କଟକ (ଉତ୍କଳ ନ୍ୟୁଜ ) ୨୦-୦୫-୨୦୨୪ : ବିରୋଧି ଦଳର ନେତାମାନେ ମିଛ କହୁଛନ୍ତି, ଅପପ୍ରଚାର କରୁଛନ୍ତି ଏବଂ କୁମ୍ଭୀର କାନ୍ଦଣା ମଧ୍ୟ କାନ୍ଦୁଛନ୍ତି । ସେମାନଙ୍କ ପ୍ରତି ସତର୍କ ରହିବାକୁ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନ ଧାମନଗର ଛକ ନିକଟସ୍ଥ ଇଡକୋ ପଡିଆରେ ରବିବାର ଆୟୋଜିତ ନିର୍ବାଚନୀ ସଭାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଏସକେୱାଇ ଯୋଜନା, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍, ୫-ଟି ସ୍କୁଲ ରୂପାନ୍ତରଣ, ଛାତ୍ରବୃତ୍ତିି, ଆମ ଓଡିଶା ନବୀନ ଓଡିଶା, ଚାଷୀଙ୍କ ପାଇଁ କାଳିଆ ଯୋଜନା, ମଧୁବାବୁ ପେନ୍ସନ ଯୋଜନା ଓ ରେସନ କାର୍ଡ ପରି ଜନକଲ୍ୟାଣକାରୀ ଯୋଜନାର ସୁଫଳ ସଂପର୍କରେ ଲୋକମାନଙ୍କ ଠାରୁ ମତାମତ ନେଇଥିଲେ । ଜୁଲାଇ ମାସରୁ ବିଜୁଳି ବିଲ୍ ଆସିବ ନାହିଁ ପୁରୀ ଶ୍ରୀମନ୍ଦିରର ନୂତନ ପ୍ରକଳ୍ପ ଓ ମା’ ସମଲେଇ ପ୍ରକଳ୍ପ କାମ କିଭଳି ଲାଗୁଛି ବୋଲି ଲୋକଙ୍କ ମତ ନେଇଥିଲେ ମୁଖ୍ୟମନ୍ତ୍ରୀ । ଶେଷରେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜ୍ନ ବିଜୁ ଜନତା ଦଳର ସାଂସଦ ଓ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା ପାଣ୍ଡିଆନ ଯୋଗଦେଇ କହିଥିଲେ ଯେ ସବୁ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ସ୍ନେହ ଓ ଜୋସ୍ ଦେଖ୍ ବିରୋଧୀ ଦଳ ତାଟକା ହେବା ନିସନ୍ଦେହ । ବିରୋଧି ଦଳର ଅନ୍ୟ ରାଜ୍ୟ ନେତାମାନେ ଆସି କହୁଛନ୍ତି ଓଡିଶାକୁ ଏକ ନମ୍ବର କରିବେ । ତାହେଲେ ସେମାନେ ତାଙ୍କ ରାଜ୍ୟକୁ କ’ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି । ସାରା ଭାରତବର୍ଷ ଜାଣିଛି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ମନ୍ତ୍ରୀ କିଏ । ଏକ ନମ୍ବର ମୁଖ୍ୟମନ୍ତ୍ରୀ ହିଁ ଓଡିଶାକୁ ଏକ ନମ୍ବର କରିବେ ବୋଲି ସେ କହିଥିଲେ । ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଜୁନ ୯ରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏହା ସାରା ଓଡିଶାବାସୀ ଜାଣିଛନ୍ତି ଣିଛନ୍ତି । ଶପଥ ନେବା ପରେ ଶହେ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ଛାଡ, ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା ପ୍ରଦାନ କରିବା ସହିତ ସମସ୍ତ ମିସନ ଶକ୍ତି ମହିଳାଙ୍କୁ ପେନସନ ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ନବୀନ ପଟ୍ଟନାୟକ ମଧ୍ଯ ତାଙ୍କ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଭଦ୍ରକ ସଂସଦୀୟ କ୍ଷେତ୍ରର ସମସ୍ତ ୭ ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀ ମାନଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ବାଚନୀ ପ୍ରଚାର ପାଇଁ ଭଦ୍ରକ ବିଜେଡି ରାଜନୀତି ବେଶ ଚଳଚଞ୍ଚଳ ହୋଇ ଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ବାଚନୀ ସଭାରେ ୫୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ସମାବେଶ ହୋଇଥିବା ସୂଚନା ମିଳିଛି । ତେବେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଡାକ୍ତର ସଞ୍ଜୟ ଦାସ, ଭଣ୍ଡାରିପୋଖରୀ ବିଧାନସଭା ଆସନର ଦଳୀୟ ପ୍ରାର୍ଥୀ ବିଧାୟକ ସଂଜୀବ ମଲ୍ଲିକ, ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ବିଧାୟକ ପ୍ରଫୁଲ୍ଲ ସାମଲ, ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଚାନ୍ଦବାଲି ଆସନର ଦଳୀୟ ପ୍ରାର୍ଥୀ ବିଧାୟକ ଡ. ବ୍ୟୋମକେଶ ରାୟ, ସିମୁଳିଆ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ôଥନୀ ସୁବାଶିନୀ ସାହୁ, ସୋର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ମାଧବାନନ୍ଦ ଧଡ଼ା ଏବଂ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ସାଂସଦ ମଞ୍ଜୁଲତା ମଣ୍ଡଳ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ଏଥିସହ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ରାଜେନ୍ଦ୍ର ଦାସଙ୍କ ସମେତ ବିଭିନ୍ନ ନିର୍ବାଚନ ମଣ୍ଡଳୀର ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କ ସହିତ ବହୁ ସଂଖ୍ୟାରେ ମହିଳା ମଧ୍ୟ ଯୋଗ ଦେଇଥିଲେ । ତେବେ ଏହି ସଭାରେ ଜଣେ ଝିଅ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଛବି ଅଙ୍କନ କରି ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଇଥିଲେ । ଯାହାକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରି ଖୁସିବ୍ୟକ୍ତ କରିଥିଲେ । ତେବେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ପ୍ରଚାର ସମୟରେ ଦଳୀୟ ପ୍ରାର୍ଥୀ, କର୍ମୀ, ସମର୍ଥକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଉଦ୍ଦୀପନା ଦେଖା ଦେଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |