କଟକ (ଉତ୍କଳ ନ୍ୟୁଜ ) ୦୬-୦୬-୨୦୨୪ : ଚଳିତବର୍ଷ ସର୍ବଭାରତୀୟ ନିଟ ପ୍ରବେଶିକା ଫଳ ପ୍ରକାଶ ପାଇଥିବା ବେଳେ ଟେଟ୍ରାହେଡ୍ରନ ଗୃପ ଅଫ ଇନଷ୍ଟିଚ୍ୟୁସନ୍ସ ର ଛାତ୍ରଛାତ୍ରୀ ମାନେ ଅପୂର୍ବ ସଫଳତା ହାସଲ କରିଛନ୍ତି | ନିଟ କୋଚିଂ ନେଉଥିବା ସମୁଦାୟ ୧୪୦ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟ ରୁ ପ୍ରାୟ ୧୧୫ ଜଣ ଛାତ୍ରଛାତ୍ରୀ ୬୦୦ ରୁ ଉର୍ଧ ନମ୍ବର ରଖିଥିବା ବେଳେ ସେମାନଙ୍କ ମଧ୍ୟ ରୁ ୫ ଜଣ ବିଦ୍ୟାର୍ଥୀ ସତ୍ୟଜିତ ସ୍ୱାଇଁ , ଅବିନାଶ ସାହୁ , ସ୍ୱସ୍ତିକ ଦଳାଇ , ଦିପ୍ତିମୟୀ ବେହେରା ଏବଂ ସତ୍ୟଜିତ ବେହେରା ଫ୍ରେଶର ଭାବ ରେ ଏହି କୃତିତ୍ୱ ହାସଲ କରିବା ସହିତ ଅନୁଷ୍ଠାନ ର ଗୌରବ ବୃଦ୍ଧି କରିଛନ୍ତି | ପାଞ୍ଚଜଣ ବିଦ୍ୟାର୍ଥୀ ୭୦୦ ରୁ ଉର୍ଧ ନମ୍ବର ରଖିଥିବା କମଳାକାନ୍ତ ଦାସ ୭୧୫ ନମ୍ବର ରଖି ଓଡିଶା ରେ ପ୍ରଥମ ସ୍ଥାନ ରେ ରହିଥିବା ବେଳେ ଜିଜ୍ଞାସୁ ପରିଡା ଓ ରାହୁଲ କର୍ମୀ ଉଭୟ ୭୦୫ ନମ୍ବର ରଖିଛନ୍ତି | ସେହିପରି ଓମ ପ୍ରକାଶ ସାହୁ ଏବଂ ସ୍ଵାଗତିକା ପ୍ରିୟଦର୍ଶିନୀ ସାହୁ ଉଭୟ - ୭୦୦ ରୁ ଉର୍ଧ ନମ୍ବର ରଖିବାର ଗୌରବ ଅର୍ଜ୍ଜନ କରିଛନ୍ତି | ବିଦ୍ୟାର୍ଥୀ ମାନଙ୍କ ର ଏହି ସଫଳତା ରେ ଟେଟ୍ରାହେଡ୍ରନ ଗୃପ ଅଫ ଇନଷ୍ଟିଚ୍ୟୁସନ୍ସ ରେ ଖୁସି ର ବାତାବରଣ ସୃଷ୍ଟି ହୋଇଛି | ଏହି ପରିପ୍ରେକ୍ଷୀ ରେ କଲେଜ ପରିସରରେ ନିଟ ର ସଫଳତା ହାସଲ କରିଥିବା ବିଦ୍ୟାର୍ଥୀ ତଥା ସେମାନଙ୍କ ଅଭିଭାବକ ଙ୍କ ନିମନ୍ତେ ୬-୬-୨୪ ରିଖ ଗୁରୁବାର ଦିନ ଅପରାହ୍ନ ରେରେ ଏକ ସମ୍ବର୍ଧନା ସଭା ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିବେଦ ବେହେରା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା | ସେଥିପାଇଁ ଉଭୟ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ବିଦ୍ୟାର୍ଥିମାନେ କିପରି ଏହି ଶିକ୍ଷାନୁଷ୍ଠାନ ରେ ନିର୍ଦ୍ଧିଷ୍ଟ ଶିକ୍ଷା ପ୍ରଣାଳୀ ତଥା ଗାଇଡ଼ ଲାଇନ ମାନି କୃତକାର୍ଯ୍ୟ ହୋଇଛନ୍ତି ସେ ଭାବବିହ୍ୱଳ କଣ୍ଠ ରେ ପ୍ରକାଶ କରିଥିଲେ | ଏଥିରେ ଅନ୍ୟମନନଙ୍କ ମଧ୍ୟ ରେ ବରିଷ୍ଠ ପ୍ରାଧ୍ୟାପକ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ରାଉତ ଏବଂ ଶ୍ରୀଯୁକ୍ତ ବୈକୁଣ୍ଠ ନାରାୟଣ ଦାସ ଉଭୟ ପିଲାମାନଙ୍କ ର ଭବିଷ୍ୟତ ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ | ଅନ୍ୟମାନଙ୍କ ମଧ୍ୟ ରେ ଅଧ୍ୟାପକ ମହେଶ୍ୱର ପରିଡା , ଭାଗିରଥି ମଲ୍ଲିକ , ଅଶୋକ ରାଉଳ , ମିଲନ ସାମଲ , କମଳାକାନ୍ତ ସାହୁ , ଅମିତାଭ ବେହେରା , ମାନସ ମିଶ୍ର , କେଶବ ଚନ୍ଦ୍ର ନାଥ , ସତ୍ୟସାଇ ବିଶ୍ୱାଳ , ରଶ୍ମିରଂଜନ ଦାସ , ସୁମନ କୁମାର , ନାରାୟଣ ସାହୁ , ଅନଙ୍ଗ ଉଦୟ ବଳ , ଅକ୍ଷୟ ମହାନ୍ତି , ବିନୟ କୁମାର , ମାନସ ଖୁଣ୍ଟିଆ , ଶୁଭ୍ରକାନ୍ତ ମହାପାତ୍ର ପ୍ରମୁଖ ଯୋଗଦାନ ଦେବା ସହିତ ସହକର୍ମୀ ଭାବ ରେ କୈଳାସ ଚନ୍ଦ୍ର ପରିଡା , ଦୀପାଞ୍ଜଳି ସାହୁ , ଲିପ୍ଶାମୟୀ ସାହୁ , ପ୍ରପିତା ପରିଡା ପ୍ରଭୃତି ଯୋଗଦାନ କରିଥିଲେ | ଏହି ସମ୍ବର୍ଧନା ଅବସରରେ ଟେଟ୍ରାହେଡ୍ରନ ଗୃପ ଅଫ ଇନଷ୍ଟିଚ୍ୟୁସନ୍ସ ପକ୍ଷ ରୁ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ନିଟ ପରୀକ୍ଷା ରେ ଯେଉଁ ବିଦ୍ୟାର୍ଥୀ ମାନେ ୬୦୦ ରୁ ଅଧିକ ନମ୍ବର ରଖିଥିବେ ସେମାନଙ୍କୁ ମାଗଣା ରେ ଶିକ୍ଷାଦାନ ଦିଆଯିବା ସହିତ , ୫୯୦ ରୁ ଉର୍ଧ ମାର୍କ ରଖିଥିବା ବିଦ୍ୟାର୍ଥୀଙ୍କୁ ମାତ୍ର ୧୦, ୦୦୦ ( ଦଶ ହଜାର ) ତାଙ୍କ ରେ କୋଚିଂ ପ୍ରଦାନ କରାଯିବ ବୋଲି ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ବେହେରା ଘୋଷଣା କରିଥିଲେ | ସେହିପରି ୫୮୦ ରୁ ଉର୍ଧ ମାର୍କ ରଖିଥିବା ବିଦ୍ୟାର୍ଥୀ ମାନଙ୍କୁ ୨୦,୦୦୦ (କୋଡିଏ ହଜାର ) ଟଙ୍କା , ୫୭୦ ରୁ ଉର୍ଧ ମାର୍କ ରଖିଥିବା ବିଦ୍ୟାର୍ଥୀ ମାନଙ୍କୁ ୩୦,୦୦୦ (ତିରିଶ ହଜାର ) ଟଙ୍କା , ୫୬୦ ରୁ ଉର୍ଧ ମାର୍କ ରଖିଥିବା ବିଦ୍ୟାର୍ଥୀ ମାନଙ୍କୁ ୪୦, ୦୦୦ (ଚାଳିଶ ହଜାର ) ଟଙ୍କା , ୫୫୦ ରୁ ଉର୍ଧ ମାର୍କ ରଖିଥିବା ବିଦ୍ୟାର୍ଥୀ ମାନଙ୍କୁ ୫୦, ୦୦୦ (ପଚାଶ ହଜାର ) ଟଙ୍କା , ୫୨୫ ରୁ ଉର୍ଧ ମାର୍କ ରଖିଥିବା ବିଦ୍ୟାର୍ଥୀ ମାନଙ୍କୁ ୬୦, ୦୦୦ (ଷାଠିଏ ହଜାର ) ଟଙ୍କା , ଏବଂ ୫୦୦ ରୁ ଉର୍ଧ ମାର୍କ ରଖିଥବା ବିଦ୍ୟାର୍ଥୀମାନଙ୍କୁ ୭୦ , ୦୦୦ (ସତୁରି ହଜାର ) ରେ କୋଚିଂ ପ୍ରଦାନ କରାଯିବ ବୋଲି ସେ ସୂଚନା ପ୍ରଦାନ କରିଥିଲେ |