ବାସୁଦେବପୁରରୁ ପରିବାର ରାଜନୀତିକୁ ପ୍ରତିହତ କରିବା ଲକ୍ଷ୍ୟରେ କଂଗ୍ରେସ |

83

କଟକ (ଉତ୍କଳ ନ୍ୟୁଜ ) ୨୯-୦୫-୨୦୨୪ : ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ୪୫ ବର୍ଷର ପାରିବାରିକ ରାଜନୀତିକୁ ପ୍ରତିହତ କରିବା ଲକ୍ଷ୍ୟରେ କଂଗ୍ରେସ ଉଦ୍ୟମ ଚଳାଇଛି । ପୀଢି ପରେ ପୀଢି ବିଧାୟକ ଆସନ ଅଳଙ୍କୃତ କରୁଛନ୍ତି ରାଉତରାୟ ପରିବାର । ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନିଳମଣୀ ରାଉତରାୟ, ପ୍ରାକ୍ତନ ମନ୍ତ୍ରୀ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟ ଏବଂ ତାଙ୍କ ପରେ ୨୦୧୯ ମସିହାରୁ ବିଷ୍ଣୁବ୍ରତ ରାଉତ ଆସନ ମାଡି ବସିଛନ୍ତି । ହେଲେ ନିର୍ବାଚନ ମଣ୍ଡଳୀର ଦୁଃଖ ଲାଘବ ହେବା ଅବସମ୍ଭାବୀ ହୋଇ ପଡିଛି । କର୍ମୀମାନଙ୍କ ସନ୍ତୁଷ୍ଟିକରଣ ଲାଗି ବିଧାୟକ ବେଶ ତତ୍ପରତା ପ୍ରକାଶ କରୁଥିବା ବେଳେ ସାଧାରଣ ଜନତା କେତେକ ମୌଳିକ ସୁବିଧାରୁ ବଞ୍ôଚତ ହୋଇଛନ୍ତି । କୃଷି ଓ କୃଷକର ଉନ୍ନତି ପାଇଁ କୌଣସି ସୁବିଧା କରାଯାଇନାହିଁ । ପ୍ରତି ନିର୍ବାଚନ ଆସିଲେ ବିଧାୟକଙ୍କ ପରିବାର ଲୋକେ ଆସନ୍ତି ଆଉ ଅହେତୁକ ପ୍ରତିଶୃତି ଦେଇ ଯାଆନ୍ତି । ଆଉ ଜିତିବା ପରେ କାହାରି ଦେଖା ମିଳେନା । ବନ୍ୟା, ବାତ୍ୟା ଠାରୁ ଆରମ୍ଭ କରି ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କଂଗ୍ରେସ ପ୍ରାର୍ଥି ଅଶୋକ ଦାସ ଆସିଥାନ୍ତି । କେବଳ ସେତିକି ନୁହେଁ ଏକୋଶିଆ ଠାରୁ ମୃତ୍ୟୁ ଓ ଏକାଦଶାହ କାର୍ଯ୍ୟରେ ମଧ୍ୟ ଯୋଗ ଦେଇଥାନ୍ତି । ଲୋକଙ୍କ ଭଲ ପାଇବା ରହିଛି ଏବଂ ରହିବ ମଧ୍ୟ । ମାତ୍ର ନିର୍ବାଚନ ସମୟରେ ଭୋଟରମାନେ କେତେକ କାରଣରୁ ବିଜେଡି ପ୍ରତି ଆଶକ୍ତି ଆଉ ସେ ଜିତି ଯାଆନ୍ତି ମଧ୍ୟ । ସମୟ ଆସିଛି ଏକ ହୁଅନ୍ତୁ ଆଉ ବିଜେଡି ଉପରେ ଭରଷା ନକରି କଂଗ୍ରେସ ପ୍ରତି ସମର୍ଥନ ହାତ ବଢାନ୍ତୁ । ଏପରି ସ୍ଲୋଗାନ୍ ଦେଇ ଆଜି ତିହିଡି ବ୍ଲକ ବାହାବଳପୁର ପଞ୍ଚାୟତରେ କଂଗ୍ରେସ କର୍ମୀମାନେ ପ୍ରଚାର ଚଳେଇଥିଲେ । ତେବେ ଗାଁଗଣ୍ଡାରେ ସେମାନଙ୍କୁ ଅହେତୁକ ସମର୍ଥନ ମିଳିଛି ଏବଂ ଆଗାମି ଦିନରେ କଂଗ୍ରେସ ପ୍ରାର୍ଥି ଅଶୋକ ଦାସ ବିଜୟୀ ହେବା ନିସନ୍ଦେହ ବୋଲି କୁହାଯାଉଛି । ପଞ୍ଚାୟତ ସଭାପତି ସୁବାଶ ସାହୁଙ୍କ ନେତୃତ୍ୱରେ ବ୍ଲକ ସଭାପତି ସରୋଜ କୁମାର ଦାସଙ୍କ ସମେତ ବରିଷ୍ଠ ନେତା ପିତାମ୍ବର ସେଠୀ, ଦୁର୍ଯ୍ୟୋଧନ ମଳିକ, ଅମରେନ୍ଦ୍ର ବେହେରା, ସର୍ବେଶ୍ୱର ବାରିକ, ବିକ୍ରମ ଜେନା, ଗୌରାଙ୍ଗ ଦାସ, ସୁବାଶ ମାଝୀ, ଲକ୍ଷ୍ମୀଧର ବେହେରା, ମଧୁସୂଦନ ଦାସ, ଶରତ ବେହେରା, ରାଧାଶ୍ୟାମ ମହାକୁଡ, ମାୟାଧର ଦାସ, ନବକିଶୋର ଧଳ, ମାଗୁଣୀ ମାଝୀ, ବିଜୟ ମାଝୀ ପ୍ରମୁଖ ୫ ଶହରୁ ଉର୍ଦ୍ଧ କର୍ମୀ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଗ୍ରାମ ପରିକ୍ରମା କରି ଭୋଟ ନିବେଦନ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |