ତିନିଜଣ ପ୍ରାକ୍ତନ ବିଧାୟକଙ୍କ ସମର୍ଥନରେ ଦୁଲୁକୁଛି ସଞ୍ଜୟ ଦାସଙ୍କ ପ୍ରଚାର ମୈଦାନ ଚର୍ଚ୍ଚାରେ ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀ |
କଟକ (ଉତ୍କଳ ନ୍ୟୁଜ ) ୨୫-୦୫-୨୦୨୪ : ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ସଂପ୍ରତି ତିନିଜଣ ପ୍ରାକ୍ତନ ବିଧାୟକଙ୍କ ସମର୍ଥନରେ ବିଜେଡି ପ୍ରାର୍ଥି ଡାକ୍ତର ସଞ୍ଜୟ ଦାସଙ୍କ ପ୍ରଚାର ମୈଦାନ ସଂପ୍ରତି ଦୁଲୁକୁଛି । ତିନିଜଣ ହେଲେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ବିଜୟ କୁମାର ନାୟକ, ଧାମନଗର ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ଓ ମୁକ୍ତିକାନ୍ତ ନାୟକ । ରାଜନୀତିରେ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ନେତା ମୁକ୍ତିକାନ୍ତ ମଣ୍ଡଳ ୨୦୧୪ ନିର୍ବାଚନରେ ଧାମନଗର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ । ଶ୍ରୀ ମଣ୍ଡଳ ବିଗତ କିଛି ମାସ ହେଲା ସଞ୍ଜୟଙ୍କୁ ପ୍ରାର୍ଥି କରିବା ଲାଗି ରାଜ୍ୟ ସ୍ତରରେ ଚାପ ସୃଷ୍ଟି କରିଥିଲେ ଏବଂ ଶେଷରେ ସେଇଆ ହିଁ ହେଲା । ସେହିପରି ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ଚେହେରା ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ଗତ କିଛିଦିନ ହେଲା ସଞ୍ଜୟଙ୍କ ପ୍ରଚାରର ପ୍ରମୁଖ ମଙ୍ଗ ଧରିଛନ୍ତି । ବିରୋଧି ବିଜେପି ଠାରୁ ଅପମାନିତ ହୋଇ ଶେଷରେ ସ୍ୱଗୃହକୁ ଫେରିଛନ୍ତି ଏବଂ ପ୍ରତିଶୋଧ ନେବା ଲକ୍ଷ୍ୟରେ ସଞ୍ଜୟଙ୍କ ପାଇଁ ପ୍ରଚାର କରିବା ସହିତ ଭିନ୍ନ ଢାଞ୍ଚାରେ ଛାମୁଆ ନେତା ଓ କର୍ମୀମାନଙ୍କୁ ଭେଟି ଭୋଟ ନିବେଦନ କରୁଛନ୍ତି । ପ୍ରତିଦିନ କେଉଁଠି ନାଁ କେଉଁଠି ଏହି ତିନିଜଣ ନେତାଙ୍କ ମଧ୍ୟରୁ ଜଣେ ଦୁଇଜଣ ସଞ୍ଜୟଙ୍କ ପ୍ରଚାରରେ ରହୁଛନ୍ତି ଏବଂ ରାତିଦିନ ଏକକରି ଜି-ଜାନ୍ ଲଗାଇ ଭୋଟରଙ୍କ ମନ ଜିଣିବାରେ ସକ୍ଷମ ହେଉଛନ୍ତି । ସେମାନଙ୍କ ଉଦ୍ୟମରେ ଶହ ଶହ ବିଜେପି ଓ କଂଗ୍ରେସ ଦଳ ତ୍ୟାଗକରି ବିଜେଡିରେ ସାମିଲ ହେଉଛନ୍ତି । ରାଜ୍ୟ ରାଜନୀତିରେ ପ୍ରମୁଖ ଆସନ ମଧ୍ୟରେ ଏହି ଧାମନଗର ଆସନଟି ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । କାରଣ ଏଠାରେ ବିରୋଧି ଦଳର ବରିଷ୍ଠ ନେତା ସ୍ୱର୍ଗତ ବିଷ୍ଣୁ ସେଠୀ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପିରୁ ଲଢୁଛନ୍ତି । ସେ ଗତ ୨୦୨୨ ମସିହା ଉପନିର୍ବାଚନରେ ଜିତିଥିଲେ ଏବଂ ଏଥର ଫୁଲ୍ ଦମରେ ଲାଗି ପଡିଛନ୍ତି । ତାଙ୍କ ବିଜୟର ବାନା ବାନ୍ଧିବା ଲାଗି ବାହାର ରାଜ୍ୟର ବିଧାୟକ, କେନ୍ଦ୍ରମନ୍ତ୍ରୀ, ରାଷ୍ଟ୍ରିୟ ଅଧ୍ୟକ୍ଷ ପ୍ରମୁଖ ଧାମନଗରରେ ପ୍ରଚାର କରୁଛନ୍ତି । ତେବେ ତୃଣମୂଳ ସ୍ତରରେ ବିଜେଡିର ଭୋଟ ଅଛି ଏବଂ ସଂଗଠନ ମଧ୍ୟ ଅଛି ଯାହାକୁ ପାଥେୟ କରି ପ୍ରାର୍ଥି ସଞ୍ଜୟ ଦାସ ନିର୍ବାଚନୀ ବୈତରଣୀ ପାର୍ ହେବେ ବୋଲି ପ୍ରାକ୍ତନ ବିଧାୟକ ଶ୍ରୀ ନାୟକ ଦୃଢୋକ୍ତି ସହ ପ୍ରକାଶ କରିଛନ୍ତି । ରାଜ୍ୟ ନବୀନ ପଟ୍ଟନାୟକ ସରକାର ଏକ ସ୍ଥିର ସରକାର ଯିଏକି ପାଞ୍ଚ ପାଳି ଧରି ଓଡିଶାକୁ ଶାସନ କରୁଛି । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଯୋଜନା ପ୍ରଣୟନ କରିଥିବା ବେଳେ ମହିଳାମାନଙ୍କୁ ସ୍ୱାବଲମ୍ଭୀ କରିବାରେ ସକ୍ଷମ ହୋଇଛି । ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ପ୍ରଦାନ, ୫-ଟି ଯୋଜନା, ଲକ୍ଷ୍ମୀ ବସ ଯୋଜନା ଓ ଆମ ଓଡିଶା ନବୀନ ଓଡିଶା ଆଦି ଯୋଜନାରେ ସମସ୍ତ ଗାଁକୁ କାମ ସହିତ ମଠ ମନ୍ଦିରର ପୂନଃରୁଦ୍ଧାର କରାଯାଇଛି । ଏଥର ସରକାର ଆସିଲେ ୨୦୩୬ ମସିହା ପର୍ଯ୍ୟନ୍ତ ରାଜ୍ୟରେ ଯୁବକମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯିବ ବୋଲି ପ୍ରତିଶୃତି ମିଳିଛି । ଦଳର ପ୍ରମୁଖ ସମ୍ମାନ ଥିବା କାରଣରୁ ଏହି ଆସନରୁ ଡାକ୍ତର ସଞ୍ଜୟ ଦାସଙ୍କ ବିଜୟ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ତିନିଜଣ ପ୍ରାକ୍ତନ ବିଧାୟକଙ୍କ ସହିତ ଦୁଇଟି ବ୍ଲକ ଓ ପୌରାଞ୍ଚଳର ନେତା, ଛାମୁଆ ନେତା ଓ ଟାଣୁଆ କର୍ମୀମାନେ ଦୈନିକ ପ୍ରଚାରରେ ଲାଗି ପଡିଛନ୍ତି । ତେବେ ଆସନ୍ତୁ ଜାଣିବା ୨୦୦୯ ମସିହାରୁ ଏହି ଆସନରୁ କିଏ କେତେ ଭୋଟ ପାଇଥିଲା । ୨୦୦୯ ମସିହାରେ ଏହି ଆସନରୁ ବିଜେଡି ପ୍ରାର୍ଥି ରାଜେନ୍ଦ୍ର କୁମାର ଦାସ ୪୮, ୪୨୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜେପିର ବିଷ୍ଣୁ ସେଠୀ ୪୩, ୪୮୦ ଖଣ୍ଡ ଏବଂ କଂଗ୍ରେସରୁ ତେତ୍ରାନନ୍ଦ ମଳିକ ମାତ୍ର ୨୯, ୮୪୪ ଖଣ୍ଡ ଭୋଟ ପାଇଥିଲେ । ୨୦୧୪ ମସିହାରେ ବିଜେଡି ପ୍ରାର୍ଥି ୭୧, ୫୩୮ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିଲେ । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜେପିର ବିଷ୍ଣୁ ସେଠୀ ୬୨, ୩୪୬ ଖଣ୍ଡ ଏବଂ କଂଗ୍ରେସରୁ ହୃଦାନନ୍ଦ ସେଠୀ ମାତ୍ର ୧୨, ୦୪୬ ଖଣ୍ଡ ଭୋଟ ପାଇଥିଲେ । ତେବେ ୨୦୧୯ ମସିହାରେ ସ୍ଥିତି ବଦଳିଗଲା । ବିଜେପି ପ୍ରାଥି ବିଷ୍ଣୁ ସେଠୀ ୮୦, ୧୧୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାଥି ରାଜେନ୍ଦ୍ର କୁମାର ଦାସ ୭୫,୪୮୬ ଖଣ୍ଡ ଏବଂ କଂଗ୍ରେସରୁ ବିଦ୍ୟାଧର ସେଠୀ ମାତ୍ର ୭,୩୦୩ ଖଣ୍ଡ ଭୋଟ ପାଇଥିଲେ । ତେବେ ଦୁଇଥର ପରାଜୟ କରିବା ପରେ ବିଷ୍ଣୁ ସେଠୀଙ୍କ ଭୋଟରଙ୍କ ସମର୍ଥନ ମିଳିଥିଲା ବୋଲି ବିଜେଡି ପକ୍ଷରୁ କୁହାଯାଉଛି ଏବଂ ବିଜେଡିର ପ୍ରଚାର ପ୍ରସାରରେ ଦୁର୍ବଳ ଥିବାନେଇ ଏପରି ଦଶା ଭୋଗିବାକୁ ପଡିଥିଲା ବୋଲି ଆଉ କେତେକ କହୁଛନ୍ତି । ତେବେ ୨୦୨୨ ମସିହାରେ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜୟ ହାସଲ କରିଥିଲେ । ବିଜେଡିର ଦୁର୍ବଳ ପ୍ରାର୍ଥି ଏବଂ ପ୍ରାକ୍ତନ ବିଧାୟକ ଶ୍ରୀ ଦାସ ଦଳୀୟ ପ୍ରାର୍ଥିତ୍ୱରୁ ବଞ୍ôଚତ ହେବାପରେ ସ୍ୱାଧିନ ଭାବେ ନିର୍ବାଚନ ମୈଦାନରେ ଝାସ ଦେବା ଏହାର ମୂଳ କାରଣ ବୋଲି ବିଜେଡି ସମିକ୍ଷା କରିସାରିଛି । ଏଥର ଯେପରି କୌଣସି ତୃଟି ନରହେ ସେନେଇ ରାଜ୍ୟ ମୁଖିଆଙ୍କ ନିର୍ଦ୍ଦେଶ ମଧ୍ୟ ରହିଛି । ଯାହାକୁ ଆଧାର କରି ବିଜେଡି ଖସଡା ପ୍ରସ୍ତୁତ କରି ପ୍ରଚାର ଅଭିଯାନ ଚଳାଇଛି ଏବଂ ଏହି ଆସନ ହାତେଇବ ବୋଲି ଆଶା ବାନ୍ଧିଛି । ତେବେ ଭୋଟର କାହା ମୁଣ୍ଡଳରେ ସୁନା କଳସ ଢାଳୁଛନ୍ତି ତାହା ସମୟ କହିବ । ତିହିଡିରୁ ସଞ୍ଜୟ ଦାସଙ୍କ ର