ସ୍ୱାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ତରଫ ରୁ 'ଚୌଦ୍ଵାର ଗଣଦୌଡ' କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ |

667

କଟକ (ଉତ୍କଳ ନ୍ୟୁଜ ) ୦୭-୦୧-୨୦୨୪ : ଚୌଦ୍ଵାର ଅଂଚଳ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ତରଫ ରୁ ଆସନ୍ତା ୧୨/୦୧/୨୦୨୪ ଶୁକ୍ରବାର ଦିନ ସ୍ବାମୀ ବିବେକାନନ୍ଦ ଙ୍କ ଜୟନ୍ତୀ ଅବସରରେ 'ଚୌଦ୍ଵାର ଗଣଦୌଡ' କାର୍ଯ୍ୟକ୍ରମ କୁ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗୋପବନ୍ଧୁ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି, ଜାତୀୟ ଯୁବ ଦିବସ ଅବସର ରେ ଅନୁଷ୍ଠାନ ତରଫରୁ ଆସନ୍ତା ୧୨ ତାରିଖ ସକାଳ ୭ ଟା ସମୟ ରେ ଗଣଦୌଡ ଚୌଦ୍ଵାର ଓ ଟି ଏମ କଲୋନୀ ସ୍ଥିତ ଗୋପବନ୍ଧୁ ଖେଳ ପଡିଆ ଠାରେ ଆରମ୍ଭ ହୋଇ ଓ ଟି ଏମ ଛକ ,ଗାନ୍ଧୀ ଛକ,ଚୌଦ୍ଵାର ଥାନା,କଳିଙ୍ଗ ବଜାର, ଜେଲ୍ ରୋଡ, ଚୁଡ଼ାଖିଆ ବଜାର,ମାଧବ ମନ୍ଦିର, ଆଗ୍ରାହାଟ,ନୂଆ ଗାଁ,ବାଟ ବୁଢ଼ୀ କଲୋନୀ,ଜୟ ହିନ୍ଦ୍ କ୍ଲବ ଦେଇ ପ୍ରାୟ ୧୦ କିଲୋମିଟର ବାଟ ଦେଇ ଗୋପବନ୍ଧୁ ଖେଳ ପଡିଆ ଠାରେ ଶେଷ ହେବ,ଏହି ଗଣଦୌଡକାର୍ଯ୍ୟକ୍ରମ ଟି ୪ ଟି ବିଭାଗ ରେ ବିଭକ୍ତ କରାଯାଇଛି, ଜୁନିୟର ବାଳକ ୧୫ ବର୍ଷ ରୁ କମ୍, ସିନିୟର୍ ବାଳକ ୧୫ ବର୍ଷ ରୁ ଉର୍ଦ୍ଧ,ବାଳିକା ୧୨ ବର୍ଷ ରୁ ଉର୍ଦ୍ଧ, ବରିଷ୍ଟ ନାଗରିକ ୫୦ ବର୍ଷ ରୁ ଉର୍ଦ୍ଧ, ଗଣଦୌଡ ପରେ ସେହି ପଡିଆ ଠାରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଡିବେଟ, କୁଇଜ୍, ଚିତ୍ରାଙ୍କନ, ନୃତ୍ୟ, ପ୍ରତିଯୋଗିତା ର ଆୟୋଜନ କରାଯାଇଛି , ଅଂଶ ଗ୍ରହଣ କରିବା ପାଇଁ ଇଛୁକ ବାଳକ ବାଳିକା ୯୯୩୮୦୦୦୯୯୯ ନମ୍ବର ରେ ଯୋଗାଯୋଗ କରିପାରିବେ ବୋଲି ଅନୁଷ୍ଠାନ ର ସଂପାଦକ ଅଶ୍ଵିନୀ କୁମାର ଜେନା ପ୍ରକାଶ କରିଛନ୍ତି,ଆଜିର ବୈଠକ ରେ ଭୀମସେନ ବିଶ୍ଵାଳ,ସୁରେଶ ରାଉତରାୟ,ଭାସ୍କର ପ୍ରସାଦ ମହାପାତ୍ର,ଶ୍ରୀକାନ୍ତ ପାକଳ, ଅମୁଲ୍ୟ ରଂଜନ ରାଉତରାୟ,ରାଜକିଶୋର ସାମନ୍ତ, କାହ୍ନୁ ଚରଣ ଜେନା,ଦୀପକ ସେନାପତି,ମାନସ ରଂଜନ ଦାସ, ମୃତ୍ୟୁଞ୍ଜୟ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ |