ରଣପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଳପଥ ଓ ଜାତୀୟ ରାଜପଥ ସଂଯୋଗୀକରଣ ଦାବି ପାଇଁ ସାମ୍ବାଦିକ ସମ୍ମିଳନୀ |

32

କଟକ (ଉତ୍କଳ ନ୍ୟୁଜ ) ୨୯-୦୪-୨୦୨୪ : ନୟାଗଡ ଜିଲ୍ଲା ରଣପୁର କ୍ରିୟାନୁଷ୍ଠାନ କମିଟି ତରଫରୁ ରବିବାର ଅପରାହ୍ନ ୪ଘଟିକା ସମୟରେ ରଣପୁରକୁ ରେଳପଥ ଜାତୀୟ ରାଜପଥ ସଂଯୋଗୀକରଣ ନିମନ୍ତେ ଆବାହକ ଦେବୀ ପ୍ରସାଦ ସାମନ୍ତରାୟଙ୍କ ଆବାହକତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଦୀର୍ଘ ଦିନ ଧରି ରଣପୁରରେ ଗମନାଗମନ ବ୍ୟବସ୍ଥା ଅବହେଳିତ ହୋଇ ପଡି ରହିଥ‌ିବା ବେଳେ ଏ ନେଇ ଦୀର୍ଘ ଦିନ ଧରି ଦାବି କରାଯାଉଥିବା ବେଳେ ତାହା ଆଜି ମଧ୍ୟ ଅବହେଳିତ ହୋଇ ପଡ଼ିଛି l ସନ୍ଧ୍ୟା ପରେ ରଣପୁର ଅଞ୍ଚଳକୁ ଚାରିଆଡୁ ଗମନାଗମନର କୌଣସି ସୁବିଧା ନାହିଁ | ଯେଉଁଥି ଲାଗି ଜନସାଧାରଣମାନେ ନାହିଁ ନ ଥ‌ିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଲୋକମାନେ ବାଧ୍ୟ ହୋଇ ଘରୋଇ କାର, ଅଟୋ ଆଦି ଭଡା କରି ବହୁଳ ଖର୍ଚ୍ଚାନ୍ତ ହେଉଛନ୍ତି। ତେବେ ରଣପୁର ଅଞ୍ଚଳ ଦେଇ ୧୬ନଂ ଜାତୀୟ ରାଜପଥ ଏବଂ ୫୭ନଂ ଜାତୀୟ ରାଜପଥ ରାଜସୁନାଖଳା ଓ ଚାନ୍ଦପୁର ଦେଇଯାଇଛି। ଯାହାକି ରଣପୁର ହେଡ଼କ୍ୱାର୍ଟର ଠାରୁ ଏହି ଦୁଇଟି ଜାତୀୟ ରାଜପଥର ଦୂରତା ୨୦କିମି ଓ ୧୫କିମି l ଏହାକୁ ରଣପୁର ସହିତ ସଂଯୋଗୀକରଣ କରିବା ଲାଗି ଦୀର୍ଘ ଦିନ ଧରି ଦାବି ହୋଇ ଆସୁଛି l ସେହିଭଳି ରାଜସୁନାଖଳା ଠାରୁ କାଳୁପଡା ରେଳ ଷ୍ଟେସନକୁ ସଂଯୋଗୀକରଣ କରିବା ଲାଗି ମଧ୍ୟ ଦୀର୍ଘ ଦିନ ଦାବି ହୋଇ ଆସୁଛି l ଏନେଇ ରବିବାର ଦିନ କ୍ରିୟାନୁଷ୍ଠାନ କମିଟି ଦ୍ଵାରା ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଭିନ୍ନ ମହଲକୁ ଦାବି ପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି | ନୟାଗଡ ରୁ ମନୋଜ କୁମାର ରାୟ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |