କଟକ (ଉତ୍କଳ ନ୍ୟୁଜ ) ୧୦-୦୫-୨୦୨୪ : ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ଅଚକ ପଞ୍ଚାୟତ ପକ୍ଷରୁ ଉତ୍ତରବାହା ଗାଁରେ ବିଜେଡି ପକ୍ଷରୁ ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୁଷ, ମହିଳା ଓ ଯୁବଗୋଷ୍ଠିର ୫ରୁ ଉର୍ଦ୍ଧ କର୍ମୀ ସାମିଲ ହୋଇ ବିଜେଡି ସାଂସଦ ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ପ୍ରାର୍ଥି ଡାକ୍ତର ସଞ୍ଜୟ ଦାସଙ୍କ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବା ଲାଗି ପଣ କରିଥିଲେ । ପଞ୍ଚାୟତ ସଭାପତି ଅକ୍ଷୟ ମଲ୍ଲିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ବିଧାୟକ ପ୍ରାର୍ଥି ଡାକ୍ତର ସଞ୍ଜୟ ଦାସ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଏବର ଜିଲ୍ଲା ପରିଷଦ ସଭ୍ୟା ବିଦ୍ୟୁତଲତା ନାୟକ, ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ଡା, ସମିତି ସଭ୍ୟ ଚିନ୍ତାମଣି ଦାସ, ଯୁବନେତା ସୁଧନ୍ୱା ନାୟକ, ସୁବାଶ ନାଥ, ବିଚିତ୍ର ମଳିକ, ପ୍ରଶାନ୍ତ ସାହାଣି, କୈଳାସ ସ୍ୱାଇଁ, ରମେଶ ମହାଳିକ, କୈଳାସ ମଲ୍ଲିକ, ସଚ୍ଚିକାନ୍ତ ସ୍ୱାଇଁ, ଗଣେଶ ବିଶ୍ୱାଳ, ଚିନ୍ତାମଣି ମଳିକ, ଶରତ ଦଳେଇ, ରତିକାନ୍ତ ନାୟକ, କାହ୍ନୁଚରଣ ମଳିକ, ଜୟଶ୍ରୀ ସାହାଣି, ଗୀତାରାଣୀ ବେହେରା, ଗୀତାଞ୍ଜଳୀ ପାଣିଗ୍ରାହୀ, ପପିନା ମଲ୍ଲିକ ପ୍ରମୁଖ ରାଜ୍ୟ ସରକାରଙ୍କ ସଫଳ ଯୋଜନା ଉପରେ ବକ୍ତବ୍ୟ ରଖିବା କେନ୍ଦ୍ର ସରକାରଙ୍କ ବାହାସ୍ପଟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ନିର୍ବାଚନ ମଣ୍ଡଳୀରେ ବିଧାୟକ ବିରୋଧି ଦଳ ହୋଇଥିଲେ ମଧ୍ୟ ସାଂସଦଙ୍କ ଅନୁମୋଦନରେ ବିଗତ ୫ ବର୍ଷ ମଧ୍ୟରେ ଏହି ପଞ୍ଚାୟତର ବହୁ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକାରୀ ହୋଇଛି । ଏବଂ ବିଗତ ଦୁଇ ବର୍ଷ ହେଲା ବିଜେଡି ସମର୍ଥିତ ସରପଞ୍ଚ କ୍ଷମତା ଆସିବା ପରଠାରୁ ସମସ୍ତ ସଠିକ୍ ଭାବେ କାର୍ଯ୍ୟକାରୀ ହୋଇଛି । ମଠ, ମନ୍ଦିରର ଉନ୍ନତି କରଣ ସହିତ ରାସ୍ତାଘାଟ ଆଦିର ପରିବର୍ତ୍ତନ ହୋଇଛି ବୋଲି ସରପଞ୍ଚଙ୍କ ପ୍ରତିନିଧି ଗଣେଶ ପ୍ରସାଦ ବିଶ୍ୱାଳ କର୍ମୀ ସମ୍ମିଳନୀର ମତବ୍ୟକ୍ତ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |