ମୋଦି ହଟାଅ ସମ୍ବିଧାନ ବଞ୍ଚାଅ : ମଲ୍ଲୀକାର୍ଜୁନ ଖଡ଼ଗେ |

335

କଟକ (ଉତ୍କଳ ନ୍ୟୁଜ ) ୨୯-୦୫-୨୦୨୪ : ମୋଦି ହଟାଅ ସମ୍ବିଧାନ ବଞ୍ଚାଅ ଏଭଳି ନାରା ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖଡ଼ଗେ । ବୁଧବାର ଦିବା ୩ଘଟିକା ସମୟରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମତୋ କଚେରୀ ପଡିଆଠାରେ ଭାରତୀୟ ଜାତୀୟ କଂଗ୍ରେସର ଅଧକ୍ଷ ମଲ୍ଲୀକାର୍ଜୁନ ଖଡ଼ଗେ ପହଂଚି କଂଗ୍ରେସ ତରଫରୁ ଆୟୋଜିତ ବିରାଟ ଜନ ସମାବେଶରେ ଯୋଗ ଦେଇଥିଲେ । ଉକ୍ତ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧିତ କରି ସାରିବା ପରେ କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାରର ଦୁର୍ନୀତି ଉପରେ ଆଲୋଚନା କରିବା ସହିତ ବିଜେପି ଦୁର୍ନୀତି ଓ ଚାଷୀଙ୍କୁ ହତ୍ୟା କରିବା ପଛରେ ଓଡିଶା ସରକାରର ସମର୍ଥନକୁ ଓଡିଶାବାସୀ ବରଦାସ୍ତ ନ କରିବା ଦରକାର । ଜୁନ ୪ ତାରିଖରେ ମୋଦି ଆଉ ସାହା କରିଥିବା ଚାକିରୀ ଚାଲିଯିବ କିନ୍ତୁ ମୁଁ କରିଥିବା ଚାକିରୀ କେବେ ବି ଯିବନି ଏହିଭଳି ଅନେକ କଥା ବିଜେପି ଓ ବିଜେଡି ବିରୋଧରେ କହିଥିଲେ । ଚାନ୍ଦବାଲି ବିଧାୟକ ପ୍ରାର୍ଥି ଅମୀୟ ମହାପାତ୍ର, ସାଂସଦ ପ୍ରାର୍ଥି ଅନନ୍ତ ପ୍ରସାଦ ସେଠୀ, ବିଧାୟକ ତାରାପ୍ରସାଦ ବାହିନୀ ପତି, ସତ୍ୟାନନ୍ଦ ରାଉତ, ଦିଗମ୍ବର ଦାସ, ମଧୁମିତା ସେଠୀ, ଓଡିଶା ପ୍ରଭାରୀ ଅଜୟ କୁମାର, ବଦ୍ରୀନାଥ ନାୟକ, ସରୋଜ ଦାସ, ବୃନ୍ଦାବନ ମହାଳିକ, କୁମାର ଚିରଞ୍ଜୀବ, ବୈଲୋଚନ ପଣ୍ଡା, ପ୍ରମିଳା ମାଝୀ, ଅଭୟ ସାହୁ, ସୁବାସ ଚନ୍ଦ୍ର ନାୟକ, ଶ୍ରୀବାସ ଦାସ, ସୁଦର୍ଶନ ମାହୁନ୍ତ, ସମ୍ବିତ ଦାସ, ଆଶିଷ ମାହୁନ୍ତ, ସୁଲୋଚନା ନାୟକ, ରମେଶ ନାୟକ, ଅମୁଲ୍ୟ ମହାକୁ, ରମେଶ ଓଝା, ଅର୍ଜୁନି ବେହେରା, ସୁଦର୍ଶନ ସ୍ୱାଇଁ, ବସନ୍ତ ନାୟକ, ପୂର୍ଣ୍ଣିମା ନାୟକ, ସଞ୍ଜୁଲତା ମାଝୀ, ପୃଥ୍ୱୀରାଜ ନାୟକ, ସୁରେନ୍ଦ୍ର ପାଢ଼ୀ, ସୁରେଶ ନାୟକ, ସୁରେନ୍ଦ୍ର ନାୟକ, ବ୍ରହ୍ମାନନ୍ଦ ପରିଡା, ଅକ୍ଷୟ ଧଳ ଓ ଦିଲ୍ଲୀପ ବିଶ୍ୱାଳ ପ୍ରମୁଖଙ୍କ ସମତେ ହଜାର ହଜାର ଜନସାଧାରଣ ଯୋଗ ଦେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ