କଟକ (ଉତ୍କଳ ନ୍ୟୁଜ ) ୮-୦୬-୨୦୨୪ ; ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀର ଯୋଗ୍ୟ ବିଧାୟକ ପ୍ରାର୍ଥୀକୁ ଜିତାଇବାକୁ ରଖିଥିଲା ଲକ୍ଷ୍ୟ ରଖିଥିଲା ତିହିଡ଼ି ବିକାଶ ମଞ୍ଚ ଏବଂ ସଫଳ ମଧ୍ୟ ହୋଇଛି । ଏନେଇ ନିର୍ବାଚନ ମଣ୍ଡଳୀ ଅଧିନ ତିହିଡି ବ୍ଲକର ୯ ପଞ୍ଚାୟତର ଭୋଟର ଭାଇ ଓ ଭଉଣୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛି ତିହିଡ଼ି ବିକାଶ ମଞ୍ଚ । ତିହିଡ଼ି ବିକାଶ ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଏପିର ପ୍ରକାଶ କରିଛନ୍ତି ମଞ୍ଚର ଆବାହକ ଗୋବର୍ଦ୍ଧନ ନାୟକ । ବିକାଶ ମଞ୍ଚ ସାଧାରଣ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା । ମଞ୍ଚ ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ଜଣେ ଯୋଗ୍ୟ ପ୍ରାର୍ଥୀକୁ ଜିତାଇ ବିଧାନସଭାକୁ ପଠାଇବା ଲକ୍ଷ୍ୟ ରଖିଥିଲା । ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ, ବିଜେପି ପ୍ରାର୍ଥୀ ବାଣିକଲ୍ୟାଣ ମହାନ୍ତି ଓ କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିଲେ । ସେମାନଙ୍କ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସଙ୍କୁ ମଞ୍ଚ ଯୋଗ୍ୟ ପ୍ରାର୍ଥୀ ଭାବେ ଗ୍ରହଣ କରିଥିଲା । ବିଶେଷତଃ ମଞ୍ଚ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ୯ଟି ପଞ୍ଚାୟତର ଭୋଟରମାନେ କିପରି ମଞ୍ଚ ସମର୍ଥନ କରୁଥିବା ପ୍ରାର୍ଥୀ ଶ୍ରୀ ଦାସଙ୍କୁ ଭୋଟ ଦେବେ ସେନେଇ ଉଦ୍ୟମ ଜାରି ରଖିଥିଲା । ମଞ୍ଚ ପ୍ରାର୍ଥୀଙ୍କ ଠାରୁ ନିର୍ବାଚନରେ କୌଣସି ଆର୍ଥିକ ସହାୟତା ନନେଇ ନିଜ ଖର୍ଚ୍ଚରେ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଚେଷ୍ଟା ଚଳେଇଥିଲା । ମଞ୍ଚ ସମର୍ଥୀତ ପ୍ରାର୍ଥୀ ବିଜୟୀ ହେଲେ ୯ପଞ୍ଚାୟତରେ ଥିବା ଅବହେଳିତ ଲୋକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଉଚିତ୍ ସହାୟତା ଯୋଗାଇ ଦେବାକୁ ବିଧାୟକଙ୍କ ପାଖରେ ଦାବି କରାଯିବ ବୋଲି ନିଷ୍ପତ୍ତି ନିଆ ଯାଇଥିଲା । ତେବେ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଶ୍ରୀ ଦାସ ବିକାଶ ମଞ୍ଚ ସହଯୋଗରେ ବିଜୟଲାଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ୯ପଞ୍ଚାୟତର ଯେଉଁମାନେ ସରକାରୀ ସୁବିଧାରୁ ବଂଚିତ ଅଛନ୍ତି ସେମାନଙ୍କ ପାଇଁ ଶ୍ରୀ ଦାସଙ୍କ ନିକଟରେ ଦାବି କରାଯିବ ବୋଲି ଆବାହାକ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପରମେଶ୍ୱର ମହାଳିକ, ଜଗନ୍ନାଥ ଦାସ, ରାଜେନ୍ଦ୍ର କୁମାର ସାହୁ, ଅମିତାଭ ବାରିକ, କୈଳାସ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |