ସିବିଏସଇ ବୋର୍ଡ ଦଶମ ଶ୍ରେଣୀ ପରୀକ୍ଷା ରେ ଚୌଦ୍ୱାର ବାଣୀପଦା ସ୍ଥିତ ଉତ୍କଳ ଇନ୍ଟରନ୍ୟାଶନାଲ ସ୍କୁଲ ର ଅଦ୍ଭୁତ ପୂର୍ବ ସଫଳତା |

1125

କଟକ (ଉତ୍କଳ ନ୍ୟୁଜ ) ୧୫-୦୫-୨୦୨୪ : ସିବିଏସଇ ବୋର୍ଡ ଦଶମ ଶ୍ରେଣୀ ପରୀକ୍ଷା ଫଳ ରେ ଚୌଦ୍ୱାର କଟକ ସ୍ଥିତ ଉତ୍କଳ ଇନ୍ଟରନ୍ୟାଶନାଲ ସ୍କୁଲ ର ଅଦ୍ଭୁତ ପୂର୍ବ ସଫଳତା | ଚୌଦ୍ୱାର ବାଣୀପଦା ସ୍ଥିତ ଉତ୍କଳ ଇନ୍ଟରନ୍ୟାଶନାଲ ସ୍କୁଲ ସିବିଏସଇ ବୋର୍ଡ ଦଶମ ଶ୍ରେଣୀ ପରୀକ୍ଷାଫଳ ରେ ଶତପ୍ରତିଶତ ସଫଳତା ହାସଲ କରି ଅଂଚଳ ରେ ନୂତନ ରେକର୍ଡ କରିଛି | କଟକ ଚୋୖଦ୍ବାର ରେ ପ୍ରଥମ ସିବିଏସଇ ସ୍କୁଲ ଭାବେ ପ୍ରତିଷ୍ଠା ଲାଭକରିଥିବା ଉତ୍କଳ ଇନ୍ଟରନ୍ୟାଶନାଲ ସ୍କୁଲ ଶିକ୍ଷାକ୍ଷେତ୍ର ରେ ଗୋଟିଏ ପରେ ଗୋଟିଏ ସଫଳତା ର ପାହାଚ ଚଢି ଚାଲିଛି | ଚଳିତ ବୋର୍ଡ ପରୀକ୍ଷା ରେ ସ୍କୁଲ ର ୧୯୭ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ରେ ସଫଳତା ର ସହ ଉତ୍ତୀର୍ଣ ହୋଇଛନ୍ତି | ସ୍କୁଲ ର ଛାତ୍ର ରୋଶନ କୁମାର ବିଶୋଇ ୯୬% ମାର୍କ ରଖି ଏହି ସ୍କୁଲ ର ଟପ୍ପର ହୋଇଥିବା ବେଳେ --- ୯୦ ରୁ ୯୫% ୧୪ ଜଣ , ---- ୮୫% ରୁ ୮୯ % ୨୦ ଜଣ , ---- ୮୦ % ରୁ ୮୪ % ୧୬ ଜଣ , --- -- ୭୫ % ରୁ ୭୯% ୨୨ ଜଣ , ---- ୬୫ % ରୁ ୬୯ % ୩୨ ଜଣ , ---- ୬୦ % ରୁ ୬୪ % ୧୭ ଜଣ ---- ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି | ସମୁଦାୟ ୧୯୭ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟ ରୁ ୧୪୪ ଜଣ ୬୦ % ରୁ ଉର୍ଦ୍ଧ ମାର୍କ ରଖି ପ୍ରଥମ ସ୍ଥାନ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି | ସ୍କୁଲ ର ଛାତ୍ରଛାତ୍ରୀ ଙ୍କ ଏହି ଅଭୂତପୂର୍ବ ସଫଳତା ପାଇଁ ସ୍କୁଲ ର ପ୍ରତିଷ୍ଠାତା ଚେୟାରମ୍ୟାନ ଗଣେଶ ପ୍ରସାଦ ବେହେରା ଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ | ଅନ୍ୟପକ୍ଷେ , ସ୍କୁଲ ଛାତ୍ର ସତ୍ୟଜିତ ସାହୁ ୯୫%, , ସ୍ପନ୍ଦିତା ଶତପଥୀ ୯୫ % , ଆୟୁସ୍ମାନ କୁମାର ବଳ ୯୫ % , ସାର୍ଥକ ସୂର୍ଯସନ୍ଥ ପରିଡା ୯୫ % , ଶ୍ରୀତମ ସାମଲ ୯୫ % , ସ୍ୱେଲେହା ସଦଫା ୯୪ % , ଜ୍ୱାସ୍ମିନ ସ୍ୱାଇଁ ୯୩ % , ହରପ୍ରିୟା ସାହୁ ୯୩ % , ଜୀବନ ଜ୍ୟୋତି ସାହୁ ୯୩ % , ସିମରନ ବେହେରା ୯୩ % , ଶୁଭମ ଦାସ ୯୩ % , ସମ୍ପର୍ଣ୍ଣ ଦାସ ୯୨ % , ବିଶ୍ୱଜ୍ୟୋତି ସାମଲ ୯୧ % , ରୂପକୁମାର କର ୯୧ % , ସୁବ୍ରତ ରାୟ ୯୧ % ଅର୍ଚ୍ଚିତ ଦାସ ୯୦ % , ଅର୍ପିତା ତ୍ରିପାଠୀ ୯୦ %, ପିୟୁଷ ଆନନ୍ଦ ୯୦ % , ମାର୍କ ରଖି ସଫଳତା ହାସଲ କରି ସ୍କୁଲ କୁ ଗୌରବାନ୍ୱିତ କରାଇଛନ୍ତି | ଏହି ପରିପ୍ରେକ୍ଷୀ ରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଆସନ୍ତା ବର୍ଷ ସ୍କୁଲ ର ସମସ୍ତ ପରୀକ୍ଷାର୍ଥୀ ପ୍ରଥମ ସ୍ଥାନ ରେ ଉତ୍ତୀର୍ଣ୍ଣ ହେବେ ବୋଲି ଦୃଢତାର ସହ କହିଛନ୍ତି ସ୍କୁଲ ପ୍ରତିଷ୍ଠାତା ଚେୟାରମ୍ୟାନ ଗଣେଶ ପ୍ରସାଦ ବେହେରା |