ବିଜେପି ଐଶାନ୍ୟଚଣ୍ଡୀ ମଣ୍ଡଳର ମାତୃ ଆଶୀର୍ବାଦ ସମ୍ମିଳନୀ |

101

କଟକ (ଉତ୍କଳ ନ୍ୟୁଜ ) ୨୦-୦୫-୨୦୨୪ : ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ଅଧିନ ତିହିଡ଼ି ବ୍ଲକ ଐଶାନ୍ୟଚଣ୍ଡୀ ମଣ୍ଡଳ ତରଫରୁ ଏକ ବିଶାଳ ମାତୃଆଶୀର୍ବାଦ ସମ୍ମିଳନୀ ବୋଡ଼କ ବଜାରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତିହିଡ଼ି ବ୍ଲକର ୧୩ ପଞ୍ଚାୟତରୁ ତିନି ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ । ରାଜ୍ୟରେ ଶାସନ ବ୍ୟବସ୍ଥାର ପରିବର୍ତ୍ତର୍ନ ହେଲେ ମା’ମାନଙ୍କର ଅବସ୍ଥାର ପରିବର୍ତ୍ତର୍ନ ହେବ । ଶାସକ ଦଳ ଯେଉଁ ମହିଳା ସଶକ୍ତୀକରଣ କଥା କହୁଛି ତାହା ବାସ୍ତବ କ୍ଷେତ୍ରରେ ପ୍ରତିଫଳିତ ହୋଇନାହିଁ । ମହିଳା ମଣ୍ଡଳ ଋଣ ପାଇଁ ଗଲେ ଲାଞ୍ଚ ଦେବାକୁ ହେଉଛି । ମହିଳାମାନଙ୍କୁ ଧମକ ଚମକ ତଥା ବିଭିନ୍ନ ଲୋଭ ଦେଖାଇ ଆଗ୍ରହ ନଥିଲେ ବି ବିଜେଡି ସଭାକୁ ଅଣା ଯାଉଛି । ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଓଡ଼ିଶାର ଯୁବକମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ରାଜ୍ୟରେ ଏକ ନିକମ୍ମା ସରକାର ଶାସନ କରୁଛି ବୋଲି ବିଧାୟକ ତଥା ଧାମନଗର ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ କହିଥିଲେ । ଏହି ସଭାରେ ଭୋପାଳରୁ ଆସିଥିବା ବିଧାୟକ ରାମେଶ୍ୱର ଶର୍ମା ନିଜ ବକ୍ତବ୍ୟରେ ରାଜ୍ୟରେ ଗତ ୨୫ ବର୍ଷ ଭିତରେ କୌଣସି ପ୍ରକାର ଉନ୍ନତି ହୋଇନାହିଁ ବୋଲି କହିବା ସହ ଦୁଇଟି ଯାକ ଚିହ୍ନ ପଦ୍ମରେ ଭୋଟ ଦେଇ ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଓ ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜକୁ ବିଜୟ କଲେ ଦେଶ ସହ ତାଳ ଦେଇ ରାଜ୍ୟ ବି ଉନ୍ନତି କରିବ ବୋଲି କହିଥିଲେ । ମଣ୍ଡଳ ସଭାପତି ପ୍ରମୋଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଜିଲା ମହିଳା ସଭାନେତ୍ରୀ କଳ୍ପନା ଜେନା, ବରିଷ୍ଠ ନେତା ଅଜୟ ନାୟକ, ରଘୁନାଥ ଲେଙ୍କା, ନାରାୟଣ ସାହୁ, ଦେବେନ୍ଦ୍ର ପୁହାଣ, କାଁପଡ଼ା ସରପଞ୍ଚ କୁନ୍ତଳା ମଲିକ, ପୂର୍ବତନ ସରପଞ୍ଚ ଉଷାକାନ୍ତ ନାୟକ, ଅଶୋକ ପୁହାଣ, ବୁଦ୍ଧଦେବ ଜେନା, ସଂଜିବ ବେହେରା, ଅଶୋକ ପୁହାଣ, ଜୀବନ ନାୟକ ଓ ଶରତ ନାୟକ ପ୍ରମୁଖ ମଞ୍ଚାସୀନ ହୋଇ ରାଜ୍ୟ ସରଲକାରଙ୍କ ବିରୋଧରେ ବର୍ଷିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ  ଉତ୍କଳ ନ୍ୟୁଜ |