କଡ୍ଡା ସୁରକ୍ଷା ବଳରେ ମଧ୍ୟରେ ଶାନ୍ତି ଶୃଙ୍ଖଳାରେ ମତଦାନ ଆରମ୍ଭ |

134

କଟକ (ଉତ୍କଳ ନ୍ୟୁଜ ) ୦୧-୦୬-୨୦୨୪ : ରାଜ୍ୟର ଶେଷ ପର୍ଯ୍ୟାୟ ନିର୍ବାଚନ ଶନିବାର ସକାଳ ୭ ଘଟିକାରୁ ଆରମ୍ଭ ହୋଇଯାଇଛି । କଡ୍ଡା ସୁରକ୍ଷା ବଳୟ ମଧ୍ୟରେ ଏହି ମତଦାନ ଚାଲିଛି । ତେବେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲୁଥିବା ଜଣାଯାଇଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ୩୧ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର ୧୩ ପଞ୍ଚାୟତ ଧାମନଗର ନିର୍ବାଚନ ମଣ୍ଡଳୀରେ ରହିଥିବା ବେଳେ ବାସୁଦେବପୁର ନିର୍ବାଚନର ମଣ୍ଡଳୀର ୯ ଓ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ୯ଟି ପଞ୍ଚାୟତ ରହିଛି । ଯାହାକୁ ନେଇ ତିହିଡି ପ୍ରଶାସନ ବେଶ ଚଳଚଞ୍ଚଳ ହୋଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ମତଦାନ ଆରମ୍ଭ ହୋଇଥିଲା । ଧାମନଗର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥି ଡାକ୍ତର ସଞ୍ଜୟ ଦାସ କାଁପଡା ପଞ୍ଚାୟତ ଅଧିନ ତଳକାଁପଡା ପ୍ରାଥମିକ ବିଦ୍ୟାଳୟ ୭୯ ନମ୍ବର ବୁଥ୍‌ରେ ମତଦାନ କରିଛନ୍ତି । ଗାଁ ଲୋକଙ୍କ ଭଲପାଇବା ତଥା ଶାନ୍ତି ଶୃଙ୍କଳାରେ ମତଦାନ ହେଉଥିବା ନେଇ ଖୁସିବ୍ୟକ୍ତ କରିଛନ୍ତି । ଅସହାୟ ବୃଦ୍ଧ, ବୃଦ୍ଧା ଏପରିକି ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦେବା ଲାଗି ପ୍ରଶାସନିକୁ ଅବଗତ କରିବା ସହିତ ଅଧିକରୁ ଅଧିକ ମତଦାନ କରିବା ଲାଗି ସେ ନିବେଦନ କରିଛନ୍ତି । ଏହି ପଞ୍ଚାୟତ ଅଧିନ ବାସୁଳୀ ପଡିଆ ନିକଟସ୍ଥ କାଁପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୩ଟି ବୁଥ୍ ହୋଇଛି । ତନ୍ମଧ୍ୟରୁ ୭୫ ନମ୍ବର ବୁଥ୍‌ରେ ଦିବା ୯ ଘଟିକା ପର୍ଯ୍ୟନ୍ତ ମତଦାନ ଆରମ୍ଭ ହୋଇନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଇଭିଏମ ମେସିନ୍ ତୃଟି ଥିବା କୁହାଯାଉଛି । ଏନେଇ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |