କଟକ (ଉତ୍କଳ ନ୍ୟୁଜ ) ୧୭-୦୫-୨୦୨୪ : ବକେୟା ପ୍ରାପ୍ୟ ନେଇ କମ୍ପାନୀ କାର୍ଯ୍ୟ ବନ୍ଦ କଲା ଠିକା ସଂସ୍ଥା | ଚୌଦ୍ୱାର ଥାନା ଅନ୍ତର୍ଗତ ଇନ୍ଦ୍ରାଣୀପାଟଣା ଗ୍ରାମପଂଚାୟତ ଇନ୍ଦ୍ରାଣୀପାଟଣା ସ୍ଥିତ ESR କମ୍ପାନୀ ରେ ଚାଲିଥିବା କାର୍ଯ୍ୟ କୁ ଲାମ୍ବା ଟେକ୍ନୋ ସଲ୍ୟୁସନ ର କର୍ମଚାରୀ ମାନଙ୍କ ଦ୍ୱାରା କାର୍ଯ୍ୟବନ୍ଦ କରାଯାଇଛି | ସୂଚନା ଅନୁଯାୟୀ , ଚୁକ୍ତି ମୁତାବକ ଲାମ୍ବା କମ୍ପାନୀ ବିଭିନ୍ନ ନିର୍ମାଣ କାର୍ଯ୍ୟ ESR କମ୍ପାନୀ ପରିସରରେ ୧୫ ମାସ ରୁ ଉର୍ଧ ହେବ କରିଆସୁଥିଲା | ତେବେ ଦୀର୍ଘ ମାସ ହେବ କମ୍ପାନୀ ଉପରେ ୧୨ କୋଟି ଟଙ୍କା ରୁ ଉର୍ଧ ହେବ ବକେୟା ରାଶି ପେମେଂଟ ନ କରିବା ର ଅଭିଯୋଗ କରିଛନ୍ତି ଲାମ୍ବା ଟେକ୍ନୋ ସଲ୍ୟୁସନ ର ପ୍ରୋଜେକ୍ଟ ମ୍ୟାନେଜର ରୋଶନ କୁମାର | ଅନ୍ୟପକ୍ଷେ , ଅଭିଯୋଗ ମୁତାବକ ESR କମ୍ପାନୀ ର ନୂଆ ପ୍ରୋଜେକ୍ଟ ମ୍ୟାନେଜର ମନୀଷ ଗୁପ୍ତା ଆସିବା ପରେ ବିଲ ପାସ ପାଇଁ ଲାଞ୍ଚ ମାଗୁଥିବା ର ମହା ଅଭିଯୋଗ କରିଛନ୍ତି ଲାମ୍ବା ଟେକ୍ନୋ ସଲ୍ୟୁସନ ର ପ୍ରୋଜେକ୍ଟ ମ୍ୟାନେଜର ରୋଶନ କୁମାର | ଦାବି ମୁତାବକ , ଟଙ୍କା ନ ଦେବା ରୁ ESR କମ୍ପାନୀ ର ନୂଆ ପ୍ରୋଜେକ୍ଟ ମ୍ୟାନେଜର ମନୀଷ ଗୁପ୍ତା ଲାମ୍ବା ଟେକ୍ନୋ ସଲ୍ୟୁସନ କମ୍ପାନୀ ବିଲ ପାସ ନ କରି ୮୦ ଭାଗ ରୁ ଉର୍ଧ ନିର୍ମାଣ କାର୍ଯ୍ୟ ସାରିଥିଲେ ମଧ୍ୟ ଏହି କମ୍ପାନୀ କୁ ବରଖାସ୍ତ କରାଇଥିଲେ | ବରଖାସ୍ତ କଲା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରିଥିବା କାର୍ଯ୍ୟ ର ପ୍ରାପ୍ୟ ପ୍ରଦାନ ନ କରି ଜବରଦସ୍ତ ଅନ୍ୟ ଏକ କମ୍ପାନୀ କୁ ଆଣି ଅବଶିଷ୍ଟ ନିର୍ମାଣ କର୍ଯ୍ୟ ଆରମ୍ଭ କରିଛି ESR କମ୍ପାନୀ | ଯାହାକୁ ନେଇ ଆଜି ଲାମ୍ବା କମ୍ପାନୀ ର କର୍ମଚାରୀ ମାନେ ଉକ୍ତ ଠିକା ସଂସ୍ଥା ର କାର୍ଯ୍ୟ କୁ ବିରୋଧ କରିବା ସହିତ ପ୍ରଥମ ତାଙ୍କ ର ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ଦାବି ରଖିଛନ୍ତି | ଯାହାକୁ ନେଇ ଲାମ୍ବା କମ୍ପାନୀ ର କର୍ମଚାରୀ ମାନେ ନିଜର ବକେୟା ପ୍ରାପ୍ୟ ଦାବି କରିବା ସହ ପ୍ରାପ୍ୟ ନ ମିଳିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ କରାଇ ଦେବୁନି ବୋଲି କହିବା ସହ କାର୍ଯ୍ୟ କୁ ବନ୍ଦ କରାଇଛନ୍ତି | ଇନ୍ଦ୍ରାଣୀପାଟଣା ପଂଚାୟତ ର ସରପଂଚ ଙ୍କ ପ୍ରତିନିଧି ବିନୟ କୁମାର ମଲ୍ଲିକ ଉକ୍ତ ଘଟଣା ରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଥମେ ଲାମ୍ବା କମ୍ପାନୀ ର ପ୍ରାପ୍ୟ ପ୍ରଦାନ କରିବାକୁ ESR କମ୍ପାନୀ ର କତ୍ତୃପକ୍ଷ ଙ୍କୁ ନିଜ ର ମତ ପ୍ରଦାନ କରିଛନ୍ତି | ତେବେ ଏ ନେଇ ESR କମ୍ପାନୀ ର ଦୁଇ କତ୍ତୃପକ୍ଷ ଉପସ୍ଥିତ ରହି ଲାମ୍ବା କମ୍ପାନୀ ର କର୍ମଚାରୀ ଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବା ବେଳେ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ESR କମ୍ପାନୀ କତ୍ତୃପକ୍ଷ |