କୟଳପଡ଼ା ପଞ୍ଚାୟତରେ ବିଜେପି ର ବାଇକ ଶୋଭାଯାତ୍ରା |

476

କଟକ (ଉତ୍କଳ ନ୍ୟୁଜ ) ୧୮-୦୫-୨୦୨୪: ୨୦୨୪ ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି , ସବୁ ଦଳ ର ପ୍ରଚାର ପ୍ରସାର ସେତେ ତୀବ୍ର ହେବାରେ ଲାଗିଛି । ଚୌଦ୍ଵାର କଟକ ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ନୟନ କିଶୋର ମହାନ୍ତି ଓ ବିଜେପି ର ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ତାଙ୍କର ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ଆଜି କୟଳପଡ଼ା ପଞ୍ଚାୟତରେ ଏକ ରୋଡ ସୋ ବାଇକ୍ ରାଲିରେ ବିଧାୟକ ପ୍ରାର୍ଥୀ ନୟନ କିଶୋର ମହାନ୍ତି ଯୋଗଦେଇଥିଲେ | ବାଲୁଙ୍କେଶ୍ୱର ମନ୍ଦିରରୁ ପୂଜା କରି ଏକ ବିରାଟ ବାଇକ୍ ରାଲିରେ ୫୦୦ ରୁ ଉର୍ଧ ସମର୍ଥକ ଙ୍କ ସହ ପଞ୍ଚାୟତ ବୁଲିଥିଲେ ବିଧାୟକ ପ୍ରାର୍ଥୀ ନୟନ କିଶୋର ମହାନ୍ତି । ବିଜେପି ଜିନ୍ଦାବାଦ ,ନରେନ୍ଦ୍ର ମୋଦୀ ଜିନ୍ଦାବାଦ , ଭର୍ତୁହରି ମହତାବ ଜିନ୍ଦାବାଦ , ନୟନ ମହାନ୍ତି ଜିନ୍ଦାବାଦ ରେ କମ୍ପୁଥିଲା ପଞ୍ଚାୟତ । ଇନ୍ଦ୍ରାଣୀ ପାଟଣା ମଣ୍ଡଳ ସଭାପତି ଅଜିତ ସୁବୁଦ୍ଧି ରାୟ ଙ୍କ ତତ୍ୱାବଧାନ ରେ ହୋଇଥିବା ବେଳେ କୟଳପଡ଼ା ପୂର୍ବତନ ସରପଂଚ ରଶ୍ମି ରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | କାର୍ଯ୍ୟକ୍ରମ ରେ ଜିଲ୍ଲା ଉପସଭାପତି ପ୍ରଶାନ୍ତ ହୋତା , ମଣ୍ଡଳ ସଭାପତି ସନ୍ତୋଷ ସାହୁ , ଗଣେଶ ବେହେରା , ମହେଶ୍ବର ସାହୁ, ପ୍ରଶାନ୍ତ ପରିଡ଼ା , ପ୍ରକାଶ ମଲ୍ଲିକ , ମୀନକେତନ ପ୍ରଧାନ, ଅମୂଲ୍ୟ ସ୍ୱାଇଁ , ଦିପକ ବରାଳ , ଜୟଦେବ ମହାନ୍ତି , ବିଜୟ ବଳ , ହରିହର ପାତ୍ର , ଜ୍ୟୋତିରଂଜନ ପ୍ରଧାନ , ଅଶୋକ ପ୍ରଧାନ , କାର୍ତ୍ତିକ ଚୌଧୁରୀ , ଦିପକ ବେହେରା , ନବକିଶୋର ପୃଷ୍ଟି , ଲିଲି ବର୍ଦ୍ଧନ , ଲକ୍ଷ୍ମୀପ୍ରିୟା ଦଳାଇ , ଅର୍ଣ୍ଣପୂର୍ଣ୍ଣା ପରିଡ଼ା , ରୁନିଆ ଲେଙ୍କା , କୁନିଆ ନାୟକ, ଲିଲି ମହାନ୍ତି ଙ୍କ ସହ ବିଜେପିର ବହୁ ବରିଷ୍ଟ କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ରହିଥିଲେ ।