ତିହିଡ଼ି ଥାନାରେ ବରିଷ୍ଠ ନାଗରିଙ୍କ ବୈଠକ |

137

କଟକ (ଉତ୍କଳ ନ୍ୟୁଜ ) ୧୮-୦୫-୨୦୨୪ : ଦୀର୍ଘ ସମୟ ବ୍ୟବଧାନରେ ଭଦ୍ରକ ଜିଲ୍ଲା ତିହିଡ଼ି ଥାନାରେ ବରିଷ୍ଠ ନାଗରିକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ତିହିଡ଼ି ଥାନା ଅଧିକାରୀ ପ୍ରସନ୍ନ କୁମାର ନାୟକଙ୍କ ପୌରୋହିତ୍ୟ ତଥା ସବଇନିପେକ୍ଟର ଅରୁନ୍ଧତୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ଅଥବା ପାରିବାରିକ ସମସ୍ୟା ଦିଗରେ ପୁଲିସ ଉପଯୁକ୍ତ ଆଇନ୍‌ଗତ ସୁରକ୍ଷା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା । ଯେତେବେଳେ ଆବଶ୍ୟକ ପଡ଼ିବ ୧୧୨ ନମ୍ବରରେ ଫୋନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ୩୬ ଜଣ ନୂତନ ବରିଷ୍ଠ ନାଗରିକଙ୍କୁ ଫୁଲତୋଡା ପ୍ରଦାନ ପୂର୍ବକ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ବ୍ୟାଙ୍କରେ ବରିଷ୍ଠ ମାନେ ଯେପରି ସୁବିଧା ସୁଯୋଗ ପାଇପାରିବେ ସେଥିପାଇଁ ତିହିଡ଼ି ବ୍ଲକ ସଂପାଦକ ବିଭୂତିଭୂଷଣ ସେନାପତି ସଭାରେ ଦୃଷ୍ଟି ଆକର୍ଷଣ କରିଥିଲେ । ତିହିଢି ବ୍ଲକ ସଭାପତି ସୋମନାଥ ପାଢୀ, ଉପସଭାପତି ଇଂ ମହେଶ ପ୍ରସାଦ ଦାସ, ତିହିଡ଼ି ଜୋନ ସଂପାଦକ ହୃଷିକେଶ ପଣ୍ଡା, ସଭାପତି ନିତ୍ୟାନନ୍ଦ ମଲ୍ଲିକ, ଉପଦେଷ୍ଟା ସୁରେନ୍ଦ୍ର କୁମାର ନାୟକ, ରଘୁନାଥ ଜେନା, ଲକ୍ଷ୍ମୀକାନ୍ତ ମହାପାତ୍ର, ହରେକୃଷ୍ଣ ଜେନା ପ୍ରମୁଖ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ରହିଥିଲେ | ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |