BREAKING NEWS
  • ଗୋରୁ ଚାଲାଣ ସନ୍ଦେହରେ ପିକ୍‌ଅପ୍ ଭ୍ୟାନ ଭଙ୍ଗାରୁଜା |
  • ତିହିଡିରେ ବିଜୟା ଦଶମୀ ମହୋତ୍ସବ ଓ ନଗର ସଂକୀର୍ତ୍ତନ ଶୋଭାଯାତ୍ରା , ଜୟଶ୍ରୀରାମ ନାରାରେ ପ୍ରକମ୍ପିତ ଓ ଗେରୁଆ ରଙ୍ଗରେ ରଙ୍ଗାୟିତ ହୋଇଥିଲା ସମ୍ପୂର୍ଣ୍ଣ ବଜାର |
  • ବରଷକ ପାଇଁ ବିଦାୟ ନେଲା ବାସନ୍ତୀ ଦୁର୍ଗା ପୂଜା |
  • ତିହିଡିରେ ବିଜୟା ଦଶମୀ ମହୋତ୍ସବ ଓ ନଗର ସଂକୀର୍ତ୍ତନ ଶୋଭାଯାତ୍ରା | ଜୟଶ୍ରୀରାମ ନାରାରେ ପ୍ରକମ୍ପିତ ଓ ଗେରୁଆ ରଙ୍ଗରେ ରଙ୍ଗାୟିତ ହୋଇଥିଲା ସମ୍ପୂର୍ଣ୍ଣ ବଜାର |
  • ମାରୱାଡି ୟୁବା ମଞ୍ଚ ପକ୍ଷରୁ ସର୍ବତ ବଣ୍ଟନ l
  • ଧୂମ୍‌ଧାମରେ ପାଳିତ ହେଲା ଭଦ୍ରକର ଐତିହାସିକ ରାମନବମୀ ମହୋତ୍ସବ ।
  • ଭଦ୍ରକ ଲୋକସଭା କଂଗ୍ରେସ ପ୍ରାର୍ଥୀ ଅନନ୍ତ ସେଠୀଙ୍କୁ ତିବ୍ର ବିରୋଧ |
  • ଜୁନାଗଡ଼ ଠାରେ ବାବା ସାହେବ ଆମ୍ବେଦକର ଙ୍କ ର୧୩୩ତମ ଜନ୍ମ ଜୟନ୍ତୀ ପାଳିତ |
  • ଜୁନାଗଡ଼ ମିଶ୍ରଣ ପର୍ବରେ ଶକ୍ତି ପ୍ରଦର୍ଶନ କଲା ବିଜେପି।
  • ଚୋର ଗିରଫ୍‌, ୩ ବାଇକ ଜବତ |

ଆଞ୍ଚଳିକ

ତିହିଡିରେ ବିଜୟା ଦଶମୀ ମହୋତ୍ସବ ଓ ନଗର ସଂକୀର୍ତ୍ତନ ଶୋଭାଯାତ୍ରା , ଜୟଶ୍ରୀରାମ ନାରାରେ ପ୍ରକମ୍ପିତ ଓ ଗେରୁଆ ରଙ୍ଗରେ ରଙ୍ଗାୟିତ ହୋଇଥିଲା ସମ୍ପୂର୍ଣ୍ଣ ବଜାର |

କଟକ (ଉତ୍କଳ ନ୍ୟୁଜ ) ୧୯-୦୪-୨୦୨୪ : ପ୍ରଭୁ ଶ୍ରୀରାମଙ୍କ ନବମୀ ଉତ୍ସବ ପାଳନର ପରଦିନ ଭଦ୍ରକ ଜିଲ୍ଲା ତିହିଡିରେ ଶ୍ରୀରାମ ନବମୀ ସମିତି ଆନୁକୂଲ୍ୟରେ ବିଜୟା ଦଶମୀ ମହୋତ୍ସବ ଓ ନଗର ସଂକୀର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆବାଳ-ବୃଦ୍ଧ-ବନିତାଙ୍କ ହାତରେ ଭାରତ ମାତାଙ୍କ ପତାକା ଓ ମୁହଁରେ ଜୟ ଶ୍ରୀରାମର ନାରା । ଜୟଶ୍ରୀରାମ ନାରାରେ ପ୍ରକମ୍ପିତ ଓ ଗେରୁଆ ରଙ୍ଗରେ ରଙ୍ଗାୟିତ ହୋଇଥିଲା ସମ୍ପୂର୍ଣ୍ଣ ବଜାର । ଏହି ଗଣପର୍ବରେ ବିଭିନ୍ନ ଅଞ୍ଚଳରୁ ୩୫ଟି ପ୍ରଜ୍ଞାପନ ମେଢ ଅପରାହ୍ନରେ ଗାଁଗଣ୍ଡାରେ ପରିକ୍ରମା କରିବା ପରେ ସଂଧ୍ୟାରେ ତିହିଡିରେ ଏକତ୍ରିତ ହୋଇଥିଲେ । ସେଠାରୁ କ୍ରମିକ ନମ୍ବର ଅନୁସାରେ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିଥିଲେ । ବିଭିନ୍ନ ପାରମ୍ପରିକ ନାଚ ଗୀତ ସହିିତ ଡିଜେର ତାଳେତାଳେ ଭକ୍ତମାନେ ମତୁଆଲା ସାଜିଥିଲେ । ମେଢଗୁଡିକୁ ଶ୍ରୀରାମ ମନ୍ଦିର ନିକଟସ୍ଥ ଭେଟନାରୀ ପୋଖରୀରେ ବିଷର୍ଜନ କରାଯାଇଥିଲା । ଏହି ପର୍ବକୁ ତିହିଡିରେ ଉଭୟ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ଭାଇଚାରାର ସମ୍ପର୍କକୁ ମଜବୁତ୍ କରିଥାଏ । ଶ୍ରୀରାମ ନବମୀ ସମିତି ପକ୍ଷରୁ ନଗର ସଂକୀର୍ତ୍ତନ କରାଯାଇଥିଲା । ସେଥିରେ ଶତାଧିକ ଭକ୍ତ ସାମିଲ ହୋଇ ଶ୍ରୀରାମଙ୍କ ନାରା ଦେଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଚାନ୍ଦବାଲି ଏସଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକଙ୍କ ସମତେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବିଡିଓ ଜ୍ୟୋତିର୍ମୟ କର, ତିହିଡି ଆଇଆଇସି ପ୍ରସନ୍ନ କୁମାର ନାୟକ, ପୀରହାଟ ଆଇଆଇସି ଅଜୟ ମୁର୍ମୁ ପ୍ରମୁଖ ଅ।।ଇନ୍ ଶୃଙ୍ଖଳା ଦାୟିତ୍ୱରେ ନିୟୋଜିତ ରହିଥିବା ବେଳେ ଅତିରିକ୍ତ ତହସିଲଦାର ନମିତା ଧଳ ମାଜିଷ୍ଟ୍ରେଟଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ତେବେ ୩ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସମ୍ପୂର୍ଣ୍ଣ ତିହିଡି ବଜାରକୁ ଜଗି ରହିଥିଲା । ଶହସ୍ରାଧିକ ଭକ୍ତଙ୍କ ଗହଣରେ ପ୍ରଜ୍ଞାପନ ମେଢ ଗୁଡିକ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା । ତିହିଡି ପୋଲିସ ପକ୍ଷରୁ ଥାନା ସମ୍ମୁଖରେ ଜଳଛତ୍ର ଖୋଲା ଯାଇଥିବା ବେଳେ ବଜାର ମଧ୍ୟରେ ବ୍ଲକର ବିଭିିନ୍ନ ସାମାଜିକ ସଂଗଠନ ପକ୍ଷରୁୁ ପଣା, ଗ୍ଲୋକୋଜ୍ ଓ ଓଆରଏସର ପାଣି ପ୍ରଦାନ ସହିତ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା । ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ସାହିତ୍ୟିକ ପବିତ୍ର ମୋହନ ପାଣିଗ୍ରାହୀ, ପ୍ରାକ୍ତନ ଅଧ୍ୟାପକ ଲକ୍ଷ୍ମୀଧର ତ୍ରିପାଠୀ, ସରପଞ୍ଚ ଶୁଭ୍ରନାରାୟଣ ସେଠୀ ଓ ପ୍ରଦୀପ ବଳ, ଅଶୋକ ଦାସ, ଅଭିମନ୍ୟୁ ସେଠୀ, ଦୀନବନ୍ଧୁ ପତି, ସୋମନାଥ ପାଢୀ, ଉଦୟ ନାରାୟଣ ମଲ୍ଲିକ, ଦୁର୍ଗାଚରଣ ନାୟକ, ଅଜୟ ନାୟକ, ସୁରେନ୍ଦ୍ର ନାୟକ, କମଳାକାନ୍ତ ଲେଙ୍କା, ସରୋଜ ଦାସ, ବାଣୀକଲ୍ୟାଣ ମହାପାତ୍ର, ଭାକୁଲା ପୁହାଣ, ପ୍ରଫୁଲ ଦାସ, ବାପୁଜୀ ନାୟକ, ଗଣେଶ ମଲ୍ଲିକ, ସଞ୍ଜିବ ବେହେରା, ଭରତ ସାହୁ, ଝରଣା ଜେନା, ତପନ ପାଢୀ, ରାଜକିଶୋର ନାୟକ, ଅଜୟ ମହାପାତ୍ର, ବିପିନ ବିହାରୀ ପତି, ପ୍ରମୋଦ ଦାସ, ଦୀପକ ସ୍ୱାଇଁ ଓ ବୁଦ୍ଧଦେବ ଜେନା ପ୍ରମୁଖ ଅତିଥିଭାବେ ଯୋଗଦେଇ ଆୟୋଜକ କମିଟିକୁ ସାଧୁବାଦ ପ୍ରଦାନ କରିବା ସହିତ ପ୍ରଜ୍ଞାପନ ମେଢ ଦର୍ଶନ କରିଥିଲେ । ଶ୍ରୀରାମ ନବମୀ ସମିତିର ସଭାପତି କିଶୋର କୁମାର ନାୟକ, ଉପସଭାପତି ରବିନ୍ଦ୍ର ଦାସ, ସମ୍ପାଦକ ଯଯାତି କେଶରୀ ଦାସ, ସହସମ୍ପାଦକ ରାଜେଶ ନାୟକ, କୋଷାଧ୍ୟକ୍ଷ ନୀଳମଣି ସାବତ, ସର୍ବବ୍ୟବସ୍ଥା ପ୍ରମୁଖ ସୀତାକାନ୍ତ ନାୟକ, ଉପଦେଷ୍ଟା ବିଶ୍ୱଜିତ ବେହେରା, ରଘୁନାଥ ପାତ୍ର, ଗଗନ ମହାନ୍ତି, ଦେବବ୍ରତ ପାଢ଼ୀ, ଶୁକଦେବ ମଳିକ, ଗଙ୍ଗାଧର ଦତ୍ତ, କାର୍ଯ୍ୟକର୍ତ୍ତା ଅଜୟ ନାୟକ, ପ୍ରଶାନ୍ତ ବଳ, ତପନ ପଣ୍ଡା, ତପୁନ ପାଣି, ହରିଶ୍ଚନ୍ଦ୍ର ନାୟକ, ନିତ୍ୟାନନ୍ଦ ଜେନା, ଚନ୍ଦ୍ରକାନ୍ତ ନାଥ, ପ୍ରିୟବ୍ରତ ପାଢ଼ୀ ଓ ପି.ହୃଷିକେଶ ପ୍ରମୁଖ ପରିଚାଳନା କରିଥିଲେ । ଏଥିସହ ହରିଦ୍ୱାର ଋଷିକେଶ କୈଳାସ ଆଶ୍ରମରୁ ସ୍ୱାମୀ କୈବଲ୍ୟା ନନ୍ଦ ଗିରି ଓ ମହର୍ଷି ବାଲ୍ମିକୀ ଆଶ୍ରମରୁ ବାବା ଶ୍ରୀଗଙ୍ଗାରାମ ଦାସ ଯୋଗଦେଇ ପରିସରକୁ ଉତ୍ସବ ମୁଖର କରିଥିଲେ । ଏଠାରେ ସୂଚନା ଥାଉକି, ଏହି ପର୍ବକୁ ଅଧିକ ସରସ ସୁନ୍ଦର କରିବା ଲାଗି ସପ୍ତାହବ୍ୟାପି ଗଣଦୌଡ, ବାଇକ୍ ଶୋଭାଯାତ୍ରା, ମହିଳାମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା, ଦୈନିକ ସଂଧ୍ୟାରେ ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଆରସାରେ ଗୋମାତା ଓ ସାଧୁସନ୍ଥ ପୂଜନ କରାଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ମାରୱାଡି ୟୁବା ମଞ୍ଚ ପକ୍ଷରୁ ସର୍ବତ ବଣ୍ଟନ l

କଟକ (ଉତ୍କଳ ନ୍ୟୁଜ ) ୧୮-୦୪-୨୦୨୪ : ପବିତ୍ର ରାମ ନବମୀ ଅବସର ରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଜୁନାଗଡ ମାରୱାଡି ୟୁବା ମଞ୍ଚ ପକ୍ଷରୁ ସହର ସ୍ଥିତ କଲମପୁର ଚକ ନିକଟରେ ରାମ ନବମୀ ଓ ପଣା ସଂକ୍ରାନ୍ତି ଅବସରରେ ପଥ ଚାରି ମାନଙ୍କୁ ସର୍ବତ ପଣା ବଣ୍ଟନ କରାଯାଇଥିଲା l ଏଥିରେ ଜୁନାଗଡ ମାରୱାଡି ଯୁବାମଞ୍ଚର ସଭାପତି ସୂରଜ ଅଗ୍ରୱାଲ, ସମ୍ପାଦକ ଅଙ୍କିତ ଶର୍ମl, କୋଷାଧ୍ଯକ୍ଷ ମୟଙ୍କ ଅଗ୍ରୱାଲ, ଗୋପlଲ ମିତ୍ତଲ, ସନ୍ତୋଷ ଶିଙ୍ଗଲ, ଆଶିଷ ଗୋୟଲ, ଚନ୍ଦନ ଖେମକl, ଅମାନ୍ ଗୋଏଲ, ଶଙ୍କର ବଂଶଲ, ଶୁଭମ୍ ଅଗ୍ରୱାଲ, ରିତେଶ ଅଗ୍ରୱାଲ, ପ୍ରଣବ୍ ଗୋଏଲ ପ୍ରମୂଖ ସାମିଲ ହୋଇ ସହଯୋଗ କରିଥିଲେ l କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ଶୁଭମ ପକ୍ଷରୁ ଡ଼. ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ପାଳିତ , ସାମ୍ବିଧାନିକ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସମସ୍ତେ ସଚେତନ ହେବାକୁ ଆହ୍ୱାନ |

କଟକ ( ଉତ୍କଳ ନ୍ୟୁଜ ) ୧୫-୦୪-୨୦୨୪ : ଭାରତର ସମ୍ବିଧାନ ବିଶ୍ୱର ବିରଳ । ସେହି ପବିତ୍ର ସମ୍ବିଧାନକୁ ପ୍ରଣୟନ କରିଥିବା ଭାରତ ରତ୍ନ ବାବା ସାହେବ ଭୀମ ରାଓ ଆମ୍ବେଦକର ସମାଜର ସବୁ ବର୍ଗର ଲୋକଙ୍କ ହିତ ପାଇଁ ସମ୍ବିଧାନର ବିଭିନ୍ନ ଅନୁଛେଦରେ ଅନେକ କଲ୍ୟାଣକାରି ଆଇନ୍ ପ୍ରଣୟନ କରିଛନ୍ତି । ବିଶେଷ କରି ସମାଜ ଅବହେଳିତ ଦଳିତ ନିଷ୍ପେସିତ ଲୋକଙ୍କ ଉତ୍‌ଥାନ ପାଇଁ ସେ ଅନେକ କିଛି ନୀତି ନିୟମ ରଖି ଯାଇଛନ୍ତି । ଯାହା ଫଳରେ ବିଭିନ୍ନ ସମୟ ରେ ବିଭିନ୍ନ ସରକାର ତାହାକୁ କାର୍ଯ୍ୟକାରୀ କରୁଥିବାରୁ ଦଳିତ ମାନଙ୍କ ଉତ୍‌ଥାନ ଏବେ ଆରମ୍ଭ ହୋଇଛି । ତେଣୁ ପ୍ରତେକ ବ୍ୟକ୍ତି ସେହି ସମ୍ବିଧାନ ପଦର୍ତ୍ତ ନୀତି ନିୟମକୁ ପାଳନ ସହିତ ନିଜର ଦାୟିତ୍ୱ ଏବଂ କର୍ତ୍ତର୍ବ୍ୟ ସମ୍ପାଦକ ସଠିକ ଭାବେ କରି ପାରିଲେ ବାବା ସାହେବଙ୍କ ଦ୍ୱାରା ପ୍ରଣିତ ସମ୍ବିଧାନ ରକ୍ଷା ହେବା ସହିତ ତାର ମର୍ଯ୍ୟାଦା ମଧ୍ୟ ଅକ୍ଷୁର୍ଣ୍ଣ ରହି ପାରିବ ବୋଲି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବୋଡ଼କ ଠାରେ ଅଗ୍ରଣୀ ସାମାଜିକ ସଂଗଠନ ଶୁଭମ ପକ୍ଷରୁ ଆୟୋଜିତ ଡ଼. ବି.ଆର ଆମ୍ବେଦକର ଙ୍କ ୧୩୩ ତମ ଜନ୍ମ ଜୟନ୍ତୀ ସମାରୋହ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ମତ ପ୍ରକାଶ କରିଛନ୍ତି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ ବୈକୁଣ୍ଠ ବିଶ୍ୱାଳଙ୍କ ସଭାପତିତ୍ୱରେ ଏକ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ତ୍ୟାଗ ଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ କୁମାର ନାୟକ ମୁଖ୍ୟ ବକ୍ତା ଭାବେ, ବିଶିଷ୍ଟ ଆଇନ୍‌ଜୀବି ଦିବ୍ୟସିଂହ ନାୟକ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଗୋଲକ ଚନ୍ଦ୍ର ସାମଲ, ଶିକ୍ଷାବିତ ସୁବାସ ଚନ୍ଦ୍ର ଦା. ସମାଜସେବୀ ମହେନ୍ଦ୍ର ମଲ୍ଲିକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦେବେନ୍ଦ୍ର ପୁହାଣ, ଜିଲ୍ଲା ଦଳିତ ମହାସଂଘ ସଭାପତି ରାଜେନ୍ଦ୍ର ଜେନା, ସମିତି ସଭ୍ୟ ଜୟ ପ୍ରକାଶ ମଲ୍ଲିକ ଓ ସରପଞ୍ଚଙ୍କ ପ୍ରତିନିଧି ବିଷ୍ଣୁ ମୋହନ ଜେନାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ବାବା ସାହେବଙ୍କ ବହୁମୁଖୀ ଆଦର୍ଶ, ଦେଶ ପାଇଁ କରିଥିବା କାର୍ଯ୍ୟ ଏବଂ ତାଙ୍କ ସଂଗ୍ରାମମୟ ଜୀବନୀ ଉପରେ ଆଲୋଚନା କରିଥିଲେ । ସଂଗଠନର ସମ୍ପାଦକ ନରେନ୍ଦ୍ର କୁମାର ସାମଲ ପ୍ରଦାନ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସଂଗଠନର କାର୍ଯ୍ୟକ୍ରମ ସଂଯୋଜକ ଆନନ୍ଦ ଚନ୍ଦ୍ର ପଳାଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ସଂଗଠନର ଉପ ସଭାପତି ଆନନ୍ଦ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଜୟନ୍ତୀ ସମାରୋହରେ ବୋଡ଼କ ପଂଚାୟତ ବିଭିନ୍ନ ଅଂଚଳରୁ କୃଷକ, ଦଳିତ ଓ ସଚେତନ ନାଗରିକମାନେ ଯୋଗଦେଇ ବାବା ସାହେବଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମକୁ ସଂଗଠନର ବରିଷ୍ଟ ସଦସ୍ୟ ଦେବେନ୍ଦ୍ର ଭଞ୍ଜ, ବୀରେନ୍ଦ୍ର ଭଞ୍ଜ, ଚକ୍ରଧର ଜେନା ଓ ବାବାଜୀ ଚରଣ ଭଞ୍ଜ ପ୍ରମୁଖ ପରିଚାଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ |

କଟକ (ଉତ୍କଳ ନ୍ୟୁଜ ) ୧୫-୦୪-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୋଳସାହି ପଞ୍ଚାୟତ ଅଧିନ ଗାଜିପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ରାମକୃଷ୍ଣ ପରମହଂସଙ୍କ ଆଜୀବନ ଭକ୍ତ ସ୍ୱର୍ଗତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ତାଙ୍କ ବାସଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାଧ୍ୟାପକ ଶିବ ଚରଣ ଖାମୁରାଇଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଅତିଥିମାନେ ସ୍ୱର୍ଗତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଫଟୋ ଓ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ସ୍ୱର୍ଗତ ପାଣିଗ୍ରାହୀଙ୍କ ସ୍ମୃତି ଚାରଣ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଅବସରପ୍ରାପ୍ତ ପୋଲିସ ଅଫିସର ରତ୍ନାକର ବିଶ୍ୱାଳ, ଅବସରପ୍ରାପ୍ତ ବ୍ୟାଙ୍କ ମେନେଜର ସୁଦର୍ଶନ ସାହୁ, ଅବସର ପ୍ରାପ୍ତ ସୈନିକ ରଘୁନାଥ ପଶୁପାଳକ, ଅବସରପ୍ରାପ୍ତ ଶିକ୍ଷକ ଭରତ ବିଶ୍ୱାଳ, ରବିନାରାୟଣ ସାହୁ, ଗଣେଶ ଖାମୁରାଇ, ମହେଶ୍ୱର ସାହୁ, ରବୀନ୍ଦ୍ର ଦୀକ୍ଷିତ, ଅବସର ପ୍ରାପ୍ତ ଶିକ୍ଷକ ଜୟକୃଷ୍ଣ ନାୟକ, ଶିକ୍ଷକ ମୁରଧର ଦାସ, ପ୍ରଭାସ ପଣ୍ଡା, ଦେବବ୍ରତ ଶତପଥୀ, ସାନଭାଇ ମହେଶ୍ୱର ପାଣିଗ୍ରାହୀ, ପୁତୁରା ଜଗବନ୍ଧୁ ପାଣିଗ୍ରାହୀ ଓ ରବିନାରାୟଣ ପାଣିଗ୍ରାହୀ, ବଡ ଜ୍ୱାଇଁ ହାବିଲଦାର ନକୁଳ ସେନାପତି, ମଝିଆ ଜ୍ୱାଇଁ ପ୍ରାଣକୃଷ୍ଣ ପାଣିଗ୍ରାହୀ, ଝିଅ ସୁରୁଜି ସେନାପତି, ଯତନୀ ପାଣିଗ୍ରାହୀ, କଳ୍ପନା ପାଣିଗ୍ରାହୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ସ୍ୱର୍ଗତ ପାଣିଗ୍ରାହୀଙ୍କ ଜ୍ୟେଷ୍ଠ ପୁତ୍ର ତଥା ଶିକ୍ଷକ ସନ୍ତୋଷ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ଆଞ୍ଚଳିକ

ଅପରାଧ

ମୁଖ୍ୟ ଖବର

ରାଜ୍ୟ

ମନୋରଞ୍ଜନ

ଜାତୀୟ

ରାଜନୀତି