ହାଇୱା ଧକ୍କାରେ ବାଇକ୍ ଆରୋହୀ ମୃତ, ୨ ଆହତ |

110

କଟକ (ଉତ୍କଳ ନ୍ୟୁଜ ) ୨୦-୦୫-୨୦୨୪ : ଭଦ୍ରକ-ଚାନ୍ଦବାଲି ରାସ୍ତାର ଆରୁହା ଛକ ନିକଟରେ ଗତକାଲି ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଯୁବକ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ଚିକିତ୍ସା ଲାଗି ତିହିଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ଅବସ୍ତା ଅଧିକ ଗୁରୁତର ହେବାକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମୃତ ଯୁବକ ହେଉଛନ୍ତି ପୀରହାଟ ଥାନା ଅନ୍ତର୍ଗତ ମାଲପୁର ଗାଁର ପାଗଳା ଜେନାଙ୍କ ପୁଅ ଭାଗିରଥି ଜେନା(୨୫) । ଗୁରୁତର ଆହତ ହୋଇଥିବା ଯୁବକ ଦ୍ୱୟ ହେଉଛନ୍ତି ସେହି ମାଲପୁର ଗାଁର ବାଇନ ଜେନାଙ୍କ ପୁଅ ବିମଳ ଜେନା(୨୫) ଓ ଗଦି ନିଳକଣ୍ଠପୁର ଗାଁର ସୁଦର୍ଶନ ରାଉତଙ୍କ ପୁଅ ବାବାଜୀ ରାଉତ(୨୬)। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତକ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତାରୋକ କରାଯାଇଥିଲା। ଫଳରେ ପ୍ରାୟ ୪ ଘଣ୍ଟାକାଳ ରାସ୍ତାର ଉଭୟ ପାଶ୍ୱର୍ରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲଲା । ପରେ ପୋଲିସ ହସ୍ତକ୍ଷେପରେ ସମାଧାନ ହୋଇଥିଲା । ପ୍ରକାଶ ଥାଉକି, ଗତକାଲି ସଂଧ୍ୟାରେ ୨ଟି ପୃଥକ ପୃଥକ ବାଇକରେ ଉକ୍ତ ୩ ଜଣ ଯୁବକ ତିହିଡି ଆଡକୁ ଆସୁଥିବା ବେଳେ ପଛପଟୁ ଏକ ହାଇୱା ନଂ-ଓଆର-୨୨-ଏକ୍ସ-୫୪୫୫ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଗୋଟିଏ ବାଇକରେ ଥିବା ମାଲପୁର ଗାଁର ଭାଗିରଥିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟତମ ଯୁବକ ବିମଳ ଗୁରୁତର ଆହତ ହୋଇଥିଲେ । ସେହିପରି ଅନ୍ୟ ବାଇକରେ ଆସୁଥିବା ଗଦି ଅଞ୍ଚଳର ବାବାଜୀ ବି ଗୁରୁତର ଆହତ ହୋଇଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |