ଚାନ୍ଦବାଲି ବ୍ଲକର ପୂର୍ବତନ ଅଧ୍ୟକ୍ଷା ମାନସୀ ସାହୁଙ୍କର କରୁଣ ଚିତ୍କାର ସମ୍ବଦ୍ଧୀୟ ଭିଡିଓ ଭାଇରାଲ।

449

କଟକ (ଉତ୍କଳ ନ୍ୟୁଜ ) ୮-୦୫-୨୦୨୪ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ପୂର୍ବତନ ଅଧ୍ୟକ୍ଷା ମାନସୀ ସାହୁଙ୍କର କରୁଣ ଚିତ୍କାର ସମ୍ବଦ୍ଧୀୟ ଭିଡିଓ ଭାଇରାଲହେଉଛି। ଭିଡିଓରେ କହୁଛନ୍ତି ମୁଁ ଯଦି ମରିଯାଏ ବାପି ରାୟ ଓ ରଞ୍ଜନ ସାହୁ ଦାୟୀ ରହିବେ। କୌଣସି ଏକ ମେଡିକାଲରେ ଚିକିତ୍ସାଧିନ ଥିବା ବାରି ହେଉଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଡାକ ନାମ ବାପି। ରଞ୍ଜନ ସାହୁ ହେଲେ ମାନସୀଙ୍କ ସ୍ବାମୀ ତଥା ଏବେକାର ଜିଲ୍ଲା ପରିଷଦ ସଭ୍ଯ। ବିଧାୟକ ବ୍ୟୋମକେଶ ରାୟଙ୍କ ସହିତ ରଞ୍ଜନଙ୍କର ଉତ୍ତମ ସମ୍ପର୍କ। ଉଭୟ ଶାସକ ଦଳର। ତେବେ କିଛିଦିନ ହେବ ରଞ୍ଜନ ଅନ୍ୟ ଦଳରେ ସାମିଲ ହେବାନେଇ ସାମାଜିକ ଗଣମାଧ୍ୟମରେ ଟ୍ରୋଲ ହେଉଅଛି। ଆଜି ସାମିଲ ହେବେ ବୋଲି ଶୁଣିବାକୁ ମଧ୍ଯ ମିଳିଥିଲା। ହେଲେ ଗତକାଲି ଠାରୁ ରଞ୍ଜନଙ୍କର କୌଣସି ଖୋଜ୍ ଖବର ନାହିଁ। ରାଜନୈତିକ ଅପହରଣ ବୋଲି କୁହାଯାଉଛି। ଏପରି ଘଡିସନ୍ଧି ମୁହୂର୍ତ୍ତରେ ରଞ୍ଜନ ସାହୁଙ୍କ ଧର୍ମପନ୍ନୀ ମାନସୀ ସାହୁଙ୍କର ସାମାଜିକ ଗଣମାଧ୍ୟମରେ ଏପରି ଭିଡିଓ ଜାରି ସମସ୍ତଙ୍କୁ ଆଶ୍ଚମ୍ବିତ କରିଛି। ତେବେ ଭାଇରାଲ ଭିଡିଓଟି କେବେକାର ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ବିଧାୟକ ବ୍ୟୋମକେଶ ରାୟ ନିଜର ଫେସବୁକରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ ଓ ରଞ୍ଜନ ସାହୁ ଠିଆ ହୋଇଛନ୍ତି। ଯାହା ରଞ୍ଜନ ସାହୁ ବିଜେଡି ଛାଡିନଥିବା ଅନୁମାନ କରା ଯାଉଛି। ତେବେ କେଉଁ ପରିସ୍ଥିତିରେ ମାନସୀ ଏପରି ଭିଡିଓ ଭାଇରାଲ କରିଛନ୍ତି ତାହା ତ ସମୟ କହିବ ହେଲେ ଆସନ୍ନ ନିର୍ବାଚନ ବେଳେ ଏପରି ପୋଷ୍ଟ ସମସ୍ତଙ୍କୁ ଚକିତ କରିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |