କଟକ (ଉତ୍କଳ ନ୍ୟୁଜ ) ୯-୦୫-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ତହସିଲ ସିନ୍ଦୋଳ ପଞ୍ଚାୟତ ଅଧିନ ନୂଆସାହି ଗାଁର ୪ ବର୍ଷର ଶିଶୁପୁତ୍ର ନିଖୋଜ । ସାଳନ୍ଦି ନଦୀରେ ପଡିଯାଇଥିବା ସନ୍ଦେହ ପରିବାର ସମେତ ଗ୍ରାମବାସୀ ସନ୍ଦେହ କରଛନ୍ତି । ଏନେଇ ଦମକଳ ବାହିନୀ ସମେତ ଓଡ୍ରାପ୍ଟ ଟିମ୍ ନଦୀରେ ବହୁ ଖୋଜାଖୋଜା କରୁଥିଲେ ମଧ୍ୟ ଏଯାବତ କୌଣସି ସନ୍ଧାନ ମିଳିପାରିନାହିଁ । ଯାହାକୁ ନେଇ ଚିନ୍ତାରେ ପରିବାର ବର୍ଗ । ସୂଚନା ମୁତାବକ, ନୂଆସାହି ଗାଁର ବସନ୍ତ ମଳିକଙ୍କ ୪ ବର୍ଷର ପୁଅ ସନ୍ଦିପ ମଳିକ ଘର ଓ ଦାଣ୍ଡରେ ଖେଳାଖେଳି କରୁଥିବା ବେଳେ ବୁଧବାର ସକାଳ ପ୍ରାୟ ୧୧ ଘଟିକାରୁ ପରିବାର ଆଉ ଦେଖିବାକୁ ପାଇନଥିଲେ । ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା । ତାଙ୍କ ଘର ପାଖ ଦେଇ ବୋହି ଯାଇଛି ସାଳନ୍ଦିି ନଦୀ । ଖେଳୁଥିବା ବେଳେ ସାଳନ୍ଦି ନଦୀରେ ପଡି ଯାଇଥିବା ପରିବାର ଲୋକେ ସନ୍ଦେହ କରିଥିଲେ । ଯାହାକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି । ଖବର ପାଇ ସରପଞ୍ଚ ସୁପ୍ରଭା ପାଣି ଘଟଣା ସ୍ଥଳରେ ପହଁଞ୍ôଚ ପୀରହାଟ ପୋଲିସ, ତିହିଡି ଦମକଳ ବାହିନୀ ଓ ତହସିଲଦାରଙ୍କ ସମେତ ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରିଥିଲେ । ସଂଧ୍ୟାରେ ତିହିଡି ଦମକଳ ବାହିନୀ ଆସି ନଦୀରେ ଖୋଜାଖୋଜି କରି ବିଫଳ ହୋଇଥିଲା । ପରେ ରାତି ପ୍ରାୟ ୧୨ ଘଟିକାରେ କଟକରୁ କଟକ ଓଡ୍ରାପ୍ଟ ଟିମ୍ ସଦଳବଳେ ଆସି ଆଜି ସକାଳୁ ଖୋଜିଥିଲେ । ନଦୀର ପ୍ରଖର ସ୍ରୋତରେ ଖୋଜିଥିଲେ କୌଣସି ସନ୍ଧାନ ମିଳିପାରି ନାହିଁ । ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟଙ୍କ ସମେତ କୋହ୍ଲ ଆରଆଇ ଘଟଣା ସ୍ଥଳରେ ପହଂଚି ଓଡ୍ରାପ୍ଟ ଟିମ୍ ଓ ଦମକଳ ବାହିନୀ ସହିତ ଆଲୋଚନା କରି ଫେରିଛନ୍ତି । ସେପଟେ ପିଲାକୁ ନପାଇ ପରିବାର ସମେତ ଗ୍ରାମବାସୀ ଅତ୍ୟନ୍ତ ମ୍ରିୟମାଣ ହୋଇ ପଡିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |