାଙ୍କ ପୁଅ ପାଖରେ ରହୁଥିଲେ । ଗତ ୩୦ ତାରିଖ ସଂଧ୍ୟାରେ ତାଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଯାଇଛି । ତାଙ୍କର ଏପରି ଆକସ୍ମିକ ମୃତ୍ୟୁରେ ସ୍ଥାନୀୟ ଲୋକେ ମର୍ମାହତ ଏବଂ ଶୋକସଭାରେ ତାଙ୍କର ସ୍ମୃତିଚାରଣ ସହ ଆତ୍ମାର ସଦ୍‌ଗତି କାମନା କରା ଯାଇଥିଲା । ଶିକ୍ଷାବିତ୍ ମଥୁରାମୋହନ ବେହେରାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ ଶୋକସଭାରେ ସୁବାଶ ଚନ୍ଦ୍ର ଦାସ, ସର୍ବେର୍ଶ୍ୱର ବଳ, ସଞ୍ଜିତ ବଳ, ବିଜୟ କୁମାର ପଣ୍ଡା, ପ୍ରଶାନ୍ତ ମହାନ୍ତି, ଜୟନ୍ତ ମହାନ୍ତି, ଅକ୍ଷୟ ବଳ, ବନମାଳି ଦାସ, ସଞ୍ଜୟ ଦାସ, ସୁରେନ୍ଦ୍ର ପ୍ରସାଦ ନାଥ, ରତ୍ନାକର ନାୟକ, ଦେବାଶିଶ ନାୟକ, ପ୍ରଜାପିତା ବ୍ରହ୍ମକୁମାରୀ ସତ୍ୟ, ସନ୍ଥଚରଣ ବିଶ୍ୱାଳ ପ୍ରମୁୁଖ ସ୍ୱର୍ଗତ ନାୟକଙ୍କ ସ୍ମୃୃତିଚାରଣ କରିଥିଲେ । ତିହିଡିରୁୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |