ସାଲେପୁର ରେ ଅର୍ନ୍ତଜାତୀୟ ବନସ୍ପତି ସ୍ବାସ୍ଥ୍ୟ ଦିବସ ପାଳିତ |

74

କଟକ (ଉତ୍କଳନ୍ୟୁଜ ) ୯-୦୫-୨୦୨୪ : ସମନ୍ଵିତ ରୋଗ ପୋକ ପରିଚାଳନା କେନ୍ଦ୍ର ଭୁବନେଶ୍ୱର ଦ୍ଵାରା , ଅର୍ନ୍ତଜାତୀୟ ବନସ୍ପତି ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ କଟକ ଜିଲ୍ଲା ସାଲେପୁର ବ୍ଲକ ର ମହାଜନପୁର ଗ୍ରାମ ର ଗୋଟିଏ କିଷାନ ଗୋଷ୍ଠୀର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଚାଷୀମାନଙ୍କୁ କିପରି ଭାବେ ବନସ୍ପତି ସ୍ଵାସ୍ଥ୍ୟ ର ଯତ୍ନ ନେଇପାରିବା ଏହି ବିଷୟରେ ଅବଗତ କରାଇବା ସହିତ ରାସାୟନିକ ବ୍ୟବହାର କୁ ଠିକ୍ ଭାବରେ ସତକ୍ରତା ସହିତ ଉପଯୋଗ କରିବା ନିମନ୍ତେ ଚାଷୀ ଙ୍କୁ ପି.ପି.ଈ କିଟ୍ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହା ସହିତ ବିଭିନ୍ନ ଆଇ.ପି.ଏମ୍ ସାମଗ୍ରୀର ପ୍ରଦର୍ଶନ ସହିତ ବୃକ୍ଷ ରୋପଣ କରାଯାଇଥିଲା। ଚାଷୀମାନଙ୍କ ସହିତ ମିଶିକି ଆଉ ଅନେକ ଲୋକଙ୍କୁ ଏହି ଦିବସ ର ସୁଚନା ଏବଂ ପ୍ରେରଣା ଦିଆଯାଇଥିଲା। ଏହି ପ୍ରୟାସ ମେ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି।