ଧର୍ମପତ୍ନୀଙ୍କ ପ୍ରଚାରରେ ବିଷ୍ଣୁବ୍ରତଙ୍କ ପାଇଁ ବଢୁଛି ମହିଳାମାନଙ୍କ ସମର୍ଥନ |

95

କଟକ (ଉତ୍କଳ ନ୍ୟୁଜ ) ୨୯-୦୫-୨୦୨୪ : ଧର୍ମପତ୍ନୀଙ୍କ ପ୍ରଚାରରେ ବିଷ୍ଣୁବ୍ରତଙ୍କ ପାଇଁ ବଢୁଛି ମହିଳାମାନଙ୍କ ସମର୍ଥନ । ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯେଉଁସବୁ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇଥିଲେ ସେଥିରେ ସାଧାରଣ ଜନତା ବେଶ ଖୁସିଥିବା ବାରି ହେଉଛି । ଏବଂ ଦ୍ୱୀତିୟ ପାଳିରେ ଲୋକଙ୍କ ସମର୍ଥନରେ ବିଜୟର ତିଲକ ପିନ୍ଧିବେ ଏବଂ ବାକିଥିବା କାମ ହାତକୁ ନେବେ । ବିଗତ ୪୫ ବର୍ଷ ହେଲା ସେବାରେ ନିୟୋଜିତ ଅଛନ୍ତି ରାଉତରାୟ ପରିବାର । ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନିଳମଣି ରାଉତରାୟ, ପ୍ରାକ୍ତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରେ ୨୦୧୯ ମସିହାରୁ ବିଷ୍ଣୁବ୍ରତ ରାଉତରାୟ ସାଧାରଣ ଲୋକଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତି । କଥାରେ ନୁହେଁ ବରଂ ଉନ୍ନଉନ ମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଏବଂ ଆଗାମି ଦିନରେ ଅନେକ ସ୍ୱପ୍ନ ରହିଛି ଯାହାକୁ ପୂରଣ କରିବାକୁ ସମସ୍ତଙ୍କ ସମର୍ଥନର ଆବଶ୍ୟକତା ରହିଛି ବୋଲି ତିହିଡି ବ୍ଲକ ମଙ୍ଗଳପୁର ଗାଁରେ ଆୟୋଜିତ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମରେ ଯୋଗଦେଇ ବିଷ୍ଣୁବ୍ରତ ରାଉତରାୟଙ୍କ ଧର୍ମପତ୍ନୀ ଋତୁପୂର୍ଣ୍ଣା ସ୍ରୋତସ୍ୱିନୀ ରାଉତରାୟ ଉଦ୍‌ବୋଧନ ଦେଇଥିଲେ । ଘର ଘର ବୁଲି ଭୋଟରଙ୍କୁ ଭେଟି ପୁସିଂ କାର୍ଡ ଦେବା ସହିତ ଡମି ଇଭିଏମ୍ ଦେଖାଇ କିଭଳି ଭାବେ ଯୋଡି ଶଙ୍ଖରେ ଭୋଟ ଦିଆଯିବ ସେନେଇ ସୂଚନା ମହିଳାମାନଙ୍କୁ ଦେଇଥିଲେ । ସେହିପରି ସରପଞ୍ଚ ପୁଷ୍ପାଞ୍ଜଳୀ ଲେଙ୍କା ଯୋଗଦେଇ ବିଜୁ ଜନତା ଦଳ ଏକ ଆନ୍ଦୋଳନ ବୋଲି କହିଥିଲେ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯାବତୀୟ ଯୋଜନାମାନ ପ୍ରଣୟନ କରି ଲୋକଙ୍କ ହୃଦୟରେ ସ୍ଥାନ ପାଇଥିବା ବେଳେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା, ୫-ଟି ଯୋଜନା, ଆମ ଓଡିଶା ନବୀନ ଓଡିଶା ଏବଂ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ପ୍ରଦାନ ଆଦି ବିରୋଧିଙ୍କ ନିଦ ହଜେଇ ସାରିଲାଣି । ତେବେ ନବୀନ ପଟ୍ଟନାୟକ ଷଷ୍ଠ ଥର ହେବାନେଇ ଦଳ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶହେ ୟୁନିଟ୍ ପର୍ଯ୍ୟନ୍ତି ବିଦ୍ୟୁତ ବିଲ୍ ଛାଡ ସହିତ ବେକାର ଯୁବକ/ଯୁବତୀଙ୍କ ନିଯୁକ୍ତି ପ୍ରଦାନ କରାଯିବ ଏବଂ ଆଗାମି ୨୦୩୬ ମସିହା ପର୍ଯ୍ୟନ୍ତ ଯୁବଗୋଷ୍ଠିଙ୍କ ବିକାଶ ମୂଳକ ପଦକ୍ଷେପ ନିଆଯିବ ବୋଲି ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଥିବା ଭୋଟରଙ୍କୁ ସୂଚନା ଦେଇଥିଲେ । ୱାର୍ଡ ସଭ୍ୟା ଲକ୍ଷ୍ମୀପ୍ରିୟା ମହାଳିକ ଓ ମନୋରମା ସେଠୀ, ବିଜୟା ମହାଳିକ, ମମତା ଦାସ, ଶାନ୍ତିଲତା ମଳିକ, ବାସନ୍ତୀ ମଳିକ, ସ୍ନେହଲତା ମଳିକ, ବାସନ୍ତୀ ବାରିକ ପ୍ରମୁଖ ସାମିଲ ହୋଇଥିବା ବେଳେ ବିଜେଡି ଜିଲ୍ଲା ସମ୍ପାଦକ କମଳାକାନ୍ତ ଲେଙ୍କା, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରବୀର ନାୟକ, ପଞ୍ଚାୟତ ସଭାପତି ମହେଶ୍ୱର ବାରିକ, ବିପିନ ଦାସ, ସଞ୍ଜୟ ମହାଳିକ, ବିଦ୍ୟାଧର ମହାଳିକ, ଗଦାଧର ମଳିକ, ମନୋଜ ମଳିକ, ଦୀନବନ୍ଧୁ ମଳିକ, ଦେବାଶିଶ ମହାଳିକ, ସନାତନ ସେଠୀ, ଅକ୍ଷୟ ସେଠୀ, ରାଜୁ ସେଠୀ, ରଞ୍ଜନ ଗିରି ପ୍ରମୁଖ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |