ସମୃଦ୍ଧ ଓଡିଶା ଗଠନ କରିବ ବିଜୁ ଜନତା ଦଳ-ଭି.କେ ପାଣ୍ଡିଆନ୍‌ |

383

କଟକ (ଉତ୍କଳ ନ୍ୟୁଜ ) ୨୭-୦୫- ୨୦୨୪ : ସମୃଦ୍ଧ ଓଡିଶା ଗଠନ କରିବ ବିଜୁ ଜନତା ଦଳ । ରାଜ୍ୟବାସୀଙ୍କ ନିରଙ୍କୁଶ ସମର୍ଥନ ପାଇ ଏଥର ପୁଣି ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୁତ କରିବେ ଏବଂ ଭଦ୍ରକ ଜିଲ୍ଲା ସାଂସଦ ପ୍ରାର୍ଥିନୀଙ୍କ ସମେତ ସମସ୍ତ ଆସନ ହାତେଇବ ବୋଲି ତିହିଡି ବ୍ଲକ ମଙ୍ଗଳପୁର ପଂଚାୟତ କମାରିଆସ୍ଥିତ ତାରିଣୀ ପଡିଆରେ ଆୟୋଜିତ କର୍ମୀ ସମାବେଶରେ ବରିଷ୍ଠ ନେତା ଭି.କେ ପାଣ୍ଡିଆନ୍ ଯୋଗଦେଇ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ମଞ୍ଚରେ ଉପସ୍ଥିତ ଭଦ୍ରକ ଜିଲ୍ଲା ସାଂସଦ ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳଙ୍କ ସମେତ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥି ବିଷ୍ଣୁବ୍ରତ ରାଉତରାୟ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଡ. ବ୍ୟୋମକେଶ ରାୟ, ଧାମନଗର ଡ.ସଞ୍ଜୟ କୁମାର ଦାସ ଓ ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଗୁରୁମନ୍ତ୍ର ଦେବା ସହ କର୍ମୀମାନଙ୍କୁ ରାଜ୍ୟ ସରକାରଙ୍କ ୫ ପାଳିର ସଫଳତା ଶୁଣାଇଥିଲେ । ସରକାର ଗଠନ ହେବାପରେ ବିଦ୍ୟୁତ ବିଲ୍ (ଶହେ ୟୁନିଟ୍ ପର୍ଯ୍ୟନ୍ତ) ଛାଡ ସହିତ ଯୁବଗୋଷ୍ଠିଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯିବ ଏବଂ ମହିଳା ଗୋଷ୍ଠିର ସଭ୍ୟାମାନଙ୍କୁ ୬୦ ବର୍ଷ ପରେ ଭତ୍ତାର ବ୍ୟବସ୍ଥା କରାଯିବ ବୋଲି ନିର୍ବାଚନୀ ପ୍ରତି ଦେଇଥିଲେ । ୩ଟି ନିର୍ବାଚନ ମଣ୍ଡଳୀର ହଜାର ହାଜର କର୍ମୀଙ୍କ ସମାଗମ ପ୍ରାର୍ଥିମାନଙ୍କର ବିଜୟର ଆଶାକୁ ଦ୍ୱିଗୁଣିତ କରିଛି । ତିହିଡି ବ୍ଲକଟି ତିନି ନିର୍ବାଚନ ମଣ୍ଡଳୀର ପେଣ୍ଠସ୍ଥଳ । ବାସୁଦେବପୁରର ୯ ପଞ୍ଚାୟତ ସମେତ ଚାନ୍ଦବାଲିର ୧୩ ଓ ଧାମନଗର ନିର୍ବାଚନ ମଣ୍ଡଳୀର ୯ ପଞ୍ଚାୟତ ସାମିଲ ରହିଛି । ୩ ଜଣ ପ୍ରାର୍ଥିଙ୍କ ଭାଗ୍ୟ ସର୍ବଦା ତିହିଡି ବ୍ଲକର ଏହି ୩୧ ପଞ୍ଚାୟତ ଉପରେ ନିର୍ଭର କରିଥାଏ । ଯାହାକୁୁ ନେଇ ଏହି ତିହିଡି ବ୍ଲକ ଉପରେ ସମସ୍ତଙ୍କ ନଜର ରହିଥାଏ । ଏଥର ସମସ୍ତ ବିଧାୟକ ବିଜୟର ମୁକୁଟ୍ ପିନ୍ଧିିବା ସହିତ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ପାରିବେ ବୋଲି ଜନସମୂଦ୍ର ସମାବେଶରୁ ଏହା ସ୍ପଷ୍ଟ ବାରି ହୋଇଛି ବୋଲି ମଞ୍ଚାସୀନ ନେତାଙ୍କ ପକ୍ଷରୁ ମତପ୍ରକାଶ ପାଇଥିଲା । ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ମଙ୍ଗଳପୁର ସରପଞ୍ଚ ପୁଷ୍ପାଞ୍ଜଳୀ ଲେଙ୍କା, ସମିତି ସଭ୍ୟା ତଥା ବ୍ଲକ ଉପାଧ୍ୟକ୍ଷା ଶୁଭଦ୍ରା ଶତପଥି, ସିନ୍ଦୋଳ ସରପଞ୍ଚ ସୁପ୍ରଭା ପାଣି, ସମିତି ସଭ୍ୟ ମକୁଳ ଚରଣ ବାରିକ, ପ୍ରଭାତ ମିଶ୍ର, ଯଶୋଦା ମଲ୍ଲିକ, ଗୌରୀଶଙ୍କର ଜେନା, ଯଶୋଦା ମଲ୍ଲିକ, ପ୍ରଶାନ୍ତ ବିଶ୍ୱାଳ, ଜୟଶ୍ରୀ ବେହେରା, ଗୋପବନ୍ଧୁ ସେନାପତି, ଜିଲ୍ଲା ଉପସଭାପତି ସୁରେନ୍ଦ୍ର ନାୟକ, ଜିଲ୍ଲା ସମ୍ପାଦକ କମଳାକାନ୍ତ ଲେଙ୍କା, ଜିଲ୍ଲା ଯୁବ ବିଜେଡିର ଉପସଭାପତି ଅନ୍ନପୂର୍ଣ୍ଣା ପରିଡା, ବରିଷ୍ଠ ନେତା ହରିହର ସେନାପତି, ବିଶିଷ୍ଟ ସମାଜସେବୀ ହରିହର ଲେଙ୍କା, ଜିଲ୍ଲା ପରିଷଦ ସଭ୍ୟା ବିଦ୍ୟୁତଲତା ନାୟକ, ରୁଜାତା ପଣ୍ଡା, ସୁମତି ସେଠୀ, ଅମୁଲ୍ୟ ମାଝୀ, ରଞ୍ଜନ ସାହୁ ଓ ପ୍ରିନ୍ସ ରାକେଶ ନାୟକ, ନରେଶ ମାଝୀ, ବଳଭଦ୍ର ମାଠ, ବ୍ଲକ ସଭାପତି ରଘୁନାଥ ପଣ୍ଡା, ବ୍ଲକ କାର୍ଯ୍ୟକାରୀ ସଭାପତି ବାପୁଜୀ ନାୟକ, ଚିନ୍ତାମଣି ଦାସ, ପ୍ରିୟବନ୍ଧୁ ମାଝୀ, ପ୍ରବୀର ନାୟକ, ମାନସ ପାଠୀ, ପ୍ରଦୀପ ପଣ୍ଡା, ଆଦିତ୍ୟ ଜେନା, ମାନସ ସାହୁ, ମାନସ ନାୟକ, ଶଶିକାନ୍ତ ବିଶ୍ୱାଳ, କିର୍ତ୍ତନ ରାଉତ, ତାପସ ମହାପାତ୍ର, ବୈକୁଣ୍ଠନାଥ ପାଣି, ବିଷ୍ଣୁ ମହାନ୍ତି, ଅରୁଣ ବାରିକ, ଜିତେନ୍ଦ୍ର ନାୟକ, ରାଜେନ୍ଦ୍ର ବଳ, ନିତ୍ୟାନନ୍ଦ ବେହେରା, ଉମାକାନ୍ତ ସେଠୀ, ଛନ୍ଦାଚରଣ ନାୟକ, ଅମର ଦାସ, କୃଷ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ୩ଟି ନିର୍ବାଚନ ମଣ୍ଡଳୀର ଶତାଧିକ ନେତା ଓ ଟାଣୁଆ ସଂଗଠକ ଉପସ୍ଥିତ ଥିଲେ । ସୋମବାର ଅପରାହ୍ନରେ ବାସୁଦେବପୁର ଯାଦବ ପଡିଆରେ ଉଦ୍‌ବୋଧନ ଦେବାପରେ ସିଧାସଳଖ ହେଲିକେପ୍ଟର ଯୋଗେ ତାରିଣୀ ପଡିଆକୁ ଆସିଥିଲେ । ଦଳୀୟ ପ୍ରସ୍ତୁତି ସହ ପ୍ରାଶସନିକ ସ୍ତରରେ ସୁରକ୍ଷା ବ୍ୟବସ୍ଥାକୁ କଡ୍ଡାକଡି କରାଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |