ବ୍ୟୋମକେଶଙ୍କ ହ୍ୟାଟ୍ରିକ୍ ବିଜୟ ଲାଗି ଦୌଲତପୁରରେ ମହିଳାଙ୍କ ପ୍ରଚାର ଜୋରଦାର |

230

କଟକ (ଉତ୍କଳ ନ୍ୟୁଜ ) ୨୯-୦୫-୨୦୨୪ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଜେଡି ପକ୍ଷରୁ ବିଧାୟକ ପ୍ରାର୍ଥି ଡ.ବ୍ୟୋମକେଶ ରାୟଙ୍କ ହ୍ୟାଟ୍ରିକ୍ ବିଜୟ ଲାଗି ତିହିଡି ବ୍ଲକ ଅଧିନ ଦୌଲତପୁର ପଞ୍ଚାୟତେ ମହିଳାମାନଙ୍କ ପ୍ରଚାର ଜୋରଦାର ହେଉଛି । ସମିତି ସଭ୍ୟା ସଙ୍ଘମିତ୍ରା ମୋହିନୀଙ୍କ ସମେତ ମାମିନା ବେହେରା, ନମିତା ବେହେରା, ଶାନ୍ତିଲତା ବେହେରା, ସରସ୍ୱତୀ ବେହେରା, ସୁଲୋଚନା ସେନାପତି, ମିନାକ୍ଷୀ ଜେନା, ମୀନତୀ ବାରିକ, ମଧୁସ୍ମିତା ନାୟକ, ସାବିତ୍ରୀ ରାଉତ ଓ ଭାରତୀ ଜେନା ପ୍ରମୁଖ ଟାଣୁଆ ମହିଳା କର୍ମୀମାନେ ସାମିଲ ହୋଇ ବିଭିନ୍ନ ଗାଁଗଣ୍ଡାରେ ଘର ଘର ବୁଲି ପୋଷ୍ଟର ଲଗାଇବା ସହିତ ଭୋଟରଙ୍କୁ ପୁସିଂ କାର୍ଡ ବାଣ୍ଟୁଛନ୍ତି । କାଁଭାଁ ଭୋଟର ନିରବ ରହୁଥିବା ବେଳେ ମାତ୍ରାଧିକ ସମର୍ଥନ ମିଳୁଛି । ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାରେ ମହିଳାମାନେ ଉପକୃତ ହୋଇ ପାରିଛନ୍ତି । ଅନ୍ୟପଟେ ବିଧାୟକ ବ୍ୟୋମକେଶ ରାୟ ବିଗତ ୧୦ ବର୍ଷ ମଧ୍ୟରେ ନର୍ବାଚନ ମଣ୍ଡଳୀର ବହୁ ଉନ୍ନୟନ କାର୍ଯ୍ୟ କରିଛନ୍ତି । ନଦୀ ନାଳ ଭରା ନିର୍ବାଚନ ମଣ୍ଡଳୀଟି ବିଗତ ଦିନରେ ଅବହେଳିତ ହୋଇ ପଡିଥିଲା ଯାହାର ଭୌଗଳିକ ସ୍ଥିତି ପରିବର୍ତ୍ତନ କରିବାରେ ସକ୍ଷମ ହୋଇଛନ୍ତି ବିଧାୟକ ଶ୍ରୀ ରାୟ । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ପ୍ରଶସ୍ତ୍ରି କରଣ ଠାରୁ ଆରମ୍ଭ କରି ବାଂଶଡା ସତୁ, ୧୩୨ କେଭିଏ ଗ୍ରୀଡ୍ ସ୍ଥାପନ, ଗାଁ ଠାରୁ ପଞ୍ଚାୟତ ଏବଂ ବ୍ଲକ ପର୍ଯ୍ୟନ୍ତ ଗମନାଗମନର ସୁବ୍ୟବସ୍ଥା, କୃଷି ପାଇଁ ନଦୀବନ୍ଧ ନିର୍ମାଣ ଓ ଫୁଟ୍ ବ୍ରିଜ୍‌, ଆଡିବନ୍ଧ ସୁଦୃଢିକରଣ, ପାର୍କ, ଶ୍ମଶାନ, ଷ୍ଟାଡିୟମ, ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଆଦି ବହୁ ଯୋଜନା କାର୍ଯ୍ୟକ୍ଷମ କରାଇଛନ୍ତି । ପ୍ରତି ନିର୍ବାଚନରେ ବିରୋଧି ଆସନ୍ତି ଆଉ ଦେଇ ଯାଆନ୍ତି ହାତୀଘୋଡାର ପ୍ରତିଶୃତି ହେଲେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଲାଗି ତାଙ୍କର କୌଣସି ଅବଦାନ ନାହିଁ । ସେମାନଙ୍କ କାନକୁହା କଥାରେ ନପଡି ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ । ଏହି ପଞ୍ଚାୟତଟି ବିଜେଡି ସପକ୍ଷରେ ଭୋଟ ରହିଛି ଏବଂ ଚାନ୍ଦବାଲିରୁ ୨୦ ହଜାରରୁ ଉର୍ଦ୍ଧ ଭୋଟରେ ବ୍ୟୋମକେଶ ରାୟ ବିଜୟୀ ହେବେ ବୋଲି ମହିଳାମାନେ ଆଶା ବାନ୍ଧିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |