ଚାନ୍ଦବାଲିରେ ବିଜେଡି ଓ ବିଜେପିକୁ ମାତ୍‌ଦେଇ ବିଜୟ ଲକ୍ଷ୍ୟରେ ଅମିୟ ମହାପାତ୍ର |

69

କଟକ (ଉତ୍କଳ ନ୍ୟୁଜ ) ୨୫-୦୫-୨୦୨୪ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପିକୁ ମାତ୍‌ଦେଇ ବିଜୟ ଲକ୍ଷ୍ୟରେ କଂଗ୍ରେସ ପ୍ରାର୍ଥି ଅମିୟ ମହାପାତ୍ର । ଗତ ୨୦୧୪ ଏହି ଆସନରେ ସେ ପ୍ରାର୍ଥି ହୋଇଥିଲେ । ସେତେବେଳର ସମର୍ଥନ ଅପେକ୍ଷା ଚଳିତ ନିର୍ବାଚନରେ ତାଙ୍କୁ ମିଳୁଛି ଅହେତୁକ ସମର୍ଥନ । ଯାହାକୁ ନେଇ ସେ ବେଶ ଆଶାବାଦୀ ଅଛନ୍ତି । ରାଜ୍ୟର ୯ ବର୍ଷର ମେଣ୍ଟ ସରକାର ଆଉ ୧୫ ବର୍ଷର ବିଜେଡି ସରକାର ଓଡିଶା ପାଇଁ କିଛି କରିନାହିଁ । କର୍ମୀମାନଙ୍କୁ ସୁହାଇଲା ପରି ଯୋଜନା ପ୍ରଣୟନ କରି ଲୁଟି ଚାଲିଛନ୍ତି । ରାଜ୍ୟ ସରକାର ଦୂର୍ନୀତି ଓ ଭ୍ରଷ୍ଟାଚାରରେ ଉବୁଟୁବୁ ହେଉଥିବା ବେଳେ ମହିଳା ଆଜି ସୁରକ୍ଷିତ ନୁହଁନ୍ତି । ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଆଜିବି ଅପହଞ୍ଚ ହୋଇଛି । ବେକାରୀ ସଂଖ୍ୟା ଦିନକୁ ଦିନ ବୃଦ୍ଦି ପାଉଛି । ଓଡିଶାରେ ପର୍ଯ୍ୟପ୍ତ ପରିମାଣରେ ଖଣିଜ ସମ୍ପଦ ରହିଥିବା ବେଳେ ସେନେଇ କୌଣସି କଳକାରଖାନା ଅବସ୍ଥାପିତ କରାଯାଉନି । ସେହିପରି କେନ୍ଦ୍ରରେ ବିଜେପି ସରକାର ଲୋକଙ୍କୁ ଭୁଆଁ ବୁଲାଉଛି । ବିଦେଶରୁ କଳାଧନ ଫେରିବା, ବେକାର ଯୁବକ/ଯୁବତୀ ନିଯୁକ୍ତି, ଜମାଖାତାକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିବା ଆଦି ପ୍ରହସନରେ ପରିଣତ ହୋଇଛି । ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ନିୟନ୍ତ୍ରଣ ବାହାରେ । ତୈଳ ଦର ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି କାରଣରୁ ସମସ୍ତ ସାମଗ୍ରୀ ଦର ବୃଦ୍ଧି ପାଉଛି । ନିର୍ବାଚନ ଆସିଲେ ଉଭୟ ଦଳ ହାତୀ ଦେବୁ, ଘୋଡା ଦେବୁ ଓ ସରକାରୀ ଯୋଜନା ପ୍ରଣୟନ କରିବୁ ଆଦି ପ୍ରତିଶୃତି ଦେଇ ଭୋଟ ନିଅନ୍ତି ଏବଂ ଜିତିବା ପରେ “କାଶିଆ କିଏ ନା କପିଳା କିଏ” ନ୍ୟାୟରେ ଲୁଟି ଚାଲନ୍ତି । ଏହାକୁ ଦମନ କରିବାର ବେଳ ଆସିଛି । କଂଗ୍ରେସକୁ ଭୋଟ ଦେଇ ଏକ ସୁସ୍ଥ ଓ ନିର୍ମଳ ସରକାର ଗଠନ କରିବାକୁ ପୀରହାଟ ଅଧିନ ବାମନବିନ୍ଧା, ହରସିଂହପୁର ଓ ଦୌଲତପୁର ପଞ୍ଚାୟତରେ ବାଇକ୍ ଶୋଭାଯାତ୍ରାରେ ପ୍ରାର୍ଥି ଶ୍ରୀ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଚାନ୍ଦବାଲିରେ ବିଜେଡି ଭୟଭିତ ହୋଇଯାଇଛି । ଏଥର ସମର୍ଥନ ହରାଇବା ଭୟରେ ବିଭିନ୍ନ ସଭା ସମିତିରେ କଂଗ୍ରେସକୁ ଭୋଟ ନଦେବକୁ ପରାମର୍ଶ ଦେଉଛି ଯାହାକୁ ଦୃଢ ନିନ୍ଦା କରିଛନ୍ତି ଶ୍ରୀ ମହାପାତ୍ର । ଏଥର କଂଗ୍ରେସ ସରକାର ଗଠନ କଲେ ଦରଦାମ ନିୟନ୍ତ୍ରଣ କରିବା ସହିତ ଚାଷୀଙ୍କ ସୁବିଧା, ବିଦୁୁ୍ୟତ୍ ବିଲ୍ ଛାଡ ଆଦି ବହୁ ଯୋଜନା ରହିଛି ବୋଲି କହିଥିଲେ । ସର୍ବେଶ୍ୱର ବେହେରା, ସୁଦର୍ଶନ ସ୍ୱାଇଁ, ପ୍ରଦୀପ ମହାନ୍ତି, ସୁରେନ୍ଦ୍ର ବଳ, ଶ୍ରୀଧର ବେହେରା, ଲକ୍ଷ୍ମୀକାନ୍ତ ପରିିହାରି, ମନୋଜ ବେହେରା, ବସନ୍ତ ନାୟକ, ମୃତ୍ୟୁଞ୍ଜୟ ସାହୁ, ସୀତାକାନ୍ତ ବାରିକ, ସୁଦର୍ଶନ ବାରିକ, ଭକ୍ତହରି ବଳ, ନରେନ୍ଦ୍ର ବଳ, ପ୍ରହ୍ଲାଦ ମହାକୁଡ, ସମୟ ବେହେରା, ଅଜୟ ବେହେରା, ଅକ୍ଷୟ ବେହେରା, ସଞ୍ଜୟ ବେହେରା, ଦେବାଶିଶ ସାହୁ, ଜଗବନ୍ଧୁ ଦାସ, ତାରେଲି ସାହା, ରାମକୃଷ୍ଣ ପାଣିଗ୍ରାହୀ, ବସନ୍ତ ସାହୁ, ସନାତନ ସାହୁ, ଶରତ ଜେନା, ରାଜେନ୍ଦ୍ର ବାରିକ, ପ୍ରତାପ ଦାସ, ଶ୍ରୀକାନ୍ତ ବେହେରା ଓ ସଦାଶିବ ସାହୁ ପ୍ରମୁୁଖ ଶତାଧିକ କର୍ମୀ ଉକ୍ତ ବାଇକ୍ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |